ଉଦଳା,୧୯।୧୧(ସନ୍ତୋଷ କୁମାର ବାଚ୍ଛିନୀ): ଗାଁ କୁ ଚୋରି କରିବାକୁ ପଶିଥିଲେ, ଆଉ ଗାଁ ଲୋକଙ୍କ ହାବୁଡ଼ରେ ଧରା ପଡିଯିବା ପରେ ଖାଇଲେ ନିର୍ଘାତ ମାଡ଼। ମାଡ଼ରେ ଚାଲିଗଲା ଚୋରଙ୍କ ଜୀବନ। ଅନ୍ୟ ଜଣେ ଗୁରୁତର। ଏଭଳି ଘଟଣା ଘଟିଛି ଉଦଳା ଥାନା ଧାନଘେରା ଗ୍ରାମରେ। ବିଳମ୍ବିତ ରାତିରେ ଧାନଘେରା ଗ୍ରାମକୁ ଦେଉଳା ଗ୍ରାମର ବାପି କୋହ୍ଲାର ଏବଂ କାହ୍ନୁ ମଢେଇ ସିଲିଣ୍ଡର ଚୋରି କରିବା ନିମନ୍ତେ ପଶିଥିଲେ। ୨ ଘରୁ ସିଲିଣ୍ଡର ଚୋରି କରି ବାହାରି ଆସୁଥିବା ବେଳେ ଗ୍ରାମବାସୀଙ୍କୁ ହାବୁଡ଼ରେ ପଡ଼ିଥିଲେ। ଗ୍ରାମବାସୀ ୨ ଚୋର ଙ୍କୁ ଧରି ନିର୍ଘାତ ମାଡ଼ ମାରି ଗୁରୁତର କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଚୋରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଚାଲିଗଲା ଚୋର ବାପି ବିନ୍ଧାଣୀର ଜୀବନ। ଯାହାକୁ ନେଇ ପୋଲିସ ଖୋଳତାଡ଼ କରି ମାଡ଼ ମାରିଥିବା ୧୦ରୁ ଅଧିକ ଗ୍ରାମବାସୀଙ୍କୁ ଉଠାଇ ଆଣି ପଚରାଉଚରା କରୁଛି।


