ହିଞ୍ଜିଳିକାଟୁ,୯।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଆଲପୁର ଛକ ନିକଟରେ ସୋମବାର ଏକ ଟାଟା ଏସି ଏବଂ ଯାତ୍ରୀବାହୀ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୬ ମହିଳା ଯାତ୍ରୀଙ୍କ ସମେତ ଉଭୟ ଗାଡ଼ିର ୮ଜଣ ଗୁରୁତର ଆହତ ହୋଇଛନ୍ତି।
ଶେରଗଡ଼ ଥାନା ମହୁରୀକଣା ଗ୍ରାମର ୬ଜଣ ମହିଳା ଏକ ଅଟୋରେ ଅନ୍ତରିଗାଁସ୍ଥିତ ଗୁପ୍ତେଶ୍ୱର ଶୈବପୀଠକୁ ଯାଉଥିବା ବେଳେ ରାଳବରୁ ଗିରିଆ ଅଭିମୁଖେ ଯାଉଥିବା ଏକ ଟାଟା ଏସି ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣାରେ ଅଟୋ ଚାଳକ ବିଦ୍ୟୁତ୍ ଖୁଣ୍ଟ ଏବଂ ଗାଡ଼ି ମଧ୍ୟରେ ଚାପି ହୋଇ ରହିଥିବା ବେଳେ ଗ୍ରାମବାସୀଙ୍କ ସହଯୋଗରେ ପ୍ରାୟ ଘଣ୍ଟାଏ ପରେ ଉଦ୍ଧାର କରାଯାଇଥିଲା। ଆହତଙ୍କୁ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ଥିବା ୭ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛି।