ନାବାଳକଙ୍କୁ ପଥର ଛେଚି ହତ୍ୟା

କୋରାପୁଟ,୧୬ା୪(ସ୍ବ.ପ୍ର): ମୋବାଇଲ ଗେମ୍‌ ନିଶାରେ ପିଲା ଓ ଯୁବକମାନେ ଏତେ ଆସକ୍ତ ହୋଇପଡ଼ୁଛନ୍ତି ଯେ ସେମାନେ ଜଘନ୍ୟ କାଣ୍ଡ ଘଟାଇବାକୁ ପଛାଉନାହାନ୍ତି। କୋରାପୁଟ ଜିଲାରେ ଗୁରୁବାର ସେଭଳି ଏକ ଘଟଣା ଘଟିଛି। ଜଣେ ନାବାଳକଙ୍କୁ ପଥରରେ ଛେଚି ବୀଭତ୍ସ ଭାବେ ହତ୍ୟା କରିଛନ୍ତି ତାଙ୍କର ୨ ସାଙ୍ଗ। ଏହାପରେ ସେମାନେ ମୃତଦେହକୁ କୋଲାବ ନଦୀରେ ଭସାଇ ଦେଇଥିଲେ। ଶୁକ୍ରବାର ମୃତଦେହକୁ ଜବତ କରାଯିବା ସହ କୋରାପୁଟ ଟାଉନ ଥାନା ପୋଲିସ ଘଟଣା ଘଟାଇଥିବା ଦୁଇ ସାଙ୍ଗକୁ ଧରି ପଚରାଉଚରା କରିଛି। ସେମାନଙ୍କ ମଧ୍ୟରେ ଜଣେ ସାବାଳକ ଥିବାବେଳେ ଅନ୍ୟଜଣେ ହେଉଛନ୍ତି ନାବାଳକ। ଏହି ୩ ସାଙ୍ଗଙ୍କ ଘର କୋରାପୁଟ ବ୍ଲକ ମସ୍ତିପୁଟ୍‌ ଗ୍ରାମରେ ହୋଇଥିବାବେଳେ ଗ୍ରାମବାସୀ ମ୍ରିୟମାଣ ହୋଇପଡ଼ିଛନ୍ତି। ମୃତ ନାବାଳକ ହେଲେ ପୀତବାସ ଭୋଇଙ୍କ ୧୨ ବର୍ଷର ପୁଅ ଲୁଲୁ ଭୋଇ।
କୋରାପୁଟ ଅତିରିକ୍ତ ଏସ୍‌ପି ଉତ୍କଳ କେଶରୀ ଦାସଙ୍କ ସୂଚନା ଅନୁଯାୟୀ ଗଁା ଶେଷମୁଣ୍ଡରେ ଥିବା ସ୍କୁଲ ନିକଟରେ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ୩ ସାଙ୍ଗ ମୋବାଲଇ ଫୋନରେ ‘ଫ୍ରିଫାୟାର’ ଗେମ୍‌ ଖେଳୁଥିଲେ। ଏଥିରେ ଲୁଲୁ ହାରିଯାଇଥିଲେ। ଫଳରେ ପାଖରେ ଥିବା ଲକି ମାଳୀ(୧୯) ଓ ତାଙ୍କ ନାବାଳକ ସାଙ୍ଗ ଖେଳିବା ପାଇଁ ଲୁଲୁଙ୍କୁ ମୋବାଇଲ ଫୋନ ମାଗିଥିଲେ। ଲୁଲୁ ଦେବାକୁ ମନା କରିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଲକି ଓ ତାଙ୍କ ସାଙ୍ଗ ଏକ ପଥରରେ ଲୁଲୁଙ୍କୁ ଆକ୍ରମଣ କରିଥିଲେ। ଫଳରେ ଲହୁଲୁହାଣ ହୋଇ ଲୁଲୁ ତଳେ ପଡ଼ିଯାଇଥିଲେ। ସେ ମରିଯାଇଥିବ ଭାବି ସେମାନେ ଲୁଲୁଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ନିକଟସ୍ଥ କୋଲାବ ନଦୀରେ ଫିଙ୍ଗି ଦେଇଥିଲେ। ଅନ୍ୟପକ୍ଷରେ ଦୀର୍ଘ ସମୟ ଧରି ଲୁଲୁ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ଶୁକ୍ରବାର ପୂର୍ବାହ୍ନରେ ଲୁଲୁଙ୍କ ମୃତଦେହ କୋଲାବରେ ଭାସୁଥିବା ଦେଖି ତାଙ୍କ ମା’ ଟାଉନ ଥାନା ପୋଲିସକୁ ଜଣାଇଥିଲେ। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ଟାଉନଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଘଟଣାକୁ ନେଇ ଅଧିକ ତଦନ୍ତ କରାଯାଉଛି। ଲକି ମାଳୀ ବଡପିଲାଟା। ତାଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ। ଶନିବାର ଲକିଙ୍କୁ କୋର୍ଟଚାଲାଣ କରାଯିବ। ତାଙ୍କ ସହ ଥିବା ନାବାଳକଙ୍କୁ ଜୟପୁର ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବ ବୋଲି ପଟ୍ଟନାୟକ କହିଛନ୍ତି। ସୂଚନାଯୋଗ୍ୟ, ଲୁଲୁ ଏବଂ ପୋଲିସ ହେପାଜତରେ ଥିବା ନାବାଳକ ଦୁହେଁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବାବେଳେ ଲକି ପାଠ ପଢ଼ୁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri