ଡଙ୍ଗାରେ ନଦୀ ପାର ହେଉଥିବା ସମୟରେ ଭାସିଗଲେ

କଣିହାଁ,୧୪।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଟିକିରା ନଦୀରେ କରଡେଇ ଘାଟରେ ଡଙ୍ଗାରେ ପାର ହେଉଥିବାବେଳେ ଜଣେ ବ୍ୟକ୍ତି ଭାସିଯାଇ ନିଖୋଜ ଥିବା ଜଣାପଡ଼ିଛି। ତାଙ୍କ ନାମ ପବିତ୍ର ପ୍ରଧାନ (୫୦) ହୋଇଥିବା ବେଳେ ଘର କଣିହାଁ ଥାନା ଚିନ୍ତାମଣିପୂର ବୋଲି ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ କଣିହାଁ ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ରହିଥିଲେ ମଧ୍ୟ ନିଖୋଜ ପବିତ୍ରଙ୍କ ସନ୍ଧାନ ମିଳିପାରିନାହିଁ। ଘଟଣାରୁ ଜଣାପଡ଼ିଛି ପବିତ୍ର ଡଙ୍ଗାରେ ବସି ପାର ହେଉଥିବା ବେଳେ ଡଙ୍ଗାରୁ ନଦୀ ଗର୍ଭକୁ ଖସି ପଡ଼ିଥିଲେ।