ନାବାଳକଙ୍କୁ ପଥର ଛେଚି ହତ୍ୟା

କୋରାପୁଟ,୧୬ା୪(ସ୍ବ.ପ୍ର): ମୋବାଇଲ ଗେମ୍‌ ନିଶାରେ ପିଲା ଓ ଯୁବକମାନେ ଏତେ ଆସକ୍ତ ହୋଇପଡ଼ୁଛନ୍ତି ଯେ ସେମାନେ ଜଘନ୍ୟ କାଣ୍ଡ ଘଟାଇବାକୁ ପଛାଉନାହାନ୍ତି। କୋରାପୁଟ ଜିଲାରେ ଗୁରୁବାର ସେଭଳି ଏକ ଘଟଣା ଘଟିଛି। ଜଣେ ନାବାଳକଙ୍କୁ ପଥରରେ ଛେଚି ବୀଭତ୍ସ ଭାବେ ହତ୍ୟା କରିଛନ୍ତି ତାଙ୍କର ୨ ସାଙ୍ଗ। ଏହାପରେ ସେମାନେ ମୃତଦେହକୁ କୋଲାବ ନଦୀରେ ଭସାଇ ଦେଇଥିଲେ। ଶୁକ୍ରବାର ମୃତଦେହକୁ ଜବତ କରାଯିବା ସହ କୋରାପୁଟ ଟାଉନ ଥାନା ପୋଲିସ ଘଟଣା ଘଟାଇଥିବା ଦୁଇ ସାଙ୍ଗକୁ ଧରି ପଚରାଉଚରା କରିଛି। ସେମାନଙ୍କ ମଧ୍ୟରେ ଜଣେ ସାବାଳକ ଥିବାବେଳେ ଅନ୍ୟଜଣେ ହେଉଛନ୍ତି ନାବାଳକ। ଏହି ୩ ସାଙ୍ଗଙ୍କ ଘର କୋରାପୁଟ ବ୍ଲକ ମସ୍ତିପୁଟ୍‌ ଗ୍ରାମରେ ହୋଇଥିବାବେଳେ ଗ୍ରାମବାସୀ ମ୍ରିୟମାଣ ହୋଇପଡ଼ିଛନ୍ତି। ମୃତ ନାବାଳକ ହେଲେ ପୀତବାସ ଭୋଇଙ୍କ ୧୨ ବର୍ଷର ପୁଅ ଲୁଲୁ ଭୋଇ।
କୋରାପୁଟ ଅତିରିକ୍ତ ଏସ୍‌ପି ଉତ୍କଳ କେଶରୀ ଦାସଙ୍କ ସୂଚନା ଅନୁଯାୟୀ ଗଁା ଶେଷମୁଣ୍ଡରେ ଥିବା ସ୍କୁଲ ନିକଟରେ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ୩ ସାଙ୍ଗ ମୋବାଲଇ ଫୋନରେ ‘ଫ୍ରିଫାୟାର’ ଗେମ୍‌ ଖେଳୁଥିଲେ। ଏଥିରେ ଲୁଲୁ ହାରିଯାଇଥିଲେ। ଫଳରେ ପାଖରେ ଥିବା ଲକି ମାଳୀ(୧୯) ଓ ତାଙ୍କ ନାବାଳକ ସାଙ୍ଗ ଖେଳିବା ପାଇଁ ଲୁଲୁଙ୍କୁ ମୋବାଇଲ ଫୋନ ମାଗିଥିଲେ। ଲୁଲୁ ଦେବାକୁ ମନା କରିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଲକି ଓ ତାଙ୍କ ସାଙ୍ଗ ଏକ ପଥରରେ ଲୁଲୁଙ୍କୁ ଆକ୍ରମଣ କରିଥିଲେ। ଫଳରେ ଲହୁଲୁହାଣ ହୋଇ ଲୁଲୁ ତଳେ ପଡ଼ିଯାଇଥିଲେ। ସେ ମରିଯାଇଥିବ ଭାବି ସେମାନେ ଲୁଲୁଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ନିକଟସ୍ଥ କୋଲାବ ନଦୀରେ ଫିଙ୍ଗି ଦେଇଥିଲେ। ଅନ୍ୟପକ୍ଷରେ ଦୀର୍ଘ ସମୟ ଧରି ଲୁଲୁ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ଶୁକ୍ରବାର ପୂର୍ବାହ୍ନରେ ଲୁଲୁଙ୍କ ମୃତଦେହ କୋଲାବରେ ଭାସୁଥିବା ଦେଖି ତାଙ୍କ ମା’ ଟାଉନ ଥାନା ପୋଲିସକୁ ଜଣାଇଥିଲେ। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ଟାଉନଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଘଟଣାକୁ ନେଇ ଅଧିକ ତଦନ୍ତ କରାଯାଉଛି। ଲକି ମାଳୀ ବଡପିଲାଟା। ତାଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ। ଶନିବାର ଲକିଙ୍କୁ କୋର୍ଟଚାଲାଣ କରାଯିବ। ତାଙ୍କ ସହ ଥିବା ନାବାଳକଙ୍କୁ ଜୟପୁର ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବ ବୋଲି ପଟ୍ଟନାୟକ କହିଛନ୍ତି। ସୂଚନାଯୋଗ୍ୟ, ଲୁଲୁ ଏବଂ ପୋଲିସ ହେପାଜତରେ ଥିବା ନାବାଳକ ଦୁହେଁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବାବେଳେ ଲକି ପାଠ ପଢ଼ୁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ବିଜେଡି ପ୍ରତିଷ୍ଠା ଦିବସରେ ବଡ଼ ଘୋଷଣା କଲେ ନବୀନ ପଟ୍ଟନାୟକ: ଆଗକୁ ଦଳ…

ଭୁବନେଶ୍ବର,୨୬।୧୨: ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ...

ବାଂଲାଦେଶୀ ହିନ୍ଦୁଙ୍କୁ ସ୍ବପ୍ନ ଦେଖାଇଲେଣି ତାରିକ? କହିଲେ ‘I have a dream, ଯେମିତି ୧୯୭୧ରେ ସବୁ ଧର୍ମ ମିଶି…

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନ ଗୁରୁବାର (ଡିସେମ୍ବର ୨୫, ୨୦୨୫) ଦିନ ଲୋକମାନଙ୍କୁ ଶାନ୍ତି ପାଇଁ ଆହ୍ବାନ କରିଥିଲେ।...

ପିକନିକ୍ ହେଲା କାଳ, ସୀତାକୁଣ୍ଡରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ବାରିପଦା,୨୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶାମାଖୁଂଟା ବ୍ଲକ ଶିମିଳିପାଳ ପାଦଦେଶ ସୀତାକୁଣ୍ଡରେ ବୁଡ଼ିଗଲେ ୨ ପର୍ଯ୍ୟଟକ । ତେବେ ବର୍ତ୍ତମାନ ସେମାନଙ୍କର ମୃତଦେହ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri