Posted inଖେଳ

ଜୟପୁରରେ ପହଞ୍ଚିଲେ

ଜୟପୁର,୧୩।୧୧: ଭାରତୀୟ କ୍ରିକେଟରେ ଏକ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୧ ପରେ ବିରାଟ କୋହଲି ଏହି ଫର୍ମାଟରୁ ଅଧିନାୟକତ୍ୱ ଛାଡିବା ପରେ ରୋହିତ ଶର୍ମା ଦାୟିତ୍ୱ ଗ୍ରହଣ କରିଛନ୍ତି। ରବି ଶାସ୍ତ୍ରୀଙ୍କ ସ୍ଥାନରେ ରାହୁଲ ଦ୍ରାବିଡ଼ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ ସ୍ଥାନ ନେଇଛନ୍ତି। ନଭେମ୍ବର ୧୭ରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷରେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶିକ୍ଷକ ଭାବେ ଏହା ଦ୍ରାବିଡ଼ଙ୍କର ପ୍ରଥମ ସିରିଜ ହେବ। ସାୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି -୨୦ ଅନ୍ତର୍ଜାତୀୟ ପାଇଁ ଭାରତୀୟ ଦଳ ଜୟପୁରରେ ପହଞ୍ଚିଛି। ଜୟପୁର ବିମାନବନ୍ଦରରେ ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସିରାଜ ଏବଂ ରାହୁଲ ଦ୍ରାବିଡଙ୍କ ଆଗମନ ଉପରେ ଫଟୋ କ୍ଲିକ କରାଯାଇଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ଆନ୍ତର୍ଜାତୀୟ ସିରିଜ ଏବଂ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଭାରତୀୟ ଦଳର ଯାତ୍ରା ଟି -୨୦ ବିଶ୍ୱକପ ୨୦୨୧ ର ସୁପର ୧୨ ରାଉଣ୍ଡରେ ଶେଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଆରମ୍ଭ ହେବ ମ୍ୟାଚ୍‌

ପୁଣେ,୫।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଲାଯିବ। ଏହି ସିରିଜକୁ କବ୍‌ଜା କରିବା...

ଫାଇନାଲ ରାଉଣ୍ଡରେ ନାଗଲ

ନ୍ୟୁୟର୍କ,୨୩।୮(ପିଟି): ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଖେଳିବାର ନିକଟତର ହୋଇଛନ୍ତି। ୟୁଏସ୍‌ ଓପନ ଟୁର୍ନାମେଣ୍ଟର କ୍ୱାଲିଫାୟର୍ସରେ ନାଗଲ ଦ୍ୱିତୀୟ...

ବିରାଟ-ଅନୁଷ୍କା ଝିଅର ନାମ କ’ଣ ରଖିଲେ ଜାଣନ୍ତୁ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା...

ମାତ୍ର ୩ ଦିନରେ କୋଚ୍‌ ପଦବୀ ଛାଡ଼ିଲେ କିମ୍ବଦନ୍ତୀ କ୍ରିକେଟର

କଲମ୍ବୋ, ୨୨ା୨- ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଶ୍ରୀଲଙ୍କା ଦଳର ବୋଲିଂ କୋଚ୍‌ ପଦରେ ଚାମିଣ୍ଡା ଭାସଙ୍କୁ ନିଯୁକ୍ତ କରାଯାଇଥିଲା। ମାତ୍ର ୩ ଦିନରେ ସେ ଏହି...

ରାଫାଲ ଭାରତରେ ପହଞ୍ଚିବା ପରେ ପଡ଼ୋଶୀ ଦେଶରେ ଆସିଲା ୮.୫ ତୀବ୍ରତାର ଭୂକମ୍ପ

ନୂଆଦିଲ୍ଲୀ,୨୯।୭: ଫ୍ରାନ୍ସରୁ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫାଲ ବିମାନ ବୁଧବାର ଭାରତରେ ପହଞ୍ଚିଛି। ପ୍ରାୟ ୭ ହଜାର କିମି ପାର୍‌ହୋଇ ଅମ୍ବାଲା ବାୟୁସେନା ଘାଟିରେ ଏହି...

ଆଇସିସି ବିଶ୍ୱକପ୍‌: ଆଫଗାନିସ୍ତାନ- ଓ୍ବେଷ୍ଟଇଣ୍ଡିଜ ସମ୍ମାନ ଲଢ଼େଇ

ଲିଡ୍ସ,୪।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିସାରିଥିବା ଦୁଇ ଦଳ ଓ୍ବେଷ୍ଟଇଣ୍ଡିଜ ଓ ଆଫଗାନିସ୍ତାନ ସେମାନଙ୍କ ଶେଷ ଲିଗ୍‌ ମ୍ୟାଚ୍‌ରେ ଗୁରୁବାର ପରସ୍ପରକୁ...

ଏହି କ୍ରିକେଟର୍‌ଙ୍କ ଧୈର୍ଯ୍ୟକୁ ଦେଶ କରୁଛି ସଲାମ

ନୂଆଦିଲ୍ଲୀ,୨୮।୨: କଥାରେ ଅଛି, ଦୁଃଖ ଯେତେବେଳେ ଆସେ ଭାଇ-ବନ୍ଧୁ-କୁଟୁମ୍ବ ଧରି ଆସେ। ବରୋଦା କ୍ରିକେଟର ବିଷ୍ଣୁ ସୋଲାଙ୍କିଙ୍କ କ୍ଷେତ୍ରରେ ଏହି ଉକ୍ତିର ଯଥାର୍ଥ ପ୍ରତିପାଦିତ ହୋଇଛି।...

ସଚିନଙ୍କ ପୁଅ ସପକ୍ଷରେ ବାହାରିଲେ ଅଭିନେତା, କହିଲେ ଏମିତି

ମୁମ୍ବାଇ,୨୦।୨: ଭାରତର କିମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ କିଣିଛି। ଚେନ୍ନାଇରେ ଆୟୋଜିତ ଆଇପିଏଲର ୧୪ଶ ସଂସ୍କରଣର ଅକ୍ସନରେ...

Advertisement
Archives

Model This Week