ବଜେଟ ପରେ ବଦଳୁନାହିଁ ସ୍ବାସ୍ଥ୍ୟସେବା

ନୂଆଦିଲ୍ଲୀ,୨୦।୧୨: ଦେଶବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ପ୍ରତିବର୍ଷ ବଜେଟରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି। ହେଲେ ବାସ୍ତବରେ ଉକ୍ତ ଅର୍ଥ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କିପରି ବିନିଯୋଗ ହେଉଛି, ସେ ସବୁ ବିଷୟରେ କାହା ପାଖରେ ସଠିକ ସୂଚନା ନାହିଁ। ଫଳରେ କୋଭିଡ୍‌ ସମୟରେ ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରର ଅସଲ ଚିତ୍ର ସମ୍ପର୍କରେ ଦେଶବାସୀ ଏପରିକି ସରକାର ଅବଗତ ହୋଇଛନ୍ତି। ଏଭଳି ସମୟରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଓ ନୀତି ଆୟୋଗଙ୍କ ଏକ ରିପୋର୍ଟ ଦେଶର ସ୍ବାସ୍ଥ୍ୟସେବା ଅବ୍ୟବସ୍ଥାର ବାସ୍ତବ ସତକୁ ପରିପ୍ରକାଶ କରିଛି। ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଚିକିତ୍ସା ଅଭାବ ଓ ଆବଶ୍ୟକତା ସମୟରେ ଚିକିତ୍ସା ନ ପାଇବା ଯୋଗୁ ୩୦%ରୁ ଅଧିକ ରୋଗୀ ମୃତ୍ୟୁଙ୍କ ହେଉଥିବା କୁହାଯାଇଛି। ନିକଟରେ ଦିଲ୍ଲୀ ଏମ୍‌ସ ଓ ନୀତି ଆୟୋଗ ଦେଶର ୨୯ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୧୦୦ରୁ ଊର୍ଦ୍ଧ୍ୱ ବଡ଼ ହସ୍ପିଟାଲ ଓ ଜିଲା ହସ୍ପିଟାଲରେ ଉପଲବ୍ଧ ସ୍ବାସ୍ଥ୍ୟସେବା ଏବଂ ବିଭିନ୍ନ ସୁବିଧା ପ୍ରଦାନକୁ ନେଇ ଉକ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ରିପୋର୍ଟରେ ଏହିସବୁ ହସ୍ପିଟାଲମାନଙ୍କ ଜରୁରିକାଳୀନ ୱାର୍ଡକୁ ଆସିଥିବା ୩୦% ରୋଗୀ ଆବଶ୍ୟକ ସମୟରେ ଚିକିତ୍ସା ନ ପାଇ ମୃତ୍ୟୁମୁଖରେ ପଡିଥିବା ଜଣାପଡିଛି। ଏହା ଛଡା ଜରୁରିକାଳୀନ ବିଭାଗରେ ଅଧିକାଂଶ ଚିକିତ୍ସା ଅର୍ଥପେଡିକ୍‌ ସର୍ଜନଙ୍କ ଦ୍ୱାରା କରାଯାଉଛି। ସେହିପରି ଦୁର୍ଘଟଣା ଓ ସଡ଼କ ଦୁର୍ଘଟଣାରେ ଆହତ ରୋଗୀ ମଧ୍ୟ ଜରୁରିକାଳୀନ ଚିକିତ୍ସା ପ୍ରଦାନ ପରେ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଅପରପକ୍ଷରେ ସ୍ବାସ୍ଥ୍ୟଗତ ଜଟିଳତା ଲାଗି ଆସୁଥିବା ରୋଗୀ ମଧ୍ୟ ଡାକ୍ତରଙ୍କ ଅଭାବରୁ ମୃତ୍ୟୁମୁଖରେ ପଡୁଥିବା ଜଣାପଡିଛି। ଏତଦ୍‌ବ୍ୟତୀତ ଦେଶର ମାତ୍ର ୯% ହସ୍ପିଟାଲରେ ଜରୁରିକାଳୀନ ବିଭାଗରେ ଆବଶ୍ୟକ ଔଷଧ ଉପଲବ୍ଧ ରହୁଥିବା ବେଳେ ଅନ୍ୟ ହସ୍ପିଟାଲମାନଙ୍କରେ ରହୁନଥିବା ଜଣାପଡିଛି। ଏପରିକି ଅନେକ ହସ୍ପିଟାଲରେ ଟ୍ରମା ସର୍ଜନ ମଧ୍ୟ ନାହାନ୍ତି। ତେବେ ୯୧% ହସ୍ପିଟାଲରେ ଜରୁରିକାଳୀନ ସେବା ଯୋଗାଇବା ଲାଗି ଆମ୍ବୁଲାନ୍ସ ଉପଲବ୍ଧ ହେଉଥିବା ବେଳେ ଏଥିରୁ ୩୪% ଗାଡ଼ିରେ ପ୍ରଶିକ୍ଷିତ ଅର୍ଦ୍ଧ ଚିକିତ୍ସକୀୟ କର୍ମଚାରୀ ରହୁଛନ୍ତି। ରିପୋର୍ଟରେ ହସ୍ପିଟାଲଗୁଡ଼ିକ ଲାଗି ଜରୁରୀ ମେଡିସିନ ୱାର୍ଡ ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି। ଏହି ରିପୋର୍ଟ ଅନୁସାରେ ଦେଶର ଅଧିକାଂଶ ଜରୁରିକାଳୀନ ମାମଲା ଏବେ ଘରୋଇ ହସ୍ପିଟାଲକୁ ଯାଉଛି। ଘରୋଇ ହସ୍ପିଟାଲମାନଙ୍କୁ ୩୧ରୁ ୩୯% ମାମଲା ପହଞ୍ଚୁଥିବା ବେଳେ ସରକାରୀ ହସ୍ପିଟାଲକୁ ମାତ୍ର ୧୯ରୁ ୨୪% ମାମଲା ପହଞ୍ଚୁଛି। ଦେଶର ହସ୍ପିଟାଲଗୁଡ଼ିକରେ ଉପଲବ୍ଧ ବେଡ୍‌ ମଧ୍ୟରୁ ମାତ୍ର ୩% ଜରୁରିକାଳୀନ ରୋଗୀଙ୍କ ଲାଗି ସଂରକ୍ଷିତ ରଖିବାକୁ ଏହା ପୂର୍ବରୁ ଏମ୍‌ସ ତାଙ୍କର ଏକ ରିପୋର୍ଟରେ ସୂଚିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri