ଜଳ ନଷ୍ଟକଲେ ୫ ବର୍ଷ ଜେଲ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ଦିନକୁ ଦିନ ଜଳର ଅପବ୍ୟବହାର ଏବଂ ଅଯଥା ଅପଚୟ ବଢ଼ିଚାଲିିଛି। ବର୍ଷା ଅଭାବରୁ ଦେଶ ତଥା ରାଜ୍ୟର ଅନେକ ଭାଗରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଆସନ୍ତା ୨୦୫୦ ବେଳକୁ ସମଗ୍ର ଦେଶରେ ଜଳ ସଙ୍କଟ ଆହୁରି ଭୟଙ୍କର ହେବ ବୋଲି ପରିବେଶବିତ୍‌ ଚେତାବନୀ ଦେଲେଣି। ସହର ଓ ଗ୍ରାମାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ପାଇପ୍‌ରୁ ଅନବରତ ପାଣି ଚାଲୁଥିବା ଦେଖାଯାଉଛି। ଜଳଯୋଗାଣ ସଂସ୍ଥା ଏଥିପ୍ରତି ସେତେଟା ଗୁରୁତ୍ୱ ଦେଉ ନାହିଁ । ଏପରି କି ପାଣି ଟ୍ୟାପ୍‌ ମଧ୍ୟ ଅନେକ ସମୟରେ ଖୋଲା ରହୁଛି। ଫଳରେ ବହୁ ପରିମାଣର ଜଳ ଅଯଥା ନଷ୍ଟ ହେଉଛି। ଯୋଗାଣ ସଂସ୍ଥାର ଖାମଖିଆଲ ମନୋଭାବ ଯୋଗୁ ଜଳ ଅପଚୟ ଆହୁରି ବଢି ଚାଲିଛି। ଏ ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଏହାକୁ ରୋକିବା ସକାଶେ କଡ଼ା ପଦକ୍ଷେପ ନେବାକୁ ଏନ୍‌ଜିଟି କେନ୍ଦ୍ର ସରକାରଙ୍କୁ ତାଗିଦ୍‌ କରିଛନ୍ତି। ଜଳ ଅପଚୟ ରୋକିବା ଦିଗରେ ପଦକ୍ଷେପ ନ ନେଲେ ପରିବେଶ ସୁରକ୍ଷା ଆଇନ ୧୯୮୬ ଅନୁଯାୟୀ ସମ୍ପୃକ୍ତ ସଂସ୍ଥାର ଅଧିକାରୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ।
ଏନ୍‌ଜିଟିଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ଭୂଜଳ ବୋର୍ଡ (ସିଜିଡବ୍ଲ୍ୟୁବି) ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଜଳ ନଷ୍ଟ ରୋକିବା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠି ଲେଖିଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜଳଯୋଗାଣ ଶାଖା ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଜଳଯୋଗାଣ କାର୍ଯ୍ୟରେ ସାମିଲ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ କାର୍ଯ୍ୟାଳୟ, ଜଳଯୋଗାଣ ବିଭାଗ, ମ୍ୟୁନିସିପାଲ କର୍ପୋରେଶନ, ମ୍ୟୁନିସିପାଲ କାଉନ୍‌ସିଲ, ବିକାଶ ପ୍ରାଧିକରଣ, ପଞ୍ଚାୟତ କିମ୍ବା ଅନ୍ୟ କୌଣସି ସଂସ୍ଥା ଜଳର ଅପବ୍ୟବହାର ରୋକିବା ଏବଂ ଅଯଥାରେ ଏହାର ଅପଚୟ କରା ନ ଯିବା ଉପରେ ଧ୍ୟାନ ଦେବେ। ଭୂମି ତଳେ ପାଇପ୍‌ ଦ୍ୱାରା ଜଳଯୋଗାଣ କରାଯାଉଥିବା ବେଳେ ଛିଦ୍ରରୁ ନିର୍ଗତ ଜଳର ସଂରକ୍ଷଣ ଓ ଏହାର ମରାମତି କରିବା ଉପରେ ଗୁରୁତ୍ୱ ଦେବେ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଲାଗି ଏନ୍‌ଜିଟି ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି। ସେହିଭଳି ଦେଶର କୌଣସି ବ୍ୟକ୍ତି ଜଳର ଅପବ୍ୟବହାର କିମ୍ବା ଅପଚୟ କରିିପାରିବେ ନାହିଁ। ଜଳର ଉଚିତ ବ୍ୟବହାର ଓ ସଂରକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି।
ଜଳର ଅପବ୍ୟବହାର ଏବଂ ଅଯଥା ଅପଚୟକୁ ନେଇ ନିକଟରେ ଏନ୍‌ଜିଟି କେନ୍ଦ୍ର ସରକାରଙ୍କୁ କଡ଼ା ଭର୍ତ୍ସନା କରିଥିଲେ। ଏଥିଲାଗି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଯୋଜନା ପ୍ରସ୍ତୁତ କରି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଜିଟି ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଜଳର ଅପବ୍ୟବହାର ଓ  ଅପଚୟ ରୋକିିବା ଲାଗି ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଯୋଗୁ ଜଳଶକ୍ତି ମନ୍ତ୍ରଣାଳୟ ଓ ଦିଲ୍ଲୀ ଜଳ ବୋର୍ଡକୁ ସମାଲୋଚନା କରିଥିଲେ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜଳ ଏକ ଅମୂଲ୍ୟ ସମ୍ପଦ। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ କୃଷି, ଶିଳ୍ପ ଓ ଆନୁଷଙ୍ଗିକ କାର୍ଯ୍ୟ ଲାଗି ପ୍ରଚୁର ଜଳର ଆବଶ୍ୟକ ପଡୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଭୂପୃଷ୍ଠରେ ଜଳାଶୟ ଶୁଖିଲା ପଡୁଛି। ଏହାର ପ୍ରଭାବ ସିଧା ସଳଖ ଭୂଗର୍ଭସ୍ଥ ଜଳ ଉପରେ ପଡୁଛି। ଗତ ଦୁଇ ଦଶନ୍ଧି ହେବ ରାଜ୍ୟର ଅନେକ ଭାଗରେ ଭୂଗର୍ଭସ୍ଥ ଜଳସ୍ତର ଭୟଙ୍କର ଭାବେ ହ୍ରାସ ପାଇବାରେ ଲାଗିଛି। ଜଳକୁ ମନଇଚ୍ଛା ବ୍ୟବହାର ଓ ନଷ୍ଟ କରାଯାଉଛି। ଏହାଦ୍ୱାରା ଆଗାମୀ ଦିନରେ ପାଣି ସଙ୍କଟ ଆହୁରି ଉତ୍କଟ ହେବା ଆଶଙ୍କା କରାଯାଇଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ୩୧୪ ବ୍ଲକରୁ ୫ଟି ବ୍ଲକରେ ଭୂତଳ ଜଳ ସମସ୍ୟା ସୃଷ୍ଟି ହେବା ଆରମ୍ଭ ହେଲାଣି। ସେହି ବ୍ଲକଗୁଡିକ ହେଲା ବାଲେଶ୍ୱର ଜିଲାର ବାହାନଗା, ବାଲିଆପାଳ, ଯାଜପୁରର କୋରେଇ, କେନ୍ଦ୍ରାପଡାର ଗରଦପୁର ଏବଂ ଖୋର୍ଦ୍ଧାର ବୋଲଗଡ଼। ଏହି ସବୁ ବ୍ଲକରେ ୭୦ରୁ ୯୦ ଭାଗ ଭୂତଳ ଜଳ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ ୪୪ଟି ବ୍ଲକରେ ମଧ୍ୟ ଜଳ ସମସ୍ୟା ଉତ୍କଟ ହେବାକୁ ଯାଉଥିବା ନେଇ ସତର୍କ କରାଯାଇଛି। ଏହା ଛଡା ୨୭ଟି ସହରାଞ୍ଚଳରେ ଭୂତଳ ଜଳର ଅବସ୍ଥା ସଙ୍ଗିନ ହେଲାଣି। ସେହି ସହରଗୁଡିକ ହେଲା ଅନୁଗୋଳ, ତାଳଚେର, ବରଗଡ, ପଦମପୁର, ବରପାଲି, ଟିଟିଲାଗଡ, କଟକ, ଆସ୍କା, ଦିଗପହଣ୍ଡି, ହିଞ୍ଜିଳିକାଟୁ, ବ୍ରହ୍ମପୁର, ଝାରସୁଗୁଡା, ଯୋଡା, ଖୋର୍ଦ୍ଧା, ଭୁବନେଶ୍ୱର, ବାରିପଦା, ନବରଙ୍ଗପୁର, ନୟାଗଡ, ପୁରୀ, ସମ୍ବଲପୁର, ଢେଙ୍କାନାଳ, ତରଭା, ସୋନପୁର, ରାଉରକେଲା, ବଲାଙ୍ଗୀର, କେନ୍ଦ୍ରାପଡ଼ା ଏବଂ ପଟ୍ଟାମୁଣ୍ଡାଇ। ଭୂଗର୍ଭସ୍ଥ ଜଳ ସ୍ତର ହ୍ରାସ ପାଉଥିବା ଯୋଗୁ ଏହାକୁ ଭରଣା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪-୧୫ରେ ଛାତ ଉପର ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା। ତେବେ ଏହି ପ୍ରକଳ୍ପ ୨୦୧୯ରୁ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri