ନିର୍ବାଚିତ ହେଲେ ବିଏମ୍‌ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର, ୨୪।୫: (ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏ୍‌ମ୍‌ସି)ର ଷ୍ଟାଣ୍ଡିଂ କମିଟି ଗଠନ ହେବାର ୨୦ଦିନ ପରେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସୋମବାର ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୦ କମିଟି ମଧ୍ୟରୁ ନିୟମ ଅନୁଯାୟୀ କଣ୍ଟ୍ରାକ୍ଟସ୍‌ କମିଟିର ଅଧ୍ୟକ୍ଷ ଭାବେ ମେୟର ସୁଲୋଚନା ଦାସ ରହିଛନ୍ତି। ବାକି ୯ଟି କମିଟିର ଅଧ୍ୟକ୍ଷ ପଦ ବିଜେଡି କର୍ପୋରେଟରଙ୍କୁ ମିଳିଛି। ବିଶେଷକରି ଯେଉଁମାନେ ଡେପୁଟି କମିଶନର ଦୌଡରେ ରହିଥିଲେ ସେମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ପୁରୁଣା ତଥା ଏକାଧିକଥର ଜିତିଥିବା କର୍ପୋରେଟରଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଟ୍ୟାକସେସନ୍‌, ଫାଇନାନ୍ସ ଆଣ୍ଡ୍‌ ଆକାଉଣ୍ଟସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ୱାର୍ଡ଼ ନଂ. ୬ର କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ନିର୍ବାଚିତ ହୋଇଥିବାବେଳେ ଜନସ୍ବାସ୍ଥ୍ୟ, ବିଦ୍ୟୁତ୍‌, ଜଳ ଯୋଗାଣ, ଡ୍ରେନେଜ୍‌ ଓ ପରିବେଶ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ୱାର୍ଡ ନଂ.୫୯ର କର୍ପୋରେଟର ବିରଞ୍ଚତ୍ ନାରାୟଣ ମହାସୂପକାର, ସର୍ବସାଧାରଣ କାର୍ଯ୍ୟ ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ.୪୫ କର୍ପୋରେଟର ଅମରେଶ ଜେନା, ଯୋଜନା ଏବଂ ବିକାଶ ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ. ୩୨ର କର୍ପୋରେଟର ଶ୍ରୀଧର ଜେନା, ଶିକ୍ଷା, ମନୋରଞ୍ଜନ ଏବଂ ସଂସ୍କୃତି ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ.୧ର କର୍ପୋରେଟର ମିହିର ରାଉତ, ଲାଇସେନ୍ସ ଆଣ୍ଡ୍‌ ଅପିଲ୍‌ ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ.୨୦ର ପ୍ରେମାନନ୍ଦ ଜେନା, କର୍ପୋରେଶନ ପ୍ରତିଷ୍ଠା ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ.୩୧ର କର୍ପୋରେଟର କୁମାରେନ୍ଦ୍ର ମହାପାତ୍ର, ଅଭିଯୋଗ ଏବଂ ସାମାଜିକ ନ୍ୟାୟ କମିଟିରେ ୱାର୍ଡ଼ ନଂ.୫୧ର କର୍ପୋରେଟର ବିନୟିନୀ ଜେନା, ବସ୍ତିବାସିନ୍ଦା ଥଇଥାନ ସମ୍ପର୍କିତ ଅତିରିକ୍ତ କମିଟିର ଅଧ୍ୟକ୍ଷ ଭାବେ ୱାର୍ଡ଼ ନଂ.୫୩ର କର୍ପୋରେଟର ମହାମାୟା ସ୍ବାଇଁ ନିର୍ବାଚିତ ହୋଇଛନ୍ତି। ତେବେ ଷ୍ଟାଣ୍ଡିଂ କମିଟି ସଦସ୍ୟ ମନୋନୀତ ହେବାର ୭ଦିନ ମଧ୍ୟରେ ଅଧ୍ୟକ୍ଷ ନିର୍ବାଚିତ ହେବାର ଥିଲେ ମଧ୍ୟ ତାହା ହୋଇପାରି ନ ଥିଲା। ଅପରପକ୍ଷେ ଷ୍ଟାଣ୍ଡିଂ କମିଟିରେ ବିଜେଡି, ଭାଜପା ଏବଂ ସ୍ବାଧୀନ କର୍ପୋଟେରଙ୍କୁ ସ୍ଥାନ ମିଳିଥିଲେ ବି ଅଧ୍ୟକ୍ଷ ପଦବୀ ବିଜେଡି କବ୍‌ଜାରେ ରହିଛି। କାର୍ଯ୍ୟକ୍ରମରେ କମିଶନର ସଞ୍ଜୟ କୁମାର ସିଂହ, ଡେପୁଟି ମେୟର ମଞ୍ଜୁଲତା କଅଁର, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଅତିରିକ୍ତ କମିଶନର ବିନୟ କୁମାର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ସଂଜୀବ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି କମିଶନର କମଳାକାନ୍ତ ବେହେରା ନିର୍ବାଚନ ପରିଚାଳନା କରିଥିଲେ।
ଓଡିଶା ମହାନଗର ନିଗମ ଆଇନ୍‌-୨୦୦୩ର ଧାରା-୧୦ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେଶନ (ପ୍ରୋସିଜିଓର ଆଣ୍ଡ କଣ୍ଡକ୍ଟ ଅଫ୍‌ ବିଜିନେସ୍‌) ରୁଲସ୍‌-୨୦୦୩ର ନିୟମ-୨୧(୩) ଅନୁଯାୟୀ ବିଏମ୍‌ସିର ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ପୂର୍ବରୁ ସମସ୍ତ ୬୬ଜଣ ଷ୍ଟାଣ୍ଡିଂ କମିଟି ସଦସ୍ୟାସଦସ୍ୟ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚିତ ହୋଇଥିବାବେଳେ ୯ଟି କମିଟିରେ ୭ ଜଣ ଲେଖାଏ ଓ ଗୋଟିଏ କମିଟିରେ ୩ଜଣ ସଦସ୍ୟାସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri