କ୍ୱାକ୍‌ଙ୍କ ହାତରେ ସ୍ବାସ୍ଥ୍ୟସେବା

ସୋନପୁର,୨୦।୧(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଉପଯୁକ୍ତ ଡିଗ୍ରୀ ବା ଶିକ୍ଷାଗତ ଯୋଗ୍ୟତା ନ ଥିବା ବ୍ୟକ୍ତି ଡାକ୍ତର ଭାବେ ରୋଗୀ ସେବା କରୁଛନ୍ତି। ଏହି ଦରପାଠୁଆ ଡାକ୍ତର ବା କ୍ୱାକ୍‌ଙ୍କ ପ୍ରାଦୁର୍ଭାବ ଜିଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବଢିଚାଲିଛି। କେତେଜଣ ବ୍ୟକ୍ତି କ୍ଲିନିକ୍‌ ଖୋଲି ବେପାର ଚଳାଇଥିବା ବେଳେ ଅନ୍ୟ କେତେଜଣ ଗାଁ ଗାଁ ବୁଲି ଚିକିତ୍ସା କରୁଛନ୍ତି। ଫଳରେ ଅନେକ ଲୋକଙ୍କ ଜୀବନ ଯାଉଛି। ହେଲେ ଏଥିପ୍ରତି ପ୍ରଶାସନର ନିଘା ନାହିଁ। ଅନ୍ୟପକ୍ଷେ କ୍ୱାକ୍‌ମାନେ ଚିକିତ୍ସା କରି ମୋଟା ଅଙ୍କର ଟଙ୍କା ଆଦାୟ କରୁଛନ୍ତି।
ସରକାର ସ୍ବାସ୍ଥ୍ୟ ସେବା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରି ଗ୍ରାମାଞ୍ଚଳର ଜନସାଧାରଣଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଡିଣ୍ଡିମ ପିଟୁଛନ୍ତି। ହେଲେ ବିଭାଗୀୟ ଅଧିକାରୀମାନଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁ ଜିଲାର ସ୍ବାସ୍ଥ୍ୟସେବା କ୍ୱାକ୍‌ମାନଙ୍କ ହାତରେ ରହିଥିବା ଦେଖିବାକୁ ମିଳୁଛି। ଜିଲାରେ କ୍ୱାକ୍‌ମାନେ ରେଜିଷ୍ଟର୍ଡ ମେଡିକାଲ ପ୍ରାକ୍ଟିସନର(ଆର୍‌ଏମ୍‌ପି) ସାର୍ଟିଫିକେଟ୍‌ ଝୁଲାଇ କ୍ଲିନିକ୍‌ ଖୋଲିଛନ୍ତି । ପୁଣି କେତେଜଣ ବ୍ୟକ୍ତିଙ୍କ ପାଖରେ ଅନ୍ୟ ରାଜ୍ୟର ଅଲଟରନେଟିଭ୍‌ ମେଡିସିନର ପ୍ରାକ୍ଟିସନର ସାର୍ଟିଫିକେଟ ରହିଛି। କିଛି କ୍ଲିନିକ୍‌ରେ ବିନା ଅସ୍ତ୍ରୋପଚାରରେ ଅର୍ଶ, ମଳକଣ୍ଟକ, ହାଇଡ୍ରୋସିଲ୍‌ର ଚିକିତ୍ସା କରାଯାଉଥିବା ବଡ ବଡ ଅକ୍ଷରରେ ସାଇନବୋର୍ଡ ମରାଯାଇଛି। ଆୟୁର୍ବେଦିକ ପଦ୍ଧତିରେ ଚିକିତ୍ସା ହେଉଥିବା ଲେଖା ଥିବା ବେଳେ ଏଲୋପ୍ୟାଥି ଔଷଧରେ ଚିକିତ୍ସା ଚାଲିଛି। ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ଔଷଧ ଏମାନଙ୍କ ପାଖରେ ଗଚ୍ଛିତ ରହୁଛି। ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁ ବୀରମହାରାଜପୁର, ତରଭା, ଉଲୁଣ୍ଡା, ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ କ୍ୱାକ୍‌ମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ଅନେକ କ୍ୱାକ୍‌ ସୁଦୂର କଲିକତା, ମୁମ୍ବାଇ ଆଦି ସ୍ଥାନରୁ ଆସି ରୋଗୀ ଚିକିତ୍ସା କରୁଛନ୍ତି। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି। ଫଳରେ ସେମାନେ ଏଭଳି ବେଆଇନ କାର୍ଯ୍ୟକୁ ଆହୁରି ବଢାଇ ନିରୀହ ଜନସାଧାରଣଙ୍କ ଠାରୁ ଟଙ୍କା ଲୁଟି ନେଉଥିବା ଦେଖାଯାଉଛି। ସବୁଠାରୁ ସମ୍ବେଦନଶୀଳ ବିଷୟ ହେଲା ଯେ, ଗ୍ରାମାଞ୍ଚଳରେ ନିରୀହ ଲୋକଙ୍କୁ ଠକୁଥିବା କ୍ୱାକ୍‌ମାନେ କିଛି ଅନାମଧେୟ କମ୍ପାନୀର ଔଷଧ ଆଣି ଚଢା ଦରରେ ରୋଗୀମାନଙ୍କୁ ଦେଉଥିବା ଦେଖାଯାଉଛି। ତେବେ ଡ୍ରଗ୍ସ ଲାଇସେନ୍ସ ନ ଥାଇ ଏସବୁ ଔଷଧ ଗ୍ରାମାଞ୍ଚଳର କ୍ୱାକ୍‌ମାନଙ୍କ ପାଖକୁ କିପରି ଓ କାହାଠାରୁ ଯାଉଛି ତାହା ତଦନ୍ତ ସାପେକ୍ଷ। ଅନେକ କ୍ୱାକ୍‌ ସେମାନଙ୍କ ନିଜ ଘରେ ମିନି ଡାକ୍ତରଖାନା ଖୋଲି ରୋଗୀ ମାନଙ୍କୁ ଔଷଧ ସାଙ୍ଗକୁ ସାଲାଇନ୍‌ ମଧ୍ୟ ଦେଉଥିବା ଅଭିଯୋଗ ହେଉଛି। ଏପରିକି ଏହି ସବୁ କ୍ୱାକ୍‌ମାନେ ବେଆଇନ ଗର୍ଭପାତ କରିବା ସହ ଗ୍ରାମାଞ୍ଚଳର ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରୁଛନ୍ତି। ଏହାଦ୍ୱାରା ବିଭିନ୍ନ ସମୟରେ ସେମାନେ ମୃତ୍ୟୁବରଣ କରୁଥିବା ଦେଖାଯାଉଛି। ଅନ୍ୟପକ୍ଷରେ ସରକାର ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସବୁ ଗ୍ରାମରେ ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ଆଦି ନିଯୁକ୍ତି ଦେଉଛନ୍ତି। ପ୍ରତ୍ୟେକ ଗାଁରେ ସ୍ବାସ୍ଥ୍ୟ କାନ୍ଥରେ ସଚେତନତା ବାର୍ତ୍ତା ଦିଆଯାଉଛି। ହେଲେ ଏହିସବୁ କର୍ମଚାରୀମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କ୍ୱାକ୍‌ମାନଙ୍କ ଦ୍ୱାରା ପ୍ରଭାବିତ ହେଉଥିବା ଅଭିଯୋଗ ହେଉଥିବାରୁ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri