ଟ୍ରେନ୍‌ ଚକା ତଳୁ ଯୁବକଙ୍କୁ ବଞ୍ଚାଇଲେ ହେଡ୍‌ କନଷ୍ଟେବଳ, ଜାଣନ୍ତୁ ପୁରା ଘଟଣା…

ରାୟଗଡ଼ା,୧୪।୮(ଆଶିଷରଞ୍ଜନ ପଣ୍ଡା)- ମୋବାଇଲ ତଳେ ପଡିଯିବାରୁ ଚଳନ୍ତା ଟ୍ରେନରୁ ଓହ୍ଲାଇ ମୋବାଇଲ କାଡିବାକୁ ଚେଷ୍ଟା କରୁଥିବା ଜଣେ ଯୁବକଙ୍କୁ ମରଣ ମୁହଁରୁ ବଞ୍ଚାଇଛନ୍ତି ଆର୍‌ପିଏଫ୍‌ ହେଡ୍‌ କନଷ୍ଟେବଳ ଏମ୍‌.ଭି.ଜେ.ରାଓ । ଏହିଭଳି ଏକ ଘଟଣା ଘଟିଛି ରାୟଗଡ଼ା ରେଳ ଷ୍ଟେସନ ପ୍ଲାଟ ଫର୍ମ ନଂ-୫ରେ। ତେବେ ଯୁବକ ଜଣକ ଆହତ ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଆହତ ଯୁବକ ଜଣକ ହେଲେ ତାମିଲନାଡୁ ରାଜ୍ୟର ପୃଥ୍ବୀରାଜ(୪୨) ।

ହେଲେ ଡ୍ୟୁଟିରେ ଥିବା କନେଷ୍ଟବଳ ରାଓଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଘଟଣାରୁ ପ୍ରକାଶ ଯେ, ବିଶାଖାପାଟଣା-ହଜରତନିଜାମୁଦ୍ଦିନ(୧୨୮୦୭) ଟ୍ରେନର ବି-୨(୪୬) ନଂ ସିଟର ପାସେଞ୍ଜର ପୃଥ୍ବୀରାଜ ରାୟଗଡ଼ ଷ୍ଟେଶନରେ ପ୍ଲାଟଫର୍ମ ନଂ୫ରୁ ଟ୍ରେନରେ ଚିଢିଥିଲେ । ଏହି ସମୟରେ ତାଙ୍କ ମୋବାଇଲ ପ୍ଲାଟଫର୍ମରେ ପଡି ଯାଇଥିଲା। ତେବେ ପୃଥ୍ବୀରାଜ ମୋବାଇଲ କାଡିବା ପାଇଁ ଚଳନ୍ତା ଟ୍ରେନରୁ ଓହ୍ଲାଇ ମୋବାଇଲ କାଡିବାକୁ ଚେଷ୍ଟା କରିବା ବେଳେ ରେଳ ଟ୍ରାକ ଭିତରକୁ ଟାଣି ହୋଇଯାଇଥିଲେ।

ସେତିକିବେଳେ ଡ୍ୟୁଟିରେ ଥିବା ଆର୍‌ପିଏଫ ହେଡ୍‌ କନେଷ୍ଟବଳ ରାଓ ଏହା ଦେଖି ପୃଥ୍ବୀରାଜଙ୍କୁ ତୁରନ୍ତ ନିଜ ଆଡ଼କୁ ଟାଣି ଆଣିଥିଲେ । ଫଳରେ ପୃଥ୍ବୀରାଜ ଆହତ ହୋଇଥିଲେ ହେଁ ଅଳ୍ପକେ ତାଙ୍କ ଜୀବନ ବଞ୍ଚିଯାଇଥିଲା । ରାଓଙ୍କ ଏହିଭଳି ସାହସିକତା ଓ ଉପସ୍ଥିତି ବୁଦ୍ଧି ଯୋଗୁ ବିଭାଗୀୟ ଅଧିକାରୀଙ୍କ ସହ କର୍ମଚାରୀ ଏବଂ ଜନସାଧାରଣ ସାଧୁବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍‌, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri