ଲଞ୍ଚ ହେଲା ଭାରତର ପ୍ରଥମ ନାଜାଲ ଭାକ୍ସିନ: ଜାଣନ୍ତୁ କେତେ ରହିଛି ଏହାର ଦାମ୍‌

ନୂଆଦିଲ୍ଲୀ,୨୬।୧: କରୋନା ସହ ମୁକାବିଲା ପାଇଁ ଭାରତ ଆଉ ଗୋଟିଏ ପାଦ ଆଗକୁ ବଢ଼େଇଛି। ଜାନୁଆରୀ ୨୬ ଅର୍ଥାତ୍‌ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତରେ ତିଆରି ହୋଇଥିବା ପ୍ରଥମ ନାଜାଲ କୋଭିଡ ଭାକ୍ସିନ ଲଞ୍ଚ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ନାଜାଲ କୋଭିଡ ଭାକ୍ସିନ ‘ଇନ୍‌କୋଭାକ’କୁ ଲଞ୍ଚ କରିଛନ୍ତି। ଏହା ପୂର୍ବରୁ ଏହି ଭାକ୍ସିନର ନାମ ବିବିଭି୧୫୪ ରହିଥିଲା। ତେବେ ଏହି ଭାକ୍ସିନ ସରକାରଙ୍କୁ ପ୍ରତି ଡୋଜ୍‌ ପିଛା ୩୨୫ଟଙ୍କା ଏବଂ ଘରୋଇ ହସ୍ପିଟାଲ ପାଇଁ ଏହାର ମୂଲ୍ୟ ୮୦୦ଟଙ୍କା ରହିବ ବୋଲି ଜଣାପଡ଼ିଛି।