ଆନନ୍ଦପୁର ୨୦।୪(ସୁଶାନ୍ତ କୁମାର ସାହୁ ): ବସ୍ କାର୍ ମୁହାଁମୁହିଁ ଧକ୍କା। ଜଣେ ମୃତ ତିନି ଗୁରୁତର। ଆନନ୍ଦପୁର କରଞ୍ଜିଆ ୫୩ ନମ୍ବର ରାସ୍ତାର ଗୋ ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି। ଜଣେ କାର୍ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ତିନିଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ଆନନ୍ଦପୁର ଅଗ୍ନିଶମବାହିନୀଙ୍କ ସହାୟତାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭଦ୍ରକ ଅଞ୍ଚଳରୁ ସ୍ତ୍ରୀ, ପୁଅ, ଡ୍ରାଇଭର ଓ ମ୍ୟାନେଜର ସହ କାର୍ ଯୋଗେ କୌଣସି କାମରେ ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡାକୁ ଯାଉଥିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ ବସ୍ ସହ ମୁଁହାମୁଁହି ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଧୀରେସ କୁମାର ଦାସଙ୍କର ମୃତ ଘଟିଥିବାବେଳେ ପୁଅ ଦୃଗା ମାଧବ ଦାସ ଓ ସ୍ତ୍ରୀ ମମତା ଦାସ ଗୁରୁତର ହୋଇଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି । ତେବେ ମ୍ୟାନେଜରଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ମହୁଲଡିହା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।