Categories: ଫୁରସତ

ବିଦ୍ୟୁତ ଖୁଣ୍ଟରେ ଚଢ଼ି ଭିଡିଓ କରୁଥିଲେ ଜଳିଗଲେ

ପ୍ରୟାଗରାଜ: ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ଲୋକପ୍ରିୟ ହେବାକୁ ଚାହୁଁଛନ୍ତି। ଏଥିଲାଗି ଅନେକ ସମୟରେ ସେମାନେ ଓଲଟାପାଲଟା କାମ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏହାଦ୍ୱାରା ସେମାନେ ବହୁ ଲୋକରେ ହଟହଟା ହେବା ସହ କୁପରିଣାମ ମଧ୍ୟ ଭୋଗୁଛନ୍ତି। ପ୍ରୟାଗରାଜରେ ଜଣେ ଯୁବକ ଏମିତି ଅଜବ କାମ କରୁଥିବାବେଳେ ତାଙ୍କ ସହ ଏକ ବଡ଼ ଅଘଟଣ ଘଟିଯାଇଛି। ରେଳ ଧାରଣା ନିକଟରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ସମ୍ପୃକ୍ତ ଯୁବକ ଭିଡିଓ ତିଆରି କରୁଥିବାବେଳେ ଜଳିଯାଇଛନ୍ତି। ତେବେ ଯୁବକଜଣକ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିବାବେଳେ ଦେହରେ ନିଆଁ ଲାଗିଯିବା ଯୋଗୁ ସେ ପିନ୍ଧିଥିବା ପୋଷାକ ଜଳିଯାଇଛି। ତେବେ ଘଟଣାର ସମ୍ପୂର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share