ଦୀର୍ଘ ୧୮ ବର୍ଷ ପରେ ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ପୁରୁଷୋତ୍ତମପୁର,୧୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ଏକ ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତଙ୍କୁ ଦୀର୍ଘ ୧୮ ବର୍ଷ ପରେ ରବିବାର ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ଜଣକ ହେଲେ ସାଗୁଣାପଲ୍ଲୀ ଗ୍ରାମର ଛଇଳ ନାହାକ ଓରଫ ଦାସ। ଏନେଇ ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ କହିଛନ୍ତି ଯେ, ୨୦୦୨ ଏପ୍ରିଲ ୨୦ରେ ସାଗୁଣାପଲ୍ଲୀର ଶଙ୍କର ନାହାକ ନାମକ ବ୍ୟକ୍ତିଙ୍କୁ ଅତି ନିିର୍ମମ ଭାବେ ହତ୍ୟା କରାଯାଇଥିବା କେସ୍‌ ନଂ ୫୧/୨୦୦୨ ଅନୁଯାୟୀ ୪ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ୩ ଜଣ ସେହି ସମୟରେ ଗିରଫ ହୋଇସାରିଥିବା ବେଳେ ଛଇଳ ଫେରାର ହୋଇଯାଇଥିଲେ। ଦୀର୍ଘ ୧୮ ବର୍ଷ ହେଲା ଛଇଳଙ୍କୁ ଗିରଫ କରିବା ଲାଗି ପୋଲିସ ଖୋଜି ବୁଲୁଥିବା ବେଳେ ରବିବାର ଗିରଫ କରିଛି। ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି କହିଛନ୍ତି।