ବର୍ଦ୍ଧିତ କରୋନା ମାମଲାକୁ ନେଇ ଆଲର୍ଟରେ କେନ୍ଦ୍ର ସରକାର: ଶୁକ୍ରବାର ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମନସୁଖ ମାଣ୍ଡଭିଆ

ନୂଆଦିଲ୍ଲୀ,୬।୪: ଦେଶର ଅନେକ ରାଜ୍ୟରେ କୋଭିଡ-୧୯ର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟ ଆଲର୍ଟ ମୋଡରେ ଆସିଯାଇଛନ୍ତି। କୋଭିଡ-୧୯ର ସ୍ଥିତିର ଆକଳନ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆ ଶୁକ୍ରବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ କରିବେ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ-୧୯ ସ୍ଥିତିକୁ ନେଇ ଆଲୋଚନା କରିବେ। ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ନୀତି ଆୟୋଗ, ଏନ୍‌ଟିଏଜିଆଇ ମଧ୍ୟ ଏହି ଭର୍ଚୁଆଲ ବୈଠକରେ ସାମିଲ ହେବେ। କୋଭିଡ-୧୯ ସ୍ଥିତିକୁ ନେଇ ମନସୁଖ ମାଣ୍ଡଭିଆ କହିଛନ୍ତି, ଆମକୁ ସତର୍କ ରହିବା ଜରୁରୀ, କିନ୍ତୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ଦେଶରେ ଓମିକ୍ରନର ସବ୍‌-ଭାରିଆଣ୍ଟ ସଂକ୍ରମଣ ସଂକ୍ରମିତ କରୁଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ହେବା ଏହି ରୋଗୀଙ୍କ ସଂଖ୍ୟା ଖୁବ୍‌ କମ୍‌। ସୂଚନା ମୁତାବକ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୩୩୫ ନୂତନ ମାମଲା ରେକର୍ଡ ହୋଇଛି। ଯାହା ବୁଧବାର ରିପୋର୍ଟ ହୋଇଥିବା ମାମଲା ତୁଳନାରେ ପ୍ରାୟ ୨୦ ପ୍ରତିଶତ ଅଧିକ। ଗତ ୧୯୫ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ଦୈନିକ ମାମଲା। ଏହାପୂର୍ବରୁ ଗତ ବର୍ଷ ସେପ୍ଟେମ୍ବର ୨୩ରେ ୫,୩୮୩ କରୋନା ମାମଲା ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଯୁଦ୍ଧ ମଧ୍ୟରେ ଆମେରିକାରେ ବଡ଼ ଆକ୍ସନ: ସେନାମୁଖ୍ୟ ବିଦା

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ରେଣ୍ଡି…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri