Posted inUncategorized

ଯୌତୁକରେ ମିଳିଥିବା ୫.୫୧ ଲକ୍ଷ ଫେରାଇଲେ

ଜୈସଲ୍‌ମେର: ପଶ୍ଚିମ ରାଜସ୍ଥାନର ଜୈସଲମେର ଜିଲା ଲାଠି ଅଞ୍ଚଳସ୍ଥିତ କେରାଲିଆ ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏକ ବିବାହ ଉତ୍ସବରେ ଜଣେ ବର ଯୌତୁକ ପ୍ରଥାକୁ ବନ୍ଦ କରିବା ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ରାଜସ୍ଥାନର ପାଲି ଜିଲା କଣ୍ଟାଲିଆ ଗ୍ରାମର ପରମବୀର ସିଂ କୁମାୱତଙ୍କ ବିବାହ ରବିବାର କେରାଲିଆ ଗ୍ରାମ ନିବାସୀ ଜେଠୁ ସିଂ ଭାଟିଙ୍କ ଝିଅ ନିକିତା ଭାଟିଙ୍କ ସହ ହୋଇଥିଲା। ତେବେ ବିବାହର ତିଲକ୍‌ ପ୍ରଥା ଚାଲିଥିବା ବେଳେ ଜେଠୁ ସିଂ ତାଙ୍କ ଜ୍ବାଇଁ ପରମବୀରଙ୍କୁ ଉପହାର ସ୍ବରୂପ ୫ ଲକ୍ଷ ୫୧ ହଜାର ଟଙ୍କା ଦେଇଥିଲେ। ହଠାତ୍‌ ପରମବୀର ଏହି ଉପହାରକୁ ମନା କରି ପାରି ନଥିଲେ। ଏହାର କିଛି ସମୟ ପରେ ସେ ତାଙ୍କ ବାପା ଈଶ୍ୱର ସିଂ କୁମାୱତ୍‌ଙ୍କୁ ଉପହାରରେ ମିଳିଥିବା ୫ ଲକ୍ଷ ୫୧ ହଜାର ଟଙ୍କା କନ୍ୟା ପକ୍ଷଙ୍କୁ ଫେରାଇ ଦେବା ପାଇଁ ଅନୁରୋଧ କରିଥିଲେ। ଏଥିରେ ଈଶ୍ୱର ରାଜି ହୋଇଥିଲେ। ଏହାପରେ ଉଭୟ ପରମବୀର ଓ ତାଙ୍କ ବାପା ଈଶ୍ୱର କନ୍ୟାଙ୍କ ବାପା ଜେଠୁ ସିଂଙ୍କ ପାଖକୁ ଯାଇ ତିଲକ ପ୍ରଥା ବାବଦକୁ ଉପହାରରେ ମିଳିଥିବା ୫ ଲକ୍ଷ ୫୧ ହଜାର ଟଙ୍କା ଫେରାଇ ଦେବା ସହ ପରମ୍ପରାକୁ ନିଭାଇବା ପାଇଁ ସେମାନେ କନ୍ୟା ପକ୍ଷଙ୍କଠାରୁ କେବଳ ଗୋଟିଏ ୧ ଟଙ୍କିଆ କଏନ୍‌ ଓ ନଡ଼ିଆ ରଖିଥିଲେ। ବର ଓ ତାଙ୍କ ବାପାଙ୍କ ଏହି ଆଚରଣ ଦେଖି କନ୍ୟାଙ୍କ ବାପା
ଜେଠୁ ସିଂ ଭାବବିହ୍ବଳ ହୋଇ ଯାଇଥିଲେ। ଏହି ଦୃଶ୍ୟ ଦେଖି ସେଠାରେ ଥିବା ସମସ୍ତ ଅତିଥି ମଧ୍ୟ ଚକିତ ହୋଇଯାଇଥିଲେ। ଏହି ଘଟଣା କେବଳ କେରାଲିଆ ଗ୍ରାମରେ ନୁହେଁ, ବରଂ ଆଖପାଖ ଗ୍ରାମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣା ସମ୍ପର୍କରେ ପରମବୀର କହିଛନ୍ତି, ତାଙ୍କୁ ଓ ତାଙ୍କ ପରିବାରକୁ ଯୌତୁକ ଦରକାର ନାହିଁ। ରାଜପୁତ ସମାଜରେ ଯୌତୁକ ପ୍ରଥା ବନ୍ଦ କରିବାର ସନ୍ଦେଶ ଦେବା ପାଇଁ ସେ ତିଲକ ପରମ୍ପରାରେ ମିଳିଥିବା ଟଙ୍କାକୁ ଫେରାଇ ଦେଇଛନ୍ତି। ୩୦ ବର୍ଷୀୟ ପରମବୀର ହେଉଛନ୍ତି ଜଣେ ସିଭିଲ ସର୍ଭିସେସ୍‌ ଆସ୍ପିରାଣ୍ଟ। ତେଣୁ ଜଣେ ଶିକ୍ଷିତ ବ୍ୟକ୍ତି ଭାବେ ସମାଜରେ ଯୌତୁକ ପରି କୁପ୍ରଥାକୁ ସେ କେବେ ମଧ୍ୟ ପ୍ରଶ୍ରୟ ଦେବେ ନାହିଁ ବୋଲି ପରମବୀର କହିଛନ୍ତି। ତାଙ୍କ ବାପା ଈଶ୍ୱର ସିଂ କହିଛନ୍ତି, ଆଧୁନିକ ଭାରତରେ ଝିଅମାନେ ବିଭିନ୍ନ କ୍ଷେତ୍ରରେ ଦେଶ ଓ ସମାଜ ସମେତ ପରିବାରର ମଧ୍ୟ ପ୍ରତିନିଧିତ୍ତ୍ୱ କରୁଛନ୍ତି। ବିବାହ ଉତ୍ସବରେ କେବଳ ନଡ଼ିଆ ନେଇ ପରମ୍ପରାକୁ ନିଭାଇବାର ଆବଶ୍ୟକତା ରହିଛି। ପରମ୍ପରା ନଁାରେ ଲକ୍ଷାଧିକ ଟଙ୍କାର ଯୌତୁକ ଦିଆନିଆ ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। କନ୍ୟାଙ୍କ ବାପା ଜେଠୁ ସିଂ କହିଛନ୍ତି, ସମାଜରେ ଲୋକଙ୍କ ମଧ୍ୟରେ ଯୌତୁକ ନ ନେବାର ମାନସିକତା ଆସିଗଲେ କୌଣସି ବାପା ସେମାନଙ୍କ ଝିଅଙ୍କୁ ଆଉ ବୋଝ ବୋଲି ଭାବିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri