ବଢୁଛି ସୁସ୍ଥହାର, କମୁଛନ୍ତି ଆକ୍ରାନ୍ତ

କଟକ ଅଫିସ,୧୭।୮: କଟକ ଜିଲାରେ ଆରୋଗ୍ୟ ହାର ବଢୁଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଏହି ତଥ୍ୟ ଅଧିକ ଉତ୍ସାହ ଭରିବ ବୋଲି ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି। ଟେଷ୍ଟିଂ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଅଗଷ୍ଟ ୨ରୁ ୮ ଭିତରେ ୧୩ ହଜାର ୧୨୪ଟି ଟେଷ୍ଟିଂ ହୋଇଥିବା ବେଳେ ୮୮୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କିନ୍ତୁ ଅଗଷ୍ଟ ୯ରୁ ୧୫ ଭିତରେ ୧୭ ହଜାର ୪୩୫ଟି ପରୀକ୍ଷାରୁ ୮୦୬ ଜଣ ପଜିଟିଭ୍‌ ବାହାରିଛନ୍ତି।
ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଜିଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗ୍ରାମାଞ୍ଚଳରେ ୧୫୧୮ (୪୦.୫୧%) ଓ ସହରାଞ୍ଚଳରେ ୨୨୨୯ (୫୯.୪୯%) ଜଣ ଆକ୍ରାନ୍ତ ରହିଛନ୍ତି। ଗତ ସପ୍ତାହରେ ଗ୍ରାମାଞ୍ଚଳରେ ୪୬.୯ ଓ ସହରାଞ୍ଚଳରେ ୫୩.୧ ପ୍ରତିଶତ ଆକ୍ରାନ୍ତ ଥିଲେ। ଜିଲାରେ ସୁସ୍ଥ ହାର ୭୨.୧୬ ପ୍ରତିଶତ ରହିଛି। ପୂର୍ବ ସପ୍ତାହରେ ଏହା ୬୬.୦୩ ପ୍ରତିଶତ ଥିଲା। ସେହିଭଳି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମିଛି। ବର୍ତ୍ତମାନ ଏହାର ହାର ୩୩.୯୯ରୁ ଖସି ୨୭.୨୨ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୫୪,୮୮୪ଟି ଟେଷ୍ଟ କରାଯାଇଛି। ଏଥିରେ ୩୮,୪୮୮ ଆର୍‌ଟି-ପିସିଆର୍‌ ଓ ୧୬,୩୯୬ଟି ଆଣ୍ଟିଜେନ୍‌ ଟେଷ୍ଟ ରହିଛି। ମୋଟ ଟେଷ୍ଟରୁ ୩,୭୪୭ ରିପୋର୍ଟ ପଜିଟିଭ୍‌ ରହିଥିଲା। ଅନ୍ୟପକ୍ଷରେ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ୪୭ ପ୍ରତିଶତ ବେଡ୍‌ ଖାଲି ଥିବାବେଳେ ଜିମ୍‌ସାର୍‌ ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟରରେ ୩୫ ପ୍ରତିଶତ ବେଡ୍‌ ଖାଲି ପଡ଼ିଛି। ଗ୍ରାମାଞ୍ଚଳର ୮ଟି କୋଭିଡ୍‌ କେୟାର ସେଣ୍ଟରରେ ୧୨୩୦ଟି ବେଡ୍‌ ଥିବାବେଳେ ୪୫ ପ୍ରତିଶତ ଭର୍ତ୍ତି ହୋଇଛି। ସମସ୍ତ ୩୪ ଆଇସିୟୁ ଭର୍ତ୍ତି ହୋଇଯାଇଥିବା ବେଳେ ୨୦ରୁ ୧୮ଟି ଭେଣ୍ଟିଲେଟର୍‌ ବର୍ତ୍ତମାନ ବ୍ୟବହାର ହେଉଥିବା ଜିଲାପାଳ ଚୟନୀ ସୂଚନା ଦେଇଛନ୍ତି।
ଜିଲାର ୩୩୨ଜଣ କୋଭିଡ୍‌ ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ମାତ୍ର ୭୪ ଜଣ ଚିକିତ୍ସିତ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩୦ ଜଣ ଡାକ୍ତର, ୪୧ ଜଣ ନର୍ସ, ୩ ଆଶାକର୍ମୀ, ୪ ଜଣ ଫାର୍ମାସିଷ୍ଟ, ୬ ଜଣ ଟେକ୍ନିସିଆନ୍‌, ୧୪୪ ଜଣ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ପୋଲିସ ଓ ଟ୍ରାଫିକ କର୍ମଚାରୀ ଏବଂ ଅନ୍ୟ ୧୦୪ ଜଣ ରହିଛନ୍ତି। ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ୩୯ ଜଣ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏମାନଙ୍କ ମଧ୍ୟରେ ୬ ଡାକ୍ତର, ୫ ଅଗ୍ନିଶମ କର୍ମଚାରୀ, ଜଣେ ପୋଲିସ କର୍ମଚାରୀ, ୩ ଫାର୍ମାସିଷ୍ଟ, ୨ ଟେକ୍ନିସିଆନ୍‌, ୩ ନର୍ସ, ୩ ଏଏନ୍‌ଏମ୍‌, ୨ ପିଏଚ୍‌ଇଓ, ୨ ଆଶାକର୍ମୀ, ଜଣେ ଆଟେଣ୍ଡାଣ୍ଟ, ୬ ପରିମଳ କର୍ମଚାରୀ, ଜଣେ ଆମ୍ବୁଲାନ୍ସ ଚାଳକ, ଜଣେ ସିକ୍ୟୁରିଟି ଓ ୩ ଜଣ ଅଙ୍ଗନୱାଡ଼ି କର୍ମୀ ରହିଛନ୍ତି। କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆଣିବା ପାଇଁ ଟେଷ୍ଟିଂ ବଢ଼ାଯିବ ବୋଲି ଜିଳାପାଳ ଚୟନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri