Categories: ଜାତୀୟ

ଘୋଡ଼ା ଚଢ଼ି ସ୍କୁଲ ଗଲେ

ଭୋପାଳ, ୧୦ା୨: କରୋନା ଯୋଗୁ ସ୍କୁଲ ବସ୍‌ ବନ୍ଦ ହୋଇଯିବାରୁ ପାଠ ପଢ଼ିବାକୁ ଘୋଡ଼ାରେ ବସି ବିଦ୍ୟାଳୟରେ ପହଞ୍ଚିଲେ ଛାତ୍ର। ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲାର ଏକ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, କରୋନା ପରେ ବିଦ୍ୟାଳୟରେ ବସ୍‌ ସେବା ବନ୍ଦ କରିଦିଆଯାଇଥିଲା। ଏବେ କଟକଣା ମଧ୍ୟରେ ସ୍କୁଲ ଖୋଲିଥିଲେ ହେଁ ଘରଠାରୁ ୫ କିମି ଦୂରରେ ଥିବା ବିଦ୍ୟାଳୟକୁ ଯିବାରେ ଅସୁବିଧାରେ ପଡ଼ିଥିଲେ ୧୨ ବର୍ଷୀୟ ଶିବରାଜ। ସ୍କୁଲକୁ ଯାଇଥିବା ପଥର ଭର୍ତ୍ତି ରାସ୍ତାରେ ସାଇକେଲ ନେଇ ଯିବାକୁ ଏକାଧିକ ଥର ଉଦ୍ୟମ କରିଥିଲେ ହେଁ ବାରମ୍ବାର ପଡ଼ି ସେ ଖଣ୍ଡିଆଖାବରା ହୋଇଥିଲେ। ଶେଷରେ ଘରେ ଥିବା ତାଙ୍କ ଘୋଡ଼ାକୁ ସାଧନ କରି ଏହା ଉପରେ ବସି ସେ ସ୍କୁଲ ଯିବାକୁ ସ୍ଥିର କରିଥିଲେ। ଶିବରାଜ ଜଣେ ଚାଷୀଙ୍କ ପୁଅ ହୋଇଥିବାବେଳେ ପାଠପଢ଼ିବା ପାଇଁ ତାଙ୍କର ଏଭଳି ନିଆରା ପ୍ରୟାସ ସମଗ୍ର ଅଞ୍ଚଳରେ ପ୍ରଶଂସା ସାଉଁଟିଛି।

Share