ସ୍ବାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ୍‌: ୧୫ ଦିନ ତଳେ ନେଇଥିଲେ ଟିକା

ଚଣ୍ଡିଗଡ଼,୫।୧୨: ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌ କରି ଶନିବାର ସୂଚନା ଦେଇଛନ୍ତି। ସେ ଅମ୍ବାଲା କ୍ୟାଣ୍ଟନମେଣ୍ଟ୍‌ର ସିଭିଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ନିଜକୁ ଆଇସୋଲେଶନରେ ରଖିବା ଲାଗି ସେ ପରାମର୍ଶ ଦେଇଛନ୍ତି। କରୋନା ଟିକା କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍‌ରେ ଅନୀଲ୍‌ଙ୍କୁ ନଭେମ୍ବର ୨୦ରେ ଟିକା ଦିଆଯାଇଥିଲା। ଟିକା ନେବାର ୧୫ ଦିନ ପରେ ମଧ୍ୟ ଅନୀଲଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ତେଣୁ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ସୂଚନାଯୋଗ୍ୟ, କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍‌ରେ ଦେଶର ୨୫ଟି କେନ୍ଦ୍ରରେ ୨୬ ହଜାର ଲୋକଙ୍କୁ ଟିକା ଦିଆଯାଇଥିଲା।

Share