ସୁପ୍ରିମ୍‌କୋର୍ଟରେ ଦାଖଲ ହେବ ରଥଯାତ୍ରା ରିପୋର୍ଟ: ପୋଲିସ, ଶ୍ରୀମନ୍ଦିର ପ୍ରଶାସନକୁ ତଥ୍ୟ ମଗାଗଲା

ପୁରୀ ଅଫିସ, ୨୦ା୭: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱ ଦେବତା। ସେ ଭାବର ଠାକୁର। ତାଙ୍କୁ ଯିଏ ଯେମିତି ଡାକିଛି ସେ ତା’ ଡାକ ସେମିତି ଶୁଣିଛନ୍ତି। ତାଙ୍କର ସାନ୍ନିଧ୍ୟ ଟିକିଏ ପାଇବା ପାଇଁ କାହିଁ କେତେ ଦୂରରୁ ପୂଣ୍ୟଭୂମି ଶ୍ରୀକ୍ଷେତ୍ରକୁ ଭକ୍ତ ଛୁଟି ଆସନ୍ତି। ହେଲେ କୋଟି କୋଟି ହିନ୍ଦୁଙ୍କ ଏହି ଆରାଧ୍ୟ ଦେବତାଙ୍କୁ ଲେଖକ ତଥା ଆଇଆଇପିଏମ୍‌ ଡାଇରେକ୍ଟର ଅରିନ୍ଦମ ଚୌଧୁରୀ କଟାକ୍ଷ କରିଛନ୍ତି। ଏହାଦ୍ୱାରା ସେ ଅସଂଖ୍ୟ ଜଗନ୍ନାଥପ୍ରେମୀ ଓ ହିନ୍ଦୁ ଧର୍ମାବଲମ୍ବୀଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛନ୍ତି। ଏ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଭକ୍ତ ଓ ସେବାୟତମାନେ ଅରିନ୍ଦମଙ୍କୁ ଦୃଢ ନିନ୍ଦା କରିଛନ୍ତି।
ଅରିନ୍ଦମ ନିଜ ଅଫିସିଆଲ ଫେସ୍‌ବୁକରେ ଏକ ବିବାଦୀୟ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି କୌଣସି ଭଗବାନଙ୍କୁ ପ୍ରାର୍ଥନା କଲେ କରୋନାରୁ ମୁକ୍ତି ମିଳିବ ନାହିଁ। ପ୍ରାର୍ଥନା କେବେ କାମ କରେ ନାହିଁ, ଯଦି ଖୁସିରେ ରହିବାକୁ ଚାହୁଁଛ ତେବେ ତାଙ୍କ ବହି ପଢିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ ଶ୍ରୀଜଗନ୍ନାଥଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜଣେ ଡାକ୍ତର କରୁଥିବା ଫଟୋ ପୋଷ୍ଟ କରି ଅରିନ୍ଦମ କଟାକ୍ଷ କରିଛନ୍ତି। କେବଳ ସେତିକି ନୁହେଁ, ତିରୁପତି ବାଲାଜୀଙ୍କୁ ଉପହାସ କରି ଏହି ମନ୍ଦିରର ୫୦ ସେବାୟତଙ୍କ ମଧ୍ୟରୁ ୧୫ କରୋନାରେ ଆକ୍ରାନ୍ତ ହୋଇଥିବା ଲେଖିଛନ୍ତି। ଏ ନେଇ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କୁ ନେଇ ଅରିନ୍ଦମ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱର ଠାକୁର। ତାଙ୍କ ମହିମା ଜଗତବାସୀ ଜାଣନ୍ତି। ମାତ୍ର ମହାପ୍ରଭୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜଣେ ଡାକ୍ତର କରୁଥିବାର ଫଟୋ ପୋଷ୍ଟ କରି ସେ ହିନ୍ଦୁ ଧର୍ମ ଓ ଜଗନ୍ନାଥ ସଂସ୍କୃତିକୁ କୁଠାରଘାତ କରିଛନ୍ତି। ଯେଉଁ କରୋନାର ଭ୍ୟାକ୍‌ସିନ ବାହାର କରିବା ଲାଗି ବିଶ୍ୱର ବୈଜ୍ଞାନିକମାନେ ଲାଗିପଡ଼ିିଛନ୍ତି ସେଥିରେ ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି। କାରଣ ଆଶୀର୍ବାଦ ନ ରହିଲେ ବିଜ୍ଞାନ କେବେ ଆଗେଇ ପାରିବ ନାହିଁ। ତେଣୁ ଅରିନ୍ଦମ ଏଭଳି ମାନସିକତାରୁ ଦୂରେଇ ରହି ମହାପ୍ରଭୁଙ୍କୁ କ୍ଷମା ମାଗନ୍ତୁ ବୋଲି ବିନାୟକ ଦାବି କରିଛନ୍ତି। ଭକ୍ତ ସରୋଜ କୁମାର ବେହେରା ମଧ୍ୟ ଏଭଳି ଫଟୋ ପୋଷ୍ଟକୁ ଦୃଢ ନିନ୍ଦା କରିଛନ୍ତି। ଏପରି କଟାକ୍ଷ କରିବା ପୂର୍ବରୁ ସେ ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ମହାପ୍ରଭୁଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିବା ଉଚିତ ଥିଲା। ଜଣେ ଭଲ ଲେଖକ କେବେ କୌଣସି ଧର୍ମକୁ ଆଘାତ ଦେଇ ନ ଥାଏ। ତେଣୁ ଅରିନ୍ଦମ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

୮୭ବର୍ଷ ବୟସରେ ଈଶ୍ୱର ଚନ୍ଦ୍ରଙ୍କ ଦେହାନ୍ତ, ୭ଘଣ୍ଟା ପାଟଣାବଜାର ବନ୍ଦ

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଂଚାୟତ ଶିବ ନାରାୟଣ ପୁର ଶାସନର ବର୍ଷୀୟାନ ସାମାଜିକ କର୍ମୀ, ସଂଗଠକ ଈଶ୍ୱର ଚନ୍ଦ୍ର ଦାଶଙ୍କ…

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ..

ଭୁବନେଶ୍ୱର,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ପୁରସ୍କାର। ୫ ଜଣଙ୍କୁ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ସ୍ବାଧୀନତା ଦିବସରେ ଦେଲେ ଯୁଦ୍ଧ ଧମକ

ଇସଲାମାବାଦ୍‌,୧୪।୮: ପାକିସ୍ତାନ ସ୍ବାଧୀନତା ଦିବସରେ ମଧ୍ୟ ଭାରତ ଧିରୋଧରେ ବିଷ ଓଗାଳିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତର ‘ଅପରେଶନ ସିନ୍ଦୁର’ ଦ୍ୱାରା ଆରମ୍ଭ ହୋଇଥିବା…

ଆମେରିକାର ବଡ଼ ଅଭିଯୋଗ; ଚାଇନାକୁ ଟାରିଫ୍‌ରୁ ବଞ୍ଚାଉଛି ଭାରତ!

ଓ୍ବାଶିଂଟନ,୧୪।୮: ଆମେରିକା ପୁଣିଥରେ ଟାରିଫ୍‌ ପ୍ରସଙ୍ଗରେ ଭାରତକୁ ନେଇ ବଡ଼ ଅଭିଯୋଗ ଆଣିଛି। ଆମେରିକାର ଅଭିଯୋଗ ଅନୁସାରେ, ଭାରତ ସମେତ ୪୦ରୁ ଅଧିକ ଦେଶ କଥିତ ଭାବେ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri