୩ ବର୍ଷ ପରେ ଅଭିଯୁକ୍ତ ଗିରଫ

ବାଲେଶ୍ୱର ଅଫିସ,୧୮।୬ ୨୦୧୯ ମାର୍ଚ୍ଚ ୨୩ତାରିଖରେ ଜଣେ ମହିଳାଙ୍କୁ ହତ୍ୟା ମାମଲାରେ ବାଲେଶ୍ୱର ରେଳବାଇ ପୋଲିସ ଶୁକ୍ରବାର ୩ ବର୍ଷ ପରେ ହତ୍ୟାକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ କଟକ ରେଲୱେ କ୍ରାଇମ୍‌ ଡିଏସ୍‌ପି ଯଦୁନାଥ ଜେନା ଏନେଇ ସୂଚନା ଦେଇଛନ୍ତି।
ଥାନା ଅଧୀନ ସାର୍ଥା ଗ୍ରାମର ନିତ୍ୟାନନ୍ଦ ଜେନାଙ୍କ ଝିଅ ସଙ୍ଗୀତା ଟାଉନ ଥାନା ଜେଲରୋଡ ଅଞ୍ଚଳର ତପନ କୁମାର ଦେଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ଝିଅ ଓ ଜଣେ ପୁଅ ଅଛନ୍ତି। ପାରିବାରିକ ଅଶାନ୍ତି ପାଇଁ ସଙ୍ଗୀତା ଝିଅକୁ ନେଇ ବାପ ଘରେ ରହୁଥିଲେ। ୨୦୧୮ରେ ବସ୍ତା ଥାନା ସାନଗୋବରା ଅଞ୍ଚଳର ଗୌରାଙ୍ଗ ମଣ୍ଡଳଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ସହମତିରେ ସହରସ୍ଥିତ ଚାନ୍ଦମାରି ପଡ଼ିଆରେ ଭଡ଼ା ଘରେ ରହିଆସୁଥିଲେ। ଗୌରାଙ୍ଗ ଚିଙ୍ଗୁଡ଼ି ଚାଷ ବାହାନାରେ ସଙ୍ଗୀତାଙ୍କଠାରୁ ବିଭିନ୍ନ ସମୟରେ ଲକ୍ଷେରୁ ଉର୍ଦ୍ଧ୍ୱ ଟଙ୍କା ନେଇଥିଲେ। ଚିଙ୍ଗୁଡ଼ି ଚାଷରେ ବିଫଳ ହୋଇ ଗୌରାଙ୍ଗ ଟଙ୍କା ଫେରାଇ ନ ପାରିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ୨୦୧୯ ଫେବୃୟାରୀରେ ଗୌରାଙ୍ଗ ସମ୍ବଲପୁର କାମ କରିବା ପାଇଁ ପଳାଇ ଯାଇଥିଲେ। ୨୦୧୯ ମାର୍ଚ୍ଚ ୨୨ରେ ଗୌରାଙ୍ଗ ସାନଗୋବରା ଗାଁକୁ ଫେରିଥିଲେ। ସଙ୍ଗୀତା ୪ମାସର ଗର୍ଭବତୀ ଥିବା ଫୋନ୍‌ ଯୋଗେ ଗୌରାଙ୍ଗଙ୍କୁ ଜଣାଇ ସାନଗୋବରା ଗାଁକୁ ଯାଇଥିଲେ। ସେଠାରେ ଗୌରାଙ୍ଗଙ୍କ ଦେଖା ନ ପାଇ ରାତି ୧୧ଟା ପର୍ଯ୍ୟନ୍ତ ଗାଁ ମୁଣ୍ଡରେ ଅପେକ୍ଷା କରିଥିଲେ। ଦୀର୍ଘ ସମୟ ପରେ ଗୌରାଙ୍ଗ ସଙ୍ଗୀତାଙ୍କୁ ଫୋନ୍‌ କରି କେଉଁଠି ଅଛୁ ବୋଲି ପଚାରି ସେଠାରେ ପହଞ୍ଚିଥିଲେ। । ଏହି ସମୟରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା। ଗୌରାଙ୍ଗଙ୍କ ମାଡ଼ରେ ସଙ୍ଗୀତା ଅଚେତ୍‌ ହୋଇ ପଡ଼ିଯିବା ପରେ ତାର ତଣ୍ଟିଚିପି ହତ୍ୟା କରିଥିଲେ। ନିକଟରେ ଥିବା ରାସ୍ତାକଡ଼ ବୁଦାରେ ସଙ୍ଗୀତାର ମୃତଦେହକୁ ଲୁଚାଇ ଘରକୁ ଯାଇ ଏକ ଅଖା ଆଣିଥିଲେ। ଅଖା ଭିତରେ ସଙ୍ଗୀତାଙ୍କ ମୃତଦେହକୁ ପୂରାଇ ନିଜ ବାଇକ୍‌ରେ ଲଦି କରି ନିଧିପଣ୍ଡା ସ୍ଥିତ ରେଲୱେ ପୋଲ ତଳକୁ ଫୋପାଡ଼ି ଦେଇଥିଲା। ମୃତଦେହ ପଚିଶଢ଼ି ଦୁର୍ଗନ୍ଧ ହେବା ପରେ ଯା’ଆସ ଲୋକଙ୍କଠାରୁ ଖବରପାଇ ରେଳବାଇ ପୋଲିସ ୨୦୧୯ ମାର୍ଚ୍ଚ ୨୯ରେ ପହଞ୍ଚତ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା (ନଂ.୨୩/୧୯) ରୁଜୁ କରି ତଦନ୍ତ ଜାରି ରଖିଥିଲା। ମୃତଦେହ ନିକଟରୁ ମିଳିଥିବା ଭ୍ୟାନିଟି ବ୍ୟାଗ୍‌ରୁ ଆଧାରକାର୍ଡ଼, ଲୁଗାପଟା, କିଛିଟଙ୍କା ପାଇବା ପରେ ମୃତକଙ୍କ ପରିଚୟ ମିଳିଥିଲା। ଏସ୍‌ପି ରେଲୱେ, କଟକ ସୁନୀଲ କୁମାର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ମାମଲାକୁ ରେଲୱେ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ହତ୍ୟା ପରେ ଗୌରାଙ୍ଗ ପ୍ରାୟ ୨ବର୍ଷ ଗୁଜୁରାଟରେ କାମ କରିବା ପରେ ଗାଁକୁ ଫେରି ବ୍ୟବସାୟ କରୁଥିବା ବେଳେ ହତ୍ୟା ପୂର୍ବରୁ ବ୍ୟବହାର କରାଯାଇଥିବା ମୋବାଇଲ ସିମ୍‌ କାର୍ଡ଼କୁ ଟ୍ରାକ୍‌ କରି ଗୌରାଙ୍ଗ ନିକଟରେ ପହଞ୍ଚିବାରେ ପୋଲିସ ସଫଳ ହୋଇଥିଲା। ଉକ୍ତ ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ପରିବର୍ତ୍ତନ କରାଯାଇ ନୂତନ ମାମଲା (ନଂ. ୨/୨୨) ଗୌରାଙ୍ଗଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri