Categories: ଫୁରସତ

ସିଂହ ସହ କରୁଥିଲେ ଭିଡିଓ, ପାଇଲେ ପାନେ

କୁହାଯାଏ, ଦୂରରୁ ବି ସିଂହ ଭୟଙ୍କର। ସେଥିପାଇଁ ଏମାନଙ୍କୁ ପଞ୍ଜୁରି ଭିତରେ ରଖାଯାଏ। ଏବେ ଆଫ୍ରିକୀୟ ପ୍ରାଣୀ ଉଦ୍ୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ସିଂହକୁ ବିରକ୍ତ କରିବାରୁ ଏହାର କୁପରିଣାମ କିପରି ଭୋଗିବାକୁ ପଡ଼ିଲା ତାହା ଦେଖିବାକୁ ମିଳିଛି।

 

ଭିଡିଓରେ ଜଣେ ବ୍ୟକ୍ତି ନଜର ଆସିଛନ୍ତି। ଯିଏ ଉଦ୍ୟାନ ବୁଲିବାକୁ ଆସି ସିଂହ ସହିତ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରୁଥିଲେ। ସେତେବେଳେ ସିଂହ ଯାହା କଲା ତାହା ବିଶ୍ୱାସ କରିବେ ନାହିଁ।ଭାଇରାଲ ଭିଡିଓରେ, ବ୍ୟକ୍ତି ଜଣକ ସିଂହର କେଜ୍‌ ବାହାରେ ଠିଆ ହୋଇଛନ୍ତି। ସିଂହ ତାଙ୍କୁ ଗୁମ୍ଫା ଭିତରୁ ଦେଖୁଛି। ବ୍ୟକ୍ତି ଜଣକ ତାରଜାଲିରେ ହାତ ପୂରାଇ ସିଂହ ସହ ଖେଳୁଥିଲେ। ଯାହାକୁ ଜଙ୍ଗଲର ରାଜା ପସନ୍ଦ କଲେ ନାହିଁ। ପ୍ରଥମେ ସିଂହ କିଛି କରି ନ ଥିଲା। କିନ୍ତୁ କିଛି ସମୟ ପରେ ରାଗି ରାଗି ଥିବା ସିଂହଟି ବ୍ୟକ୍ତିଙ୍କ ଆଙ୍ଗୁଠିକୁ କାମୁଡ଼ି ଧରିଲା। ବହୁତ କଷ୍ଟରେ ବ୍ୟକ୍ତି ନିଜ ହାତକୁ ମୁକ୍ତ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ କେବଳ ଆଙ୍ଗୁଠିର ଅସ୍ଥି ବାକି ରହିଲା, ଅବଶିଷ୍ଟ ଅଂଶ ସିଂହ ଚୋବେଇ ଖାଇଦେଇଥିଲା।

@OneciaG ନାମକ ଏକ ଟୁଇଟର ଆକାଉଣ୍ଟରେ  ଭିଡିଓଟି ଶେୟାର ହୋଇଛି। ତେବେ ଭିଡିଓଟି ଶେୟାର ହେବାର କିଛି ସମୟ ମଧ୍ୟରେ ଏହାକୁ ୧୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ହଜାର ହଜାର ଲୋକ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। ଅନେକ ୟୁଜର ବ୍ୟକ୍ତିଙ୍କ ମୁର୍ଖତା ଉପରେ ପ୍ରଶ୍ନ ଉଠାଇବା ସହ ଆଶ୍ଚର୍ଯ୍ୟ ହୋଇଛନ୍ତି।

Share