ସବୁଠୁ ମୋଟା ହେବାକୁ ଚାହୁଁଥିଲେ ଯୁବତୀ, ହେଲେ ପ୍ରେମିକଙ୍କ ପାଇଁ….

ମେଦବହୁଳତା ଦୁନିଆର ସବୁଠୁ ବଡ଼ ସମସ୍ୟା। ଶରୀରରୁ ଚର୍ବି କମ୍‌ କରିବା ପାଇଁ ଲୋକେ ଡାଇଟ୍‌ ଠାରୁ ଆରମ୍ଭ କରି ଜିମ୍‌ ଯିବା ପର୍ଯ୍ୟନ୍ତ ବହୁତ ପରିଶ୍ରମ କରିଥାନ୍ତି। ହେଲେ ଆମେରିକାର ଟେକ୍ସାସରେ ରହୁଥିବା ମୋନିକା ରୁଲେ ଏହାର ଠିକ୍‌ ଓଲଟା ଚାହୁଁଥିଲେ। ଅର୍ଥାତ୍‌ ସେ ମୋଟା ହେବାକୁ ଅର୍ଥାତ୍‌ ନିଜର ଓଜନ ବଢ଼ାଇବାକୁ ଚାହୁଁଥିଲେ। ଏକଦା ତାଙ୍କର ଓଜନ ୩୧୭ କିଲୋରେ ପହଞ୍ଚିଥିଲା। ମାତ୍ର ପରେ ସେ ପତଳା ହେବାକୁ ଚେଷ୍ଟାକଲେ। ଏହାର କାରଣ ହେଉଛନ୍ତି ତାଙ୍କର ପ୍ରେମିକ ା ପ୍ରେମିକ ଚାହୁଁଥିଲେ ସେ ମା’ ହୁଅନ୍ତୁ। ତେଣୁ ମୋନିକା ଯେତେବେଳେ ଗର୍ଭବତୀ ହେଲେ ତାଙ୍କର ମୋଟା ହେବାର ସ୍ବପ୍ନ ଭାଙ୍ଗିଗଲା। ଏ ନେଇ ମୋନିକା କହିଥିଲେ ଯେ, ମୋଟା ହେବାଠାରୁ ମା’ ହେବାର ସ୍ବପ୍ନ ତାଙ୍କ ପାଇଁ ସବୁଠୁ ବଡ଼। ତେଣୁ ସେ ପତଳା ହେବାକୁ ଚେଷ୍ଟା କଲେ। ମୋନିକାଙ୍କ ଏହି କାହାଣୀ କିଛି ବର୍ଷ ପୂର୍ବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Share