ପୂର୍ଣ୍ଣମାତ୍ରାରେ କାମ କରୁନି ସ୍ୱାସ୍ଥ୍ୟକାର୍ଡ

ଖଇରା,୧୨।୨(ଡି.ଏନ.ଏ.): ଦିନକୁ ଦିନ ସ୍ବାମୀଙ୍କ ସ୍ବାସ୍ଥ୍ୟରେ ଅବନତି ଘଟୁଛି। ଏପଟେ ୨ନାବାଳକ ସନ୍ତାନଙ୍କୁ ଲାଳନପାଳନ ଚିନ୍ତା। ସ୍ବାମୀଙ୍କ ଚିକିତ୍ସା ଚିନ୍ତାରେ ଖାଇବା ପିଇବା ଭୁଲିଗଲେଣି ବାଲେଶ୍ୱର ଜିଲା ଖଇରା ବ୍ଲକ ଗଣ୍ଡିବେଡ ଗ୍ରାମର ପ୍ରମିତା ଦାସ। ସ୍ବାମୀଙ୍କ ଅସ୍ତ୍ରୋପଚାର ଲାଗି ଅଧିକ ଅର୍ଥ ଆବଶ୍ୟକ ହେଉଥିବାରୁ ସେ ବୁଲି ବୁଲି ସହାୟତା ଲାଗି ଲୋକଙ୍କୁ ଆକୁଳ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ପୂର୍ଣ୍ଣମାତ୍ରାରେ ବ୍ୟବହାର କରିବାକୁ ନର୍ସିଂହୋମ ମାଲିକ ମନା କରୁଥିବାରୁ ଏହାକୁ ନେଇ ପ୍ରମିତା ଚିନ୍ତାରେ ପଡିଛନ୍ତି।
କହିବା ଅନୁଯାୟୀ, ସ୍ବାମୀ କିଶୋର କୁମାର ଦାସ(୪୩)ଙ୍କ ଜିଭରେ ୧୦ମାସ ତଳେ ଏକ ଘା ହୋଇଥିଲା। ଡାକ୍ତରଙ୍କୁ ପଚାରି ଔଷଧ ଖାଇବା ପରେ ତାହା ପ୍ରଥମେ କମିଯାଇ ପରେ ବାହାରିଥିଲା। ବାରମ୍ବାର ଏମିତି ହେବା ପରେ ସେ କଟକରେ ଡାକ୍ତରଙ୍କୁ ଦେଖାଇବା ପରେ କର୍କଟ ହୋଇଥିବା ସେ କହିଥିଲେ। କେମୋ ନେବା ଓ ଲାଇଟ୍‌ ପଡିବା ପରେ ଏହା କମିବା ପରିବର୍ତ୍ତେ ଏବେ ଗଳା ଓ ନାକ ପର୍ଯ୍ୟନ୍ତ କାୟା ବିସ୍ତାର କଲାଣି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧ଲକ୍ଷ ୪୦ହଜାର ମିଳିବା ପରେ ଏବେ ଅଧିକ ଦେବାକୁ କଟକରେ ଚିକିତ୍ସା କରୁଥିବା ନର୍ସିଂହୋମ ମାଲିକ ମନା କରୁଥିବା ପ୍ରମିତା ଅଭିଯୋଗ କରିଛନ୍ତି। ପୁରୁଷ ଲୋକଙ୍କ ପାଇଁ ୫ଲକ୍ଷ ବ୍ୟବସ୍ଥା ଥିବା ବେଳେ ନର୍ସିଂହୋମ ମାଲିକଙ୍କ ଏଭଳି ଆଚରଣକୁ ନେଇ ସେ ନିରାଶ ହୋଇପଡିଛନ୍ତି। ଅସ୍ତ୍ରୋପଚାର ପାଇଁ ୫ଲକ୍ଷ ଟଙ୍କା ଦରକାର ଥିବାରୁ ସହାୟତା ପାଇଁ ବିଭିନ୍ନ ସଙ୍ଗଠନ ଓ ନେତା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri