ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟର ଯତ୍ନ

ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଜୀବଜନ୍ତୁ, କୀଟପତଙ୍ଗ, ବୃକ୍ଷଲତା ଆଦି ସମଗ୍ର ଜୀବଜଗତ ନିମନ୍ତେ ସୂର୍ଯ୍ୟରଶ୍ମିର ନିହାତି ଆବଶ୍ୟକତା ରହିଛି। ଗ୍ରୀଷ୍ମଋତୁରେ ହିଁ ସୌରରଶ୍ମିର ପ୍ରଖରତା ହେତୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଦ୍ୱାରା ଜୀବଜଗତ ପାଇଁ ଏହା ବେଳେବେଳେ କ୍ଷତି ପହଞ୍ଚାଇଥାଏ। ଜଳବାୟୁ ପରିବର୍ତ୍ତନ ହେତୁ ଧରାପୃଷ୍ଠରେ ୬ଟି ଋତୁ ପ୍ରତୀୟମାନ ହୋଇଥାଏ। ଆମ ଭାରତ ବର୍ଷରେ ପ୍ରତିବର୍ଷ ଜାନୁୟାରୀ ୧୪(ମକର ସଂକ୍ରାନ୍ତି)ଠାରୁ ଜୁନ୍‌ ୨୧ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ଉତ୍ତରାୟଣ ହୋଇଥା’ନ୍ତି। ଗ୍ରୀଷ୍ମଋତୁରେ ଦିନ ବଡ଼ ହୋଇ ରାତି ଛୋଟ ହୋଇଥାଏ। ପ୍ରାୟତଃ ଦିନ ୧୧ଟାରୁ ୩ଟା ଯାଏଁ ପ୍ରବଳ ଗରମ ଅନୁଭୂତ ହୁଏ। ତେଣୁ ଏହି ସମୟରେ ପଦାକୁ ବାହାରିବା ଅନୁଚିତ। ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ ଦୂରତା ହ୍ରାସ ପାଉଥିବାରୁ ପୃଥିବୀ ପୃଷ୍ଠରେ ତାପମାତ୍ରା ବୃଦ୍ଧି ପାଉଛି। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥାଏ। ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ତେଣୁ ଗ୍ରୀଷ୍ମଋତୁରେ ଆମେ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‌ ହେବା ଦରକାର। ଏହି ସମୟରେ ଅଂଶୁଘାତର ଆଶଙ୍କା ରହିଛି।
ଗ୍ରୀଷ୍ମଋତୁରେ ତାପମାତ୍ରା ବୃଦ୍ଧି ପ୍ରକୃତିଦତ୍ତ ତଥା ସ୍ବାଭାବିକ ଋତୁଚକ୍ରର ଏକ ପ୍ରକ୍ରିୟା। ସାମ୍ପ୍ରତିକ ପରିସ୍ଥିତିରେ ମନୁଷ୍ୟକୃତ କେତେକ କୃତ୍ରିମ କାରଣ ହେତୁ ଗ୍ରୀଷ୍ମଦିନେ ଜଳବାୟୁରେ ତାପମାତ୍ରା ପ୍ରବଳରୁ ଅତିପ୍ରବଳ ବୃଦ୍ଧି ପାଉଛି। ଏଥିଯୋଗୁ ବୃକ୍ଷଲତା, ଜୀବଜଗତ ଓ ମନୁଷ୍ୟମାନଙ୍କ ପାଇଁ ଯନ୍ତ୍ରଣାଦାୟକ ପରିସ୍ଥିତି ସୃଷ୍ଟି ହେଉଛି।
ସୂର୍ଯ୍ୟକିରଣ ବ୍ୟତୀତ ଜଙ୍ଗଲରେ ଅଗ୍ନିକାଣ୍ଡ, ବହୁଳ ପରିମାଣରେ ଇଟାଭାଟିରେ ଅଗ୍ନି ସଂଯୋଗ, ବିଭିନ୍ନ କଳକାରଖାନାରୁ ନିର୍ଗତ ଗରମ ବାଷ୍ପ, ଜଙ୍ଗଲକୁ କାଟି ସଫା କରିବା, ବହୁଳ ପିଚୁ ଓ କଂକ୍ରିଟ ରାସ୍ତା ନିର୍ମାଣ, ସିମେଣ୍ଟ ଦ୍ୱାରା ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ, ବୃକ୍ଷର ପରିମାଣ ଦିନକୁ ଦିନ ହ୍ରାସ ପାଇବା ଆଦି କାରଣ ଯୋଗୁ ବାୟୁମଣ୍ଡଳ ତାପମାତ୍ରା ପ୍ରାୟ ଏବେ ଦ୍ୱିଗୁଣିତ ହୋଇଯାଉଛି। ବାୟୁମଣ୍ଡଳରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ହେଲେ ଏହି ଉତ୍ତାପ ହ୍ରାସ ପାଇବାରେ ବିଳମ୍ବ ହୋଇଥାଏ।
ପ୍ରାକୃତିକ ଉପାୟରେ ଗ୍ରୀଷ୍ମତାପର ପ୍ରତିରୋଧ: ଭାରତୀୟ ପାରମ୍ପରିକ ଚିକିତ୍ସା ଶାସ୍ତ୍ରରେ ଗ୍ରୀଷ୍ମଋତୁରେ ପ୍ରବଳ ତାପମାତ୍ରାକୁ ପ୍ରତିରୋଧ ନିମନ୍ତେ କେତେକ ପ୍ରାକୃତିକ ପଦ୍ଧତି ବର୍ଣ୍ଣନା କରାଯାଇଅଛି। ଖରାଦିନେ ପ୍ରବଳ ଉତ୍ତାପ ଅନୁଭୂତ ହେଉଥିବା ସମୟରେ ଯାତାୟାତ ନ କରିବା, ବୃକ୍ଷର ଛାଇରେ ବିଶ୍ରାମ ନେବା ବ୍ୟତୀତ ଜରୁରୀ କିମ୍ବା ନିହାତି ଦରକାର ପଡ଼ିଲେ ହିଁ ପଦାକୁ ବାହାରନ୍ତୁ। ଏହି ସମୟରେ ସୂତାରେ ତିଆରି ପୋଷାକ, ଧଳା ଟୋପି ସହ କଳା ଚଷମା ପିନ୍ଧନ୍ତୁ ଏବଂ ଛତା ଧରି ଯାତାୟାତ କରିବା ଉଚିତ।
ବାସଗୃହରେ ଝରକା ଓ ଦୁଆରବନ୍ଧରେ ସୂତାନିର୍ମିତ ବହଳିଆ କପଡ଼ା କିମ୍ବା ବେଣା ଘାସର ଚେରରେ ତିଆରି ପଟି ଟାଙ୍ଗିବା ଦ୍ୱାରା ଶୀତଳ ପବନ ମିଳିଥାଏ। ଏହାସହ ଗ୍ରୀଷ୍ମଋତୁରେ ମାଟିପାତ୍ରରେ ପାଣି ରଖି ପାନୀୟ ରୂପେ ବ୍ୟବହାର କରନ୍ତୁ। ପଇଡ଼ ପାଣି, ଆଖୁରସ ଆଦି ପିଅନ୍ତୁ। ପଖାଳ ଭାତ, ଦହି, ଲେମ୍ବୁପାଣି ବ୍ୟତୀତ ନିରାମିଷ ଖାଦ୍ୟ ଖାଆନ୍ତୁ। ଅଧିକ ମାତ୍ରାରେ ଜଳୀୟଅଂଶ ଥିବା ରଙ୍ଗ ତରଭୁଜ, କାକୁଡ଼ି, ଲସି, ଅଙ୍ଗୁର, କମଳା ଆଦି ଜୁସ୍‌କୁ ପାନୀୟ ରୂପେ ସେବନ କରନ୍ତୁ। ଏହା ପେଟକୁ ଥଣ୍ଡା ରଖିବା ସହ ଶାନ୍ତିଦାୟକ ଓ ସ୍ବାସ୍ଥ୍ୟ ହିତକାରୀ ହୋଇଥାଏ।
ଅଂଶୁଘାତ: ଆମ ଶରୀର ବର୍ଷା, ଖରା ଓ ଶୀତର ପ୍ରଭାବକୁ ଖାପ ଖୁଆଇ ଚଳିବା ସହ ଆମ ଶରୀରରେ ତାପମାତ୍ରା ହ୍ରାସ ଓ ବୃଦ୍ଧି ପାଇବାକୁ ସନ୍ତୁଳିତ ରଖିବା ପାଇଁ ଆମ ଶରୀରର ମସ୍ତିଷ୍କରେ ‘ହାଇପୋଥାଲାମସ’ ନାମକ ଏକ ଗ୍ରନ୍ଥି ରହିଛି। ଶରୀରରେ ଯେତେବେଳେ ଉକ୍ତ ସନ୍ତୁଳିତ ପ୍ରକ୍ରିୟା ହୋଇପାରି ନ ଥାଏ ବା ନିୟନ୍ତ୍ରଣ ପ୍ରକ୍ରିୟା ଶରୀରରେ ଠିକ୍‌ ଭାବେ ହୋଇପାରି ନ ଥାଏ ସେତେବେଳେ ମନୁଷ୍ୟ ସୌରତାପ ସହ୍ୟ କରି ନ ପାରି ‘ଅଂଶୁଘାତ’ର ଶିକାର ହୋଇଥାଏ। ଜଳବାୟୁରେ ତାପମାତ୍ରା ଅଧିକ ଥିବା ସମୟରେ ମନୁଷ୍ୟ ଯାତାୟାତ କରିବା ଦ୍ୱାରା ଶରୀରରେ ତାପମାତ୍ରା ବୃଦ୍ଧି ପାଇବା ସହ ଶାରୀରିକ ଓ ମାନସିକ ସ୍ତରରେ ଅସନ୍ତୁଳିତ ଅବସ୍ଥା ସୃଷ୍ଟି ହୋଇଥାଏ। ବେଳେବେଳେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବା ଦ୍ୱାରା ମନୁଷ୍ୟ ଚେତାଶୂନ୍ୟ ହେବା ସହ ଶରୀରରେ ବାତ ମାରିବା ପରି ଲକ୍ଷଣ ଦେଖାଯାଏ। ଶରୀରର ବାହ୍ୟଚର୍ମ ଉତ୍ତାପଯୁକ୍ତ ଓ ଶୁଷ୍କ ହେବାସହ ଶରୀରରୁ ବେଳେ ବେଳେ ଝାଳ ନିର୍ଗତ ହୁଏ। ଦୁର୍ବଳ ଲାଗିବା, ବାନ୍ତି ଲାଗିବା, ମୁଣ୍ଡ ଘୂରାଇବା ଆଦି ଲକ୍ଷଣ ଦେଖାଯାଏ। ଏହି ସମୟରେ ରୋଗୀଙ୍କୁ ତତ୍‌କ୍ଷଣାତ୍‌ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ଉଚିତ ନଚେତ ରୋଗୀ ମୁତ୍ୟୁମୁଖରେ ପଡ଼ିବାର ଆଶଙ୍କା ରହିଥାଏ। ଚିକିତ୍ସା ଶାସ୍ତ୍ର ମତାନୁସାରେ ଛୋଟ ପିଲାମାନଙ୍କ ଶରୀରରେ ହାରାହାରି ତାପମାତ୍ରା ୯୭.୯ ଡିଗ୍ରୀ ଫାରେନହାଇଟରୁ ୯୯ ଡିଗ୍ରୀ ଫାରେନହାଇଟ(୩୭.୨ଡିଗ୍ରୀ ସେଲ୍‌ସିୟସ) ଏବଂ ପ୍ରାପ୍ତବୟସ୍କ (୬୫ ବର୍ଷରୁ ଅଧିକ) ଲୋକଙ୍କଠାରେ ହାରାହାରି ତାପମାତ୍ରା ୯୮.୭ ଡିଗ୍ରୀ ଫାରେନାଇଟ ରହିବା ଉଚିତ। ଜଳବାୟୁର ପରିବର୍ତ୍ତନ ହେତୁ ତାପମାତ୍ରା ବୃଦ୍ଧି ପାଇବା ସହ ଶରୀରରେ ସ୍ବାଭାବିକ ସ୍ଥିତି ବିଗିଡ଼ି ଯାଇଥାଏ। ଏଥିଯୋଗୁ ନିମ୍ନ ରକ୍ତଚାପ, ଶ୍ୱାସକ୍ରିୟାରେ ପ୍ରଖରତା, ନାଡ଼ିର ଗତି ବୃଦ୍ଧି ପାଇବା, ପରିସ୍ରାର ପରିମାଣ କମି ହଳଦିଆ ବର୍ଣ୍ଣ ହୋଇଥାଏ। ଏହାବ୍ୟତୀତ ମାଂସପେଶୀ ଅକୁଞ୍ଚନ ହେବା ସହ ଯନ୍ତ୍ରଣା ଅନୁଭବ ହେବା, ମୁଣ୍ଡ ବିନ୍ଧିବା ସହ ଦୁର୍ବଳ ଲାଗିଥାଏ। ଏହି ସମୟରେ ରୋଗୀକୁ ତୁରନ୍ତ ନିକଟସ୍ଥ ଚିକିତ୍ସାକେନ୍ଦ୍ରକୁ ନେଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବା ଦରକାର।
ସାଧାରଣତଃ ନିମ୍ନ ରକ୍ତଚାପ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ବ୍ୟକ୍ତି, ମଧୁମେହ, ଯକ୍ଷ୍ମାରେ ସଂକ୍ରମିତ ରୋଗୀ, ଦୁର୍ବଳ ବ୍ୟକ୍ତି, ଛୋଟ ପିଲା ବୃଦ୍ଧାବୃଦ୍ଧ, ଗର୍ଭବତୀ, ଖରାରେ ଅଧିକ ସମୟ ରହି କାର୍ଯ୍ୟ କରୁଥିବା ବ୍ୟକ୍ତି, ଅଧିକ ମୋଟା ବ୍ୟକ୍ତି, ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଗ୍ରୀଷ୍ମଋତୁରେ ଅଧିକ ସତର୍କତା ଅଲମ୍ବନ କରିବା ନିହାତି ଜରୁରୀ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri