ଜଳ ନଷ୍ଟକଲେ ୫ ବର୍ଷ ଜେଲ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ଦିନକୁ ଦିନ ଜଳର ଅପବ୍ୟବହାର ଏବଂ ଅଯଥା ଅପଚୟ ବଢ଼ିଚାଲିିଛି। ବର୍ଷା ଅଭାବରୁ ଦେଶ ତଥା ରାଜ୍ୟର ଅନେକ ଭାଗରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଆସନ୍ତା ୨୦୫୦ ବେଳକୁ ସମଗ୍ର ଦେଶରେ ଜଳ ସଙ୍କଟ ଆହୁରି ଭୟଙ୍କର ହେବ ବୋଲି ପରିବେଶବିତ୍‌ ଚେତାବନୀ ଦେଲେଣି। ସହର ଓ ଗ୍ରାମାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ପାଇପ୍‌ରୁ ଅନବରତ ପାଣି ଚାଲୁଥିବା ଦେଖାଯାଉଛି। ଜଳଯୋଗାଣ ସଂସ୍ଥା ଏଥିପ୍ରତି ସେତେଟା ଗୁରୁତ୍ୱ ଦେଉ ନାହିଁ । ଏପରି କି ପାଣି ଟ୍ୟାପ୍‌ ମଧ୍ୟ ଅନେକ ସମୟରେ ଖୋଲା ରହୁଛି। ଫଳରେ ବହୁ ପରିମାଣର ଜଳ ଅଯଥା ନଷ୍ଟ ହେଉଛି। ଯୋଗାଣ ସଂସ୍ଥାର ଖାମଖିଆଲ ମନୋଭାବ ଯୋଗୁ ଜଳ ଅପଚୟ ଆହୁରି ବଢି ଚାଲିଛି। ଏ ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଏହାକୁ ରୋକିବା ସକାଶେ କଡ଼ା ପଦକ୍ଷେପ ନେବାକୁ ଏନ୍‌ଜିଟି କେନ୍ଦ୍ର ସରକାରଙ୍କୁ ତାଗିଦ୍‌ କରିଛନ୍ତି। ଜଳ ଅପଚୟ ରୋକିବା ଦିଗରେ ପଦକ୍ଷେପ ନ ନେଲେ ପରିବେଶ ସୁରକ୍ଷା ଆଇନ ୧୯୮୬ ଅନୁଯାୟୀ ସମ୍ପୃକ୍ତ ସଂସ୍ଥାର ଅଧିକାରୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ।
ଏନ୍‌ଜିଟିଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ଭୂଜଳ ବୋର୍ଡ (ସିଜିଡବ୍ଲ୍ୟୁବି) ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଜଳ ନଷ୍ଟ ରୋକିବା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠି ଲେଖିଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜଳଯୋଗାଣ ଶାଖା ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଜଳଯୋଗାଣ କାର୍ଯ୍ୟରେ ସାମିଲ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ କାର୍ଯ୍ୟାଳୟ, ଜଳଯୋଗାଣ ବିଭାଗ, ମ୍ୟୁନିସିପାଲ କର୍ପୋରେଶନ, ମ୍ୟୁନିସିପାଲ କାଉନ୍‌ସିଲ, ବିକାଶ ପ୍ରାଧିକରଣ, ପଞ୍ଚାୟତ କିମ୍ବା ଅନ୍ୟ କୌଣସି ସଂସ୍ଥା ଜଳର ଅପବ୍ୟବହାର ରୋକିବା ଏବଂ ଅଯଥାରେ ଏହାର ଅପଚୟ କରା ନ ଯିବା ଉପରେ ଧ୍ୟାନ ଦେବେ। ଭୂମି ତଳେ ପାଇପ୍‌ ଦ୍ୱାରା ଜଳଯୋଗାଣ କରାଯାଉଥିବା ବେଳେ ଛିଦ୍ରରୁ ନିର୍ଗତ ଜଳର ସଂରକ୍ଷଣ ଓ ଏହାର ମରାମତି କରିବା ଉପରେ ଗୁରୁତ୍ୱ ଦେବେ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଲାଗି ଏନ୍‌ଜିଟି ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି। ସେହିଭଳି ଦେଶର କୌଣସି ବ୍ୟକ୍ତି ଜଳର ଅପବ୍ୟବହାର କିମ୍ବା ଅପଚୟ କରିିପାରିବେ ନାହିଁ। ଜଳର ଉଚିତ ବ୍ୟବହାର ଓ ସଂରକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି।
ଜଳର ଅପବ୍ୟବହାର ଏବଂ ଅଯଥା ଅପଚୟକୁ ନେଇ ନିକଟରେ ଏନ୍‌ଜିଟି କେନ୍ଦ୍ର ସରକାରଙ୍କୁ କଡ଼ା ଭର୍ତ୍ସନା କରିଥିଲେ। ଏଥିଲାଗି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଯୋଜନା ପ୍ରସ୍ତୁତ କରି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଜିଟି ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଜଳର ଅପବ୍ୟବହାର ଓ  ଅପଚୟ ରୋକିିବା ଲାଗି ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଯୋଗୁ ଜଳଶକ୍ତି ମନ୍ତ୍ରଣାଳୟ ଓ ଦିଲ୍ଲୀ ଜଳ ବୋର୍ଡକୁ ସମାଲୋଚନା କରିଥିଲେ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜଳ ଏକ ଅମୂଲ୍ୟ ସମ୍ପଦ। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ କୃଷି, ଶିଳ୍ପ ଓ ଆନୁଷଙ୍ଗିକ କାର୍ଯ୍ୟ ଲାଗି ପ୍ରଚୁର ଜଳର ଆବଶ୍ୟକ ପଡୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଭୂପୃଷ୍ଠରେ ଜଳାଶୟ ଶୁଖିଲା ପଡୁଛି। ଏହାର ପ୍ରଭାବ ସିଧା ସଳଖ ଭୂଗର୍ଭସ୍ଥ ଜଳ ଉପରେ ପଡୁଛି। ଗତ ଦୁଇ ଦଶନ୍ଧି ହେବ ରାଜ୍ୟର ଅନେକ ଭାଗରେ ଭୂଗର୍ଭସ୍ଥ ଜଳସ୍ତର ଭୟଙ୍କର ଭାବେ ହ୍ରାସ ପାଇବାରେ ଲାଗିଛି। ଜଳକୁ ମନଇଚ୍ଛା ବ୍ୟବହାର ଓ ନଷ୍ଟ କରାଯାଉଛି। ଏହାଦ୍ୱାରା ଆଗାମୀ ଦିନରେ ପାଣି ସଙ୍କଟ ଆହୁରି ଉତ୍କଟ ହେବା ଆଶଙ୍କା କରାଯାଇଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ୩୧୪ ବ୍ଲକରୁ ୫ଟି ବ୍ଲକରେ ଭୂତଳ ଜଳ ସମସ୍ୟା ସୃଷ୍ଟି ହେବା ଆରମ୍ଭ ହେଲାଣି। ସେହି ବ୍ଲକଗୁଡିକ ହେଲା ବାଲେଶ୍ୱର ଜିଲାର ବାହାନଗା, ବାଲିଆପାଳ, ଯାଜପୁରର କୋରେଇ, କେନ୍ଦ୍ରାପଡାର ଗରଦପୁର ଏବଂ ଖୋର୍ଦ୍ଧାର ବୋଲଗଡ଼। ଏହି ସବୁ ବ୍ଲକରେ ୭୦ରୁ ୯୦ ଭାଗ ଭୂତଳ ଜଳ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ ୪୪ଟି ବ୍ଲକରେ ମଧ୍ୟ ଜଳ ସମସ୍ୟା ଉତ୍କଟ ହେବାକୁ ଯାଉଥିବା ନେଇ ସତର୍କ କରାଯାଇଛି। ଏହା ଛଡା ୨୭ଟି ସହରାଞ୍ଚଳରେ ଭୂତଳ ଜଳର ଅବସ୍ଥା ସଙ୍ଗିନ ହେଲାଣି। ସେହି ସହରଗୁଡିକ ହେଲା ଅନୁଗୋଳ, ତାଳଚେର, ବରଗଡ, ପଦମପୁର, ବରପାଲି, ଟିଟିଲାଗଡ, କଟକ, ଆସ୍କା, ଦିଗପହଣ୍ଡି, ହିଞ୍ଜିଳିକାଟୁ, ବ୍ରହ୍ମପୁର, ଝାରସୁଗୁଡା, ଯୋଡା, ଖୋର୍ଦ୍ଧା, ଭୁବନେଶ୍ୱର, ବାରିପଦା, ନବରଙ୍ଗପୁର, ନୟାଗଡ, ପୁରୀ, ସମ୍ବଲପୁର, ଢେଙ୍କାନାଳ, ତରଭା, ସୋନପୁର, ରାଉରକେଲା, ବଲାଙ୍ଗୀର, କେନ୍ଦ୍ରାପଡ଼ା ଏବଂ ପଟ୍ଟାମୁଣ୍ଡାଇ। ଭୂଗର୍ଭସ୍ଥ ଜଳ ସ୍ତର ହ୍ରାସ ପାଉଥିବା ଯୋଗୁ ଏହାକୁ ଭରଣା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪-୧୫ରେ ଛାତ ଉପର ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା। ତେବେ ଏହି ପ୍ରକଳ୍ପ ୨୦୧୯ରୁ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri