ପିଲାମାନଙ୍କୁ ସଠିକ୍‌ ମାର୍ଗ ଦର୍ଶନ ସହ ଅଧିକ ସମୟ ଦେବାକୁ ପରାମର୍ଶ

ଗଞ୍ଜାମ,୧୨ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ କନ୍‌ଫରେନ୍ସ ହଲ୍‌ଠାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଦିନିକିଆ ପ୍ରଧାନଶିକ୍ଷୟିତ୍ରୀ/ଶିକ୍ଷକ ସମ୍ମିଳନୀ ଓ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିବା ସହ ପିଲାମାନଙ୍କୁ ସଠିକ ମାର୍ଗ ଦର୍ଶନ ସହ ପିଲାମାନଙ୍କ ପାଇଁ ଅଧିକ ସମୟ ଦେବାକୁ ପରାମର୍ଶ ଦେଇଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ ସରୋଜ କୁମାର ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସଂଯୁକ୍ତା ବେହେରା, ବିନିତା କୁମାରୀ ମିଶ୍ର, ଭାରତୀ ବିଦ୍ୟାପୀଠ ପ୍ରଧାନଶିକ୍ଷକ ମନୋଜ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ବିଇଓ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଖଣ୍ଡଦେଉଳି ସିଆରସିସି ସଞ୍ଜୟ କୁମାର ତରାଇ, ଆର ନୁଆଁ ଗାଁ ସିଆରସିସି ରବୀନ୍ଦ୍ର କୁମାର ପଣ୍ଡା, ଆବାସିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ବାସନ୍ତୀ ବେହେରା, ଭାଗ୍ୟଲତା ମୁଦୁଲି, ଲକ୍ଷ୍ମଣ ସେଠି, ସୁଶାନ୍ତ କୁମାର ତରାଇଙ୍କ ସମେତ ଅନ୍ୟ ସିଆରସିସିମାନେ ପରିଚାଳନା କରିଥିଲେ। ବ୍ଲକର ସମସ୍ତ ପ୍ରଧାନ ଶିକ୍ଷୟିତ୍ରୀ/ଶିକ୍ଷକ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share