Odisha Elections 2024
Posted inଜାତୀୟ

ବିଧାନସଭାରେ ଶ୍ୱଶୁରଙ୍କୁ କହିଲେ, ମୁଁ ତୁମର ବୋହୂ,ଆପଣଙ୍କୁ ଏହା କରିବାକୁ ପଡିବ

ଚଣ୍ଡିଗଡ,୨୫।୮: ହରିୟାଣା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଚନ୍ଦ୍ରୟାନ-୩ର ସଫଳତା ନେଇ ଭାଜପା ଓ କଂଗ୍ରେସ ବାକ୍‌ଯୁଦ୍ଧ ଦେଖାଦେଇଥିଲା। ଏହି ସମୟରେ ଏପରି ଏକ ଘଟଣା ଘଟିଥିଲା, ଯାହା ବିଧାନସଭାରେ ବସିଥିବା ବିଧାୟକ-ମନ୍ତ୍ରୀମାନେ ହସିବାକୁ ବାଧ୍ୟ ହୋଇଥିଲେ। ବାଡହା ବିଧାନସଭାର ବିଧାୟକ ନୈନା ଚୌଟାଲା ସୋଲାର ଟ୍ୟୁବୱେଲ ସଂଯୋଗ ଦେବାକୁ ଦାବି କରି ବିଦ୍ୟୁତ ବିଭାଗୀୟ ମନ୍ତ୍ରୀ ରଣଜିତ୍‌ ସିଂ ଚୌତାଲାଙ୍କୁ କହିଛନ୍ତି ଯେ, ମୁଁ ତୁମର ବୋହୂ … ଆପଣଙ୍କୁ ଏହା କରିବାକୁ ପଡିବ। ବିଧାନସଭା ବାଚସ୍ପତି ଜ୍ଞାନଚାନ୍ଦ ଗୁପ୍ତା ଏବଂ ଅନ୍ୟ ବିଧାୟକମାନେ ମଧ୍ୟ ନୈନାଙ୍କ କଥା ଶୁଣିବା ପରେ ହସିବାକୁ ଲାଗିଥିଲେ।
ବିଧାୟକ ନୈନା ଚୌତାଲାଙ୍କ କଥା ଶୁଣିବା ପରେ ବିଦ୍ୟୁତ ମନ୍ତ୍ରୀ କହିଛନ୍ତି ଯେ, ଯଦି ଏହା ଭାବପ୍ରବଣର କଥା ହୋଇଥାନ୍ତା ତେବେ ଆମେ ଏହାକୁ ଘରେ କରିଥାନ୍ତୁ। ଏହା ଗୃହ, ତେବେ ଆମକୁ କିଛି ମର୍ଯ୍ୟାଦା ଅନୁସାରେ କହିବାକୁ ପଡିବ। ଯଦି ଆମେ ସୌର ଟ୍ୟୁବୱେଲ ସଂଯୋଗ ଆବେଦନ କରିବା ପାଇଁ ଏକ ୱେବସାଇଟ ଖୋଲୁ, ତେବେ ସଂଯୋଗ ପାଇଁ ଅଧିକ ଆବେଦନ ଆସେ ଏବଂ ବିଦ୍ୟୁତ ଟ୍ୟୁବୱେଲ ସଂଯୋଗ ପାଇଁ କମ ଆବେଦନ ଆସେ।
ବିଦ୍ୟୁତ ବିଭାଗ ଗ୍ରହଣ କରିଥିବା ଆବେଦନଗୁଡ଼ିକ ବିଷୟରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ବର୍ଷରେ ସେ ୬୧ ହଜାର ୧୫୮ ଟି ଆବେଦନ ଗ୍ରହଣ କରିଛନ୍ତି, ସେଥିମଧ୍ୟରୁ ୩୩ ହଜାର ୮୧୦ଟି ସୌର ଟ୍ୟୁବୱେଲ ସଂଯୋଗ ଏବଂ ୨୭ ହଜାର ବିଦ୍ୟୁତ ଟ୍ୟୁବୱେଲ ସଂଯୋଗ ପାଇଁ ଆବେଦନ କରାଯାଇଛି। ପୂର୍ବ ଚାହିଦା ପୂରଣ କରିବାକୁ ଏବେ ଏକ ବର୍ଷ ଲାଗିବ। ମନ୍ତ୍ରୀଙ୍କ କଥା ଶୁଣିବା ପରେ ବିଧାୟକ ନେଅନା କହିଛନ୍ତି ଯେ, ୨୦୧୮ ପର୍ଯ୍ୟନ୍ତ ଆସିଥିବା ସମସ୍ତ ଆବେଦନ ଉପରେ ବିଚାର କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷର ଝିଅକୁ କାର୍‌ ଭିତରେ ଛାଡି ମା’ବାପା ଗଲେ ବିବାହ ଭୋଜି: ପରେ ଆସି ଦେଖିବାରୁ…

କୋଟା, ୧୭।୫:ରାଜସ୍ଥାନର କୋଟାରେ ଗୁରୁବାର ଏକ ବନ୍ଦ କାର୍‌ରେ ଜଣେ ୩ ବର୍ଷୀୟା ଝିଅର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ସ୍ଥାନୀୟ ବାସିନ୍ଦା ପ୍ରଦୀପ ନାଗର...

ରଶ୍ମିକା ମନ୍ଦନାଙ୍କ ପୋଷ୍ଟ ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୫: ଅଭିନେତ୍ରୀ ରଶ୍ମିକା ମନ୍ଦନା ନ୍ୟାଶନାଲ କ୍ରସ ଜଣାଶୁଣା। ତାଙ୍କୁ ଶେଷ ଥର ପାଇଁ ଆନିମଲ ଫିଲ୍ମରେ ପରଦାରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ତାଙ୍କର ଅଭିନୟକୁ...

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ମମତା ବାନାର୍ଜୀ

କୋଲକତା,୧୭।୫:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ୨୪ ଘଣ୍ଟା ମଧ୍ୟରେ ତାଙ୍କ ବିବୃତ୍ତିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିକଟରେ ସେ କହିଥିଲେ...

ଜିତିଲେ ସିବଲ, ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ

ନୂଆଦିଲ୍ଲୀ,୧୬।୫: ବରିଷ୍ଠ ଓକିଲ କପିଲ ସିବଲ ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର (୧୬ ମେ’) ରେ ଅନୁଷ୍ଠିତ ନିର୍ବାଚନରେ କପିଲ...

ସୋସିଆଲ ମିଡିଆରେ କଂଗ୍ରେସ ହିଟ! କଂଗ୍ରେସର ମନିଫେଷ୍ଟୋକୁ ୮୮ ଲକ୍ଷଥର କରାଯାଇଛି ଡାଉନଲୋଡ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ କେବଳ ମଇଦାନରେ କରାଯାଉନାହିଁ, ସୋସିଆଲ ମିଡିଆ ମଧ୍ୟ ଏହାର ପ୍ରଚାର ପାଇଁ ଏକ ପ୍ରମୁଖ ମାଧ୍ୟମ...

ଗୋଟିଏ ମଞ୍ଚରେ ଏକାଠି ନଜର ଆସିବେ ମୋଦି-ରାଜ ଠାକରେ

ମୁମ୍ବାଇ,୧୬।୫: ଭାଜପା ଏହାର ସହଯୋଗୀ ତଥା ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କ ସହ ମହାରାଷ୍ଟ୍ରର ଅବଶିଷ୍ଟ ୧୩ ଟି ସିଟ ଉପରେ ବାଜି ଲଗାଇବାକୁ ପ୍ରସ୍ତୁତ ହେଉଛି।...

କୋଭିଶିଲ୍ଡ ଟିକାର ମାରାତ୍ମକ ରକ୍ତଜମାଟ ପ୍ରତିକ୍ରିୟା ଭିଆଇଟିଟି

ନୂଆଦିଲ୍ଲୀ,୧୬ା୫ : ଆଷ୍ଟ୍ରାଜେନିକା କମ୍ପାନୀ ଏହାର କୋଭିଶିଲ୍ଡ ଟିକାକୁ ସାରା ବିଶ୍ୱରୁ ପ୍ରତ୍ୟାହାର କରିନେବାର ସପ୍ତାହେ ପରେ ଏହାର ଅନ୍ୟ ଏକ ମାରାତ୍ମକ ପାର୍ଶ୍ୱ ପ୍ରତିକ୍ରିୟା...

କାଳବୈଶାଖୀ ନେଲା ୧୧ ଜୀବନ

କୋଲକାତା,୧୬।୫: ଗୁରୁବାର ପଶ୍ଚିମବଙ୍ଗର ମାଲଦାଠାରେ ପ୍ରକୃତି ତାଣ୍ଡବ ରଚିଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବାର ସୂଚନା ମିଳିଛି ଯେଉଁଥିରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri