ଜେନେଭାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ଘେରିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଜେନେଭା/ନୂଆଦିଲ୍ଲୀ,୨୪ ।୫: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡବିୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟାଳୟ ଜେନେଭାରେ ବିଶ୍ୱ ସ୍ୱାସ୍ଥ୍ୟ ସଭାର ୭୫ତମ ଅଧିବେଶନରେ ସମ୍ବୋଧନ ଦେଇଛନ୍ତି । ମାଣ୍ଡବିୟ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସୂଚିତ କରାଯାଇଛି ଯେ ଟିକା ଏବଂ ଔଷଧର ସମାନ ସୁବିଧା ପାଇବା ପାଇଁ ଏକ ସ୍ଥାୟୀ ବିଶ୍ୱ ଯୋଗାଣ ଶୃଙ୍ଖଳା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଟିକାକରଣ ଏବଂ ଚିକିତ୍ସା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମୋଦନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଏବଂ ଏକ ଅଧିକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସୁରକ୍ଷା ବାସ୍ତୁକଳା ସୃଷ୍ଟି କରିବା ପାଇଁ ଡବ୍ଲୁଏଚଓକୁ ମଜଭୁତ କରିବାର ଆବଶ୍ୟକତା ରହିଛି ।
ଏହି ସମୟରେ ଡବ୍ଲୁଏଚଓ ଦ୍ୱାରା ଭାରତରେ କରୋନା ମୃତ୍ୟୁ ରିପୋର୍ଟକୁ ନେଇ ନିରାଶା ବ୍ୟକ୍ତ କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ସୂଚନାଯୋଗ୍ୟ, ଡବ୍ଲୁଏଚଓ ପୂର୍ବରୁ ଏକ ରିପୋର୍ଟରେ କହିଥିଲା ଭାରତର ରିପୋର୍ଟ ଅନୁଯାୟୀ ଏହାର କରୋନା ମୃତ୍ୟୁ ସଂଖା ବହୁ ଅଧିକ । ତେବେ କରୋନାରେ ଭାରତରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ବି ଡବ୍ଲୁଏଚଓ କହିଥିଲା । ଯାହାକୁ ନେଇ ମାଣ୍ଡବିୟ ନିରାଶା ବ୍ୟକ୍ତ କରିଛନ୍ତି ।

Share