ଫିଲ୍ମ ‘ପୁଷ୍ପା’କୁ ନେଇ ବଢୁଛି କ୍ରେଜ୍‌

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ଦେଖିବାକୁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ବଢିଛି। ଏମାନଙ୍କ ଯୋଡିକୁ ଦର୍ଶକ ମଧ୍ୟ ବେଶ୍‌ ପ୍ରଶଂସା କରିଛନ୍ତି। ଡିସେମ୍ବର ୧୭ରେ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତି ଲାଭ କରିଥିଲା। ତେବେ ଏହାର ହିନ୍ଦୀ ଭର୍ସନ ଜାନୁୟାରୀ ୧୪ରେ ଆମାଜନ ପ୍ରାଇମରେ ଷ୍ଟ୍ରିମିଂ ଆରମ୍ଭ କରିବ ବୋଲି ଘୋଷଣା କରାଯାଇଛି। ଏହି ଫିଲ୍ମଟି ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ ଭାଷାରେ ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ ଅଛି। ସୁକୁମାର ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି।

Share