ସୁପ୍ରିମ୍‌କୋର୍ଟରେ ଦାଖଲ ହେବ ରଥଯାତ୍ରା ରିପୋର୍ଟ: ପୋଲିସ, ଶ୍ରୀମନ୍ଦିର ପ୍ରଶାସନକୁ ତଥ୍ୟ ମଗାଗଲା

ପୁରୀ ଅଫିସ, ୨୦ା୭: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱ ଦେବତା। ସେ ଭାବର ଠାକୁର। ତାଙ୍କୁ ଯିଏ ଯେମିତି ଡାକିଛି ସେ ତା’ ଡାକ ସେମିତି ଶୁଣିଛନ୍ତି। ତାଙ୍କର ସାନ୍ନିଧ୍ୟ ଟିକିଏ ପାଇବା ପାଇଁ କାହିଁ କେତେ ଦୂରରୁ ପୂଣ୍ୟଭୂମି ଶ୍ରୀକ୍ଷେତ୍ରକୁ ଭକ୍ତ ଛୁଟି ଆସନ୍ତି। ହେଲେ କୋଟି କୋଟି ହିନ୍ଦୁଙ୍କ ଏହି ଆରାଧ୍ୟ ଦେବତାଙ୍କୁ ଲେଖକ ତଥା ଆଇଆଇପିଏମ୍‌ ଡାଇରେକ୍ଟର ଅରିନ୍ଦମ ଚୌଧୁରୀ କଟାକ୍ଷ କରିଛନ୍ତି। ଏହାଦ୍ୱାରା ସେ ଅସଂଖ୍ୟ ଜଗନ୍ନାଥପ୍ରେମୀ ଓ ହିନ୍ଦୁ ଧର୍ମାବଲମ୍ବୀଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛନ୍ତି। ଏ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଭକ୍ତ ଓ ସେବାୟତମାନେ ଅରିନ୍ଦମଙ୍କୁ ଦୃଢ ନିନ୍ଦା କରିଛନ୍ତି।
ଅରିନ୍ଦମ ନିଜ ଅଫିସିଆଲ ଫେସ୍‌ବୁକରେ ଏକ ବିବାଦୀୟ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି କୌଣସି ଭଗବାନଙ୍କୁ ପ୍ରାର୍ଥନା କଲେ କରୋନାରୁ ମୁକ୍ତି ମିଳିବ ନାହିଁ। ପ୍ରାର୍ଥନା କେବେ କାମ କରେ ନାହିଁ, ଯଦି ଖୁସିରେ ରହିବାକୁ ଚାହୁଁଛ ତେବେ ତାଙ୍କ ବହି ପଢିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ ଶ୍ରୀଜଗନ୍ନାଥଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜଣେ ଡାକ୍ତର କରୁଥିବା ଫଟୋ ପୋଷ୍ଟ କରି ଅରିନ୍ଦମ କଟାକ୍ଷ କରିଛନ୍ତି। କେବଳ ସେତିକି ନୁହେଁ, ତିରୁପତି ବାଲାଜୀଙ୍କୁ ଉପହାସ କରି ଏହି ମନ୍ଦିରର ୫୦ ସେବାୟତଙ୍କ ମଧ୍ୟରୁ ୧୫ କରୋନାରେ ଆକ୍ରାନ୍ତ ହୋଇଥିବା ଲେଖିଛନ୍ତି। ଏ ନେଇ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କୁ ନେଇ ଅରିନ୍ଦମ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱର ଠାକୁର। ତାଙ୍କ ମହିମା ଜଗତବାସୀ ଜାଣନ୍ତି। ମାତ୍ର ମହାପ୍ରଭୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜଣେ ଡାକ୍ତର କରୁଥିବାର ଫଟୋ ପୋଷ୍ଟ କରି ସେ ହିନ୍ଦୁ ଧର୍ମ ଓ ଜଗନ୍ନାଥ ସଂସ୍କୃତିକୁ କୁଠାରଘାତ କରିଛନ୍ତି। ଯେଉଁ କରୋନାର ଭ୍ୟାକ୍‌ସିନ ବାହାର କରିବା ଲାଗି ବିଶ୍ୱର ବୈଜ୍ଞାନିକମାନେ ଲାଗିପଡ଼ିିଛନ୍ତି ସେଥିରେ ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି। କାରଣ ଆଶୀର୍ବାଦ ନ ରହିଲେ ବିଜ୍ଞାନ କେବେ ଆଗେଇ ପାରିବ ନାହିଁ। ତେଣୁ ଅରିନ୍ଦମ ଏଭଳି ମାନସିକତାରୁ ଦୂରେଇ ରହି ମହାପ୍ରଭୁଙ୍କୁ କ୍ଷମା ମାଗନ୍ତୁ ବୋଲି ବିନାୟକ ଦାବି କରିଛନ୍ତି। ଭକ୍ତ ସରୋଜ କୁମାର ବେହେରା ମଧ୍ୟ ଏଭଳି ଫଟୋ ପୋଷ୍ଟକୁ ଦୃଢ ନିନ୍ଦା କରିଛନ୍ତି। ଏପରି କଟାକ୍ଷ କରିବା ପୂର୍ବରୁ ସେ ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ମହାପ୍ରଭୁଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିବା ଉଚିତ ଥିଲା। ଜଣେ ଭଲ ଲେଖକ କେବେ କୌଣସି ଧର୍ମକୁ ଆଘାତ ଦେଇ ନ ଥାଏ। ତେଣୁ ଅରିନ୍ଦମ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାର, କରଜ ବଢ଼ିଲାଣି ସେଲୁନ ଖୋଲିବାକୁ ଅନୁମତି ଦିଅ

ବଡଗାଁ,୧୭ା୬: ସୁନ୍ଦରଗଡ଼ ଜିଲା ବଡଗାଁ ବାରିକ ସମାଜ ପକ୍ଷରୁ ଗୁରୁବାର ବୈଠକ କରି ସେଲୁନ ଖୋଲିବାକୁ ଅନୁମତି ଦେବାକୁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।...

ମାଛ ବ୍ୟବସାୟୀଙ୍କ କବଳରେ ସଂରକ୍ଷିତ ଜଙ୍ଗଲ

କେନ୍ଦ୍ରାପଡ଼ା ଅଫିସ, ୨୪ା୯: ଜୈବବିବିଧତା ଭରା ଜାତୀୟଉଦ୍ୟାନ ଭିତରକନିକା ଏବେ ନିଜର ମାନ ହରାଉଛି। ତଟକ୍ଷୟ, ଜଙ୍ଗଲ ଜମି ସମସ୍ୟା ଥିବା ବେଳେ ସାମୁଦ୍ରିକ ଓ...

ନକଲି ବିଦେଶୀ ମଦ କାରଖାନା ଠାବ: କନଷ୍ଟେବଳ, ଜିଲା ପରିଷଦ ସଭ୍ୟ ଗିରଫ

ଢେଙ୍କାନାଳ ଅଫିସ,୩।୧: ଅବକାରୀ ବିଭାଗ ମଙ୍ଗଳବାର ଭୋରରେ ଢେଙ୍କାନାଳ ଜିଲା ଭୁବନ ଥାନା ଅଧୀନ ଏକତାଳି ଗ୍ରାମରେ ଚଢାଉ କରି ଏକ ନକଲି ବିଦେଶୀ ମଦ...

୪୮ ଘଣ୍ଟା ଲାଗି ୩ ଗ୍ରାମ ଶଟ୍‌ଡାଉନ

ଜଟଣୀ,୧୦ା୬(ଡି.ଏନ୍‌.ଏ.): ଜଟଣୀ ବ୍ଲକ ଅଞ୍ଚଳରେ ଜଣେ ଦୋକାନୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ଶଟ୍‌ଡାଉନ୍‌ ଓ କଣ୍ଟେନମେଣ୍ଟ ଜୋନ ଘୋଷଣା...

ସେପ୍ଟେମ୍ବର ପହିଲାରୁ ସରକାରୀ ଅଫିସକୁ ଜନସାଧାଣଙ୍କୁ ଯିବା ପାଇଁ ଅନୁମତି

ଛତ୍ରପୁର,୨୮।୮(ଡି.ଏନ୍‌.ଏ): ଆସନ୍ତା ସେପ୍ଟେମ୍ବର ପହିଲାରୁ ଗଞ୍ଜାମ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କୁ ଯିବା ପାଇଁ ଅନୁମତି ମିଳିବ। ଶୁକ୍ରବାର ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ...

ଇଟାଲି ଫେରନ୍ତାଙ୍କ ରିପୋର୍ଟ ନେଗେଟିଭ୍‌

କଟକ ଅଫିସ,୧୬।୩: କରୋନା ସନ୍ଦେହରେ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ଯୁବକଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ତାଙ୍କ ଘର କଟକରେ ହୋଇଥିବା ବେଳେ ସେ...

ହାତୀ ଆକ୍ରମଣରେ ବୃଦ୍ଧା ସଙ୍କଟାପନ୍ନ

କେସିଙ୍ଗା/ସେରଗଡ଼,୩୦।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଅଧୀନ ତେର୍ଲୋ ଗ୍ରାମର ଜଣେ ବୃଦ୍ଧା ଗୁରୁବାର ସକାଳ ସାଢ଼େ ୬ଟାରେ ନିକଟସ୍ଥ ଜଙ୍ଗଲକୁ ମହୁଲ ଫଳ (ଟୋଳ)...

୧୧୩୨ ଗୋଷ୍ଠୀକୁ ୪୧.୯୭ କୋଟି ଋଣ

ଚାନ୍ଦବାଲି,୧୨।୧(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲିରେ ବ୍ଲକସ୍ତରୀୟ ମେଗା ଋଣ ମେଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ଡ. ବ୍ୟୋମକେଶ ରାୟ, ଜିଲାପାଳ...

Advertisement
Archives

Model This Week