Posted inଜାତୀୟ

ପତ୍ନୀ, ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ନିଜେ କଲେ ଆତ୍ମହତ୍ୟା

ଅମରାବତୀ,୫।୧୦: ଆନ୍ଧ୍ରପ୍ରଦେଶରେ ଜଣେ ୫୫ ବର୍ଷୀୟ ପୋଲିସ ହେଡ କନଷ୍ଟେବଳ ନିଜ ପତ୍ନୀ ଏବଂ ଦୁଇ ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପୋଲିସ ଏହି ଘଟଣାର ତଦନ୍ତ କରି ହତ୍ୟାକାଣ୍ଡ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁଛି। ଗୁରୁବାର ସକାଳେ ଏହି ଘଟଣା ଘଟିଛି। ପୋଲିସ ଘଟଣାସ୍ଥଳରୁ ଏକ ଆତ୍ମହତ୍ୟା ନୋଟ ମଧ୍ୟ ଜବତ କରିଛି।

ସୂଚନାଯୋଗ୍ୟ, ଏହି ଘଟଣା କଡପ୍ପାରେ ଘଟିଛି। ଭେଙ୍କଟେଶ୍ୱରାଲୁ କଡପ୍ପା ପୋଲିସ ଷ୍ଟେଶନରେ କାର୍ଯ୍ୟ କରନ୍ତି। ପୋଲିସ କହିଛି ଯେ, ଭେଙ୍କଟେଶ୍ୱରାଲୁ ବୁଧବାର ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ କାମ କରିଥିଲେ ଏବଂ ପରେ ପିସ୍ତଲ ଏବଂ କିଛି ଗୁଳି ନେଇ ତାଙ୍କ ଘରକୁ ଯାଇଥିଲେ। ଭେଙ୍କଟେଶ୍ୱରାଲୁଙ୍କ ବଡ ଝିଅ ପ୍ରଥମ ବର୍ଷ ସ୍ନାତକ ପଢୁଥିବା ବେଳେ ସାନ ଝିଇ ଦଶମ ଶ୍ରେଣୀରେ ପଢୁଥିଲେ। କୁହାଯାଉଛି ଯେ, ମୃତକ ହେଡ କନଷ୍ଟେବଳ ଷ୍ଟକ ମାର୍କେଟରେ ବହୁ ଟଙ୍କା ହରାଇଥିଲେ ଏବଂ ପରିବାରର କିଛି ସମସ୍ୟା ଯୋଗୁ ମଧ୍ୟ ସେ ଚିନ୍ତାରେ ଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ଜିର୍ଣ୍ଣୋଦ୍ଧାର ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ୫ ଦିନ ବ୍ୟାପୀ…

CBSE ପ୍ରସଙ୍ଗକୁ ନେଇ ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୮।୫: CBSE ର ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରମାନଙ୍କ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ ମଧ୍ୟରେ, ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟ ତୀବ୍ର ହୋଇଛି। ଗୁରୁବାର,…

ସଚିନ ତେନ୍ଦୁଲକରଙ୍କ ଟୁଇଟ ଉପରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟା ଭାଇରାଲ, କହିଲେ ‘କ୍ରିକେଟର ଭଗବାନ’…

ନୂଆଦିଲ୍ଲୀ,୨୮।୫: ବୈଭବ ସୂର୍ଯ୍ୟବଂଶୀ ଇଣ୍ଡିଆନ ପ୍ରିମିୟର ଲିଗରେ ଚମକାଇ ଚାଲିଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ସନରାଇଜର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri