ପାଇଥିବା ସୁନା ଅଳଙ୍କାର, ୩ ଲକ୍ଷ ଟଙ୍କା ଫେରାଇଲେ

ଧାମନଗର, ୨୧।୪ (ସ୍ବ.ପ୍ର.): ବାଟରୁ ପାଇଥିବା ସୁନା ରୁପା ଅଳଙ୍କାର ଓ ୩ ଲକ୍ଷ ଟଙ୍କା ଫେରାଇ ମହାନତା ଦେଖାଇଛନ୍ତି ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ପାହାଡ଼ପୁର ଅଞ୍ଚଳର ଯୁବ ଖବରଦାତା ସରୋଜ କୁମାର ଖୁଣ୍ଟିଆ। ସରୋଜ ଗତ ୧୫ ତାରିଖରେ ବାଇକ୍‌ରେ ଭୁବନେଶ୍ୱର ଯାଉଥିଲେ। ଯାଜପୁର ଜିଲାର ଛତିଆ ପରେ ୧୬ ନଂ. ଜାତୀୟ ରାଜପଥ ପାଶର୍‌ବ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଗୋଟିଏ କଳା ବ୍ୟାଗ୍‌ ରାସ୍ତା ଉପରେ ପଡ଼ିଥିବା ଦେଖି ଉଠାଇ ନେଇଥିଲେ। କଟକ ସିଡିଏ ୧୧ସ୍ଥିତ ତାଙ୍କ ବାସଭବନରେ ବ୍ୟାଗ୍‌କୁ ଖୋଲି ସେଥିରେ ଥିବା ଅଳଙ୍କାର ଓ କାଗଜପତ୍ରର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସୋସିଆଲ ମିଡିଆରେ ବହୁଳ ପ୍ରସାର ପରେ ବ୍ୟାଗ୍‌ ହଜାଇଥିବା ଦମ୍ପତି ଯାଜପୁର ଜିଲା ଦଶରଥପୁର ବ୍ଲକ ଅଳକୁଣ୍ଡ ନିକଟ ନୂଆଗଁାର ଗେଲୁ ପଲେଇ ଓ କେଳୁ ପଲେଇ ତାଙ୍କ ସହ ଯୋଗାଯୋଗ କରିଥିଲେ। କେଳୁ ଭୁବନେଶ୍ୱରରୁ ନିଜ ଘରକୁ ଫେରୁଥିବା ବେଳେ ଛତିଆ ପରେ ପରେ ତାଙ୍କ ବ୍ୟାଗ୍‌ ଖସିପଡ଼ିଥିଲା। ସରୋଜଙ୍କ ସହ ଯୋଗାଯୋଗ କରି ଗୁରୁବାର ଏହି ଦମ୍ପତି କର୍ମକ୍ଷେତ୍ର ଭୁବନେଶ୍ୱରରୁ ଆସି କଟକ ସିଡିଏ କଲୋନୀରେ ପହଞ୍ଚତ୍ ନିଜର ପ୍ରମାଣପତ୍ର ଦେଖାଇ ସୁନା ଚୁଡ଼ି, ଦେଢ଼ଶହ ଗ୍ରାମର ରୁପା, ଟଙ୍କା ଓ କାଗଜପତ୍ର ସରୋଜଙ୍କଠାରୁ ନେଇଛନ୍ତି। ଏଥିପାଇଁ ସେମାନେ ସରୋଜଙ୍କୁ କୃତଜ୍ଞତା ଜଣାଇଥିଲେ। ସରୋଜଙ୍କ ମହାନତା ଓ ମାନବିକତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।