Posted inଖେଳ

କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୧।୧: ତିନିଥର ଚାମ୍ପିୟନ ଓ ଦୁଇଥର ରନରଅପ୍‌ ଅଷ୍ଟ୍ରେଲିଆ ପ୍ରଭାବୀ ପ୍ରଦର୍ଶନ ବଜାୟ ରଖି ଚଳିତ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ପୁଲ୍‌ ‘ଏ’ର ଏକ ମ୍ୟାଚରେ ଏହି ଦଳ ଦକ୍ଷିଣ ଆଫ୍ରିକାକୁ ବୃହତ୍‌ ବ୍ୟବଧାନ ୯-୨ ଗୋଲରେ ପରାସ୍ତ କରିଛି। ବ୍ଲେକ୍‌ ଗୋଭର୍ସ ୩, ୧୪, ୧୮ ଓ ୧୯ତମ ମିନିଟରେ ହ୍ୟାଟ୍ରିକ ସହ ୪ଟି ଗୋଲ ଦେଇ ଅଷ୍ଟ୍ରେଲିଆର ବୃହତ୍‌ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହା ମଧ୍ୟରେ ଏକ ପେନାଲ୍ଟି ଷ୍ଟ୍ରୋକ୍‌ ଗୋଲ ସାମିଲ। ଦ୍ୱିତୀୟ କ୍ୱାର୍ଟର ଅର୍ଥାତ୍‌ ମ୍ୟାଚର ୧୮ତମ ମିନିଟରେ ଡି’ ଏରିଆ ମଧ୍ୟରେ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆକୁ ପେନାଲ୍ଟି ଷ୍ଟ୍ରୋକ୍‌ ସୁଯୋଗ ଦିଆଯାଇଥିଲା। ଗୋଭର୍ସ ଏହାକୁ ଗୋଲରେ ପରିଣତ କରିବାରେ କୌଣସି ତ୍ରୁଟି କରି ନ ଥିଲେ। ତାଙ୍କ ବ୍ୟତୀତ ଟମ୍‌ କ୍ରେଗ୍‌ ୯ମ, ଜ୍ୟାକ ହାର୍ଭି ୨୧, ଡାନିଏଲ ବାଲେ ୨୭, ଜେରେମି ହଓ୍ବୋର୍ଡ ୩୧ ଓ ଟିମ୍‌ ବ୍ରାଣ୍ଡ ୪୬ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଏନ୍‌କୋବିଲେ ଏନ୍‌ଟୁଲି ୭ମ ଏବଂ ଟେଭିନ୍‌ କୋକ୍‌ ୫୭ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇଥିଲେ। ବିଶୃଙ୍ଖଳିତ ଆଚରଣ ପାଇଁ ଦକ୍ଷିଣ ଆଫ୍ରିକାର ନିକୋଲାସ ସ୍ପୁନରଙ୍କୁ ୩୨ତମ ମିନିଟରେ ୟେଲୋ ଏବଂ ଏନ୍‌କୋବିଲେ ଏନ୍‌ଟୁଲିଙ୍କୁ ୪୭ତମ ମିନିଟରେ ଗ୍ରୀନ୍‌ କାର୍ଡ ମିଳିଥିଲା। ଗୋଭର୍ସ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ।
ଦକ୍ଷିଣ ଆଫ୍ରିକାର ବିଦାୟ
ପୁଲ୍‌ ‘ଏ’ର ଗ୍ରୁପ୍‌ ପର୍ଯ୍ୟାୟ ଶେଷରେ ଅଷ୍ଟ୍ରେଲିଆ ୩ ମ୍ୟାଚରୁ ୨ ବିଜୟ ଓ ୧ ଡ୍ର ସହ ୭ ପଏଣ୍ଟ ପାଇ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସମାନ ସଂଖ୍ୟକ ମ୍ୟାଚ ଖେଳିଥିବା ଆର୍ଜେଣ୍ଟିନା ୧ ବିଜୟ ଓ ୨ ଡ୍ର ସହ ୫ ଏବଂ ଫ୍ରାନ୍ସ ୩ ମ୍ୟାଚରୁ ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ସହିତ ୪ ପଏଣ୍ଟ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଫଳରେ ଏହି ଦୁଇ ଦଳ କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ୟପକ୍ଷରେ ୩ ମ୍ୟାଚରୁ ୩ ପରାଜୟ ସହ ଦକ୍ଷିଣ ଆଫ୍ରିକା ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଛି। ଏହି ଦଳ ଏବେ ପୋଜିଶନ ପାଇଁ କ୍ଲାସିଫିକେଶନ ମ୍ୟାଚ ଖେଳିବ। ଫ୍ରାନ୍ସକୁ ୮-୦ ଗୋଲରେ ହରାଇ ଦମ୍‌ଦାର ଭାବେ ଅଭିଯାନ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚକୁ ଆର୍ଜେଣ୍ଟିନା ସହିତ ୩-୩ ଗୋଲରେ ଡ୍ର ରଖିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯-୨ ଗୋଲରେ ବିଜୟ ଫଳରେ ଏହି ଦଳର ଗୋଲ ବ୍ୟବଧାନ +୧୫ ହୋଇଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାକୁ ୧-୦ ଗୋଲରେ ହରାଇ ଅତ୍ୟନ୍ତ ଦୁର୍ବଳ ଆରମ୍ଭ କରିଥିବା ଆର୍ଜେଣ୍ଟିନା ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ଟକ୍କର ଦେଇଥିଲେ ହେଁ ତୃତୀୟ ମ୍ୟାଚକୁ ଅପେକ୍ଷାକୃତ ଦୁର୍ବଳ ଫ୍ରାନ୍ସ ବିପକ୍ଷରେ ୫-୫ ଗୋଲରେ ଡ୍ର ରଖିଛି। ଫ୍ରାନ୍ସ କିନ୍ତୁ ନିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ବଡ଼ ବ୍ୟବଧାନରେ ହାରିଥିଲେ ମଧ୍ୟ ପରେ ସଫଳ ପ୍ରତ୍ୟାବର୍ତ୍ତନ କରି କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?