ପୂର୍ବରୁ ବାହା ହୋଇଥିବା କଥା ଲୁଚାଇ ପ୍ରଲୋଭନ ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ପରେ…

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ପୂର୍ବରୁ ବିବାହିତ ଥିବା ସତ୍ୟ ଲୁଚାଇ ଠକେଇ କରିବା ଅଭିଯୋଗରେ ଆନନ୍ଦପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଏନେଇ ଆନନ୍ଦପୁର ଥାନାରେ କେସ୍ ନଂ-୨୨୭, ତାରିଖ ୦୬.୦୮.୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୮୫/୨୯୬/୩୫୧(୨)/୮୨(୨) ଅନୁଯାୟୀ ମାମଲା ରୁଜୁ ହୋଇଛି।

ଅଭିଯୋଗକାରିଣୀ ପୂଜାରାଣୀ ମଲ୍ଲିକ (ବାଳଭଦ୍ରପୁର, ମୁଗୁପୁର, ଆନନ୍ଦପୁର)ଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚୁଗୋଛିଆ ଗ୍ରାମର ହରିହର ଦାସ (୨୫) ଗତ ପ୍ରାୟ ଏକ ବର୍ଷ ଧରି ମୋବାଇଲ୍ ଫୋନ୍ ମାଧ୍ୟମରେ ତାଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିଥିଲେ। ଚଳିତ ବର୍ଷ ଜୁନ୍ ମାସରେ ଅଭିଯୁକ୍ତ ତାଙ୍କୁ ଯାଜପୁର ନେଇ ସେଠାରେ କୋର୍ଟରେ ବିବାହ କରିଥିବା ଏବଂ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।

ପରେ ହରିହର ପୂର୍ବରୁ ବିବାହିତ ଥିବା ସତ୍ୟ ଲୁଚାଇ ରଖିଥିବା ଜଣାପଡ଼ିଥିଲା। ଏଥିସହ ସେ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦେଉଥିବା ନେଇ ଅଭିଯୋଗକାରିଣୀ ଥାନାରେ ଏତଲା ଦାଖଲ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରି ଶୁକ୍ରବାର ଅଭିଯୁକ୍ତ ହରିହର ଦାସଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ସମ୍ପର୍କରେ ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily