Categories: ଫୁରସତ

ବୋର୍‌ ହେବାରୁ ଚୋରି କଲେ

ଓ୍ବାଶିଂଟନ୍‌: ଅର୍ଥ ଲୋଭରେ ପଡ଼ି ଲୋକ ଚୋରି କରେ ନ ହେଲେ ଲୋକଙ୍କଠାରୁ ଜୋର ଜବରଦସ୍ତ ଲୁଟ୍‌ କରେ। ଚୋରିକୁ ନେଇ ଫ୍ଲୋରିଡାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଚୋରି ଅଭିଯୋଗରେ ଫ୍ଲୋରିଡା ପୋଲିସ ୪୫ ବର୍ଷୀୟ ନିକୋଲାସ ଜାପାଟରଲାମାଡ୍ରିଡ୍‌ଙ୍କୁ ଗିରଫ କରିଛି। ନିକୋଲାସ ଘରେ ବସି ବୋର୍‌ ହେଉଥିବା କାରଣରୁ ଏହି ଚୋରି କରିଥିବା କହିଛନ୍ତି। ଦୁଇଦିନ ବ୍ୟବଧାନରେ ନିକୋଲାସ ଓର୍ଲାଣ୍ଡୋ ଟିଡି ବ୍ୟାଙ୍କ ଏବଂ ସର୍କଲ କେ ଗ୍ୟାସ୍‌ ଷ୍ଟେଶନରେ ଚୋରି କରିଥିବା ପୋଲିସ କହିଛି।
୫ ତାରିଖ ସକାଳ ପ୍ରାୟ ସାଢେ ୯ଟା ସମୟରେ ନିକୋଲାସ ଟିଡି ବ୍ୟାଙ୍କରେ ପହଞ୍ଚିଥିଲେ। ସେଠାରେ ଥିବା ଜଣେ କର୍ମଚାରୀଙ୍କୁ ସେ ଏକ ଚିଠା ଦେଇଥିଲେ। ସେଥିରେ ଅତ୍ୟାଚାର ଓ ଟଙ୍କା ମାତ୍ର ଦୁଇଟି ଶବ୍ଦ ଲେଖାଥିଲା। ନକୋଲାସଙ୍କ ପାଖରେ ମାରଣାସ୍ତ୍ର ଥିବା ଭାବି କର୍ମଚାରୀ ସେ ସମୟରେ ବ୍ୟାଙ୍କରେ ଥିବା ଟଙ୍କା ତାଙ୍କୁ ଦେଇଥିଲେ। ଏହାପରେ ଘଟଣାସ୍ଥଳରୁ ନିକୋଲାସ ଚମ୍ପଟ ମାରିଥିଲେ। ଦୁଇଦିନ ପରେ ସର୍କଲ୍‌ କେ. ଗ୍ୟାସ୍‌ ଷ୍ଟେଶନରୁ ସମାନ ଭାବେ ଟଙ୍କା ଲୁଟ୍‌ କରିଥିଲେ। ଚୋରି ଭିଆଇବାର ମାତ୍ର ୨ ମିନିଟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚ ସେଠାରୁ ନିକୋଲାସଙ୍କୁ ଗିରଫ କରିନେଇଥିଲା।

Share