ସାନଭାଇକୁ ମାରିବାକୁ ଦେଇଥିଲେ ଲକ୍ଷେ ଟଙ୍କାର ସୁପାରି

ବଲାଙ୍ଗୀର ଅଫିସ,୨୦ା୮: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଗତ ୧୬ ତାରିଖ ସକାଳେ ଘଟିଥିବା ଅଜୁ ଦୋରା (୨୫) ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ପୋଲିସ ସଫଳ ହୋଇଛି। ପାରିବାରିକ କଳହ ସାଂଘାତିକ ରୂପ ନେବା ପରେ ୧ ଲକ୍ଷ ଟଙ୍କା ସୁପାରି ଦେଇ ବଡବାପା ପୁଅ ଭାଇ ନିଜ କାକା ପୁଅ ଭାଇକୁ ହତ୍ୟା କରିଥିବା ଜଣାପଡିଛି। ଏହି ହତ୍ୟା ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ସମେତ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁଦପଡାର ମୁନା ଦୋରା (୨୭), ଲଳିତ ନଗରର ରାହୁଲ ପାଣିଗ୍ରାହୀ (୨୭), ନୂଆପଡାର ସୋମ ପୁଞ୍ଜି (୨୪) ଓ ବ୍ରାହ୍ମଣପଡାର ଚନ୍ଦ୍ର ପଧାନ (୨୭)। ସେମାନଙ୍କ ମଧ୍ୟରୁ ଦୁଇଜଣ ଅଭିଯୁକ୍ତ ହସ୍ପିଟାଲ ପରିସରରେ ପୋଲିସକୁ ହତ୍ୟାକାଣ୍ଡର ଡେମୋ ଦେଖାଇଛନ୍ତି। ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର ଶୁକ୍ରବାର ଜିଲା ପୋଲିସ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି ଏହି ଚର୍ଚ୍ଚିତ ହତ୍ୟା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ବଲାଙ୍ଗୀର ସୁଦପଡା ନିବାସୀ ଅଜୁ ଦୋରାଙ୍କ ସହ ତାଙ୍କ ବଡବାପା ପୁଅ ମୁନା ଦୋରାଙ୍କର ପ୍ରାୟ ଦୁଇ ମାସ ପୂର୍ବରୁ ରାସ୍ତାକଡରେ ଫଳ ଦୋକାନ ଲଗାଇବାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଘର ଭିତରେ ଅଜୁ କୁଆଡେ ମୁନା ଓ ତାଙ୍କର ବାପାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତ ମୁନା ନିଜ କାକାପୁଅ ଭାଇ ଅଜୁଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ସବୁଦିନ ପାଇଁ ରାସ୍ତାରୁ ହଟାଇବା ଷଡ଼ଯନ୍ତ୍ର କରି ସୁପାରି କିଲର ଯୋଗାଡ କରିଥିଲେ। ଏଥିସକାଶେ ସେ ୧ ଲକ୍ଷ ଟଙ୍କାର ସୁପାରି ମଧ୍ୟ ଦେଇଥିଲେ। ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଭିଯୁକ୍ତ ମୁନା ପ୍ରଥମେ ଲଳିତନଗରର ରାହୁଲଙ୍କୁ ସୁପାରି ଦେଇଥିଲେ। ସୁପାରି ପାଇବା ପରେ ରାହୁଲ ବ୍ରାହ୍ମଣପଡାର ଚନ୍ଦ୍ରଙ୍କୁ ସାଥୀ କରିଥିଲେ। ଉଭୟ ରାହୁଲ ଓ ଚନ୍ଦ୍ର ହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ସଫଳ ହେଉ ନ ଥିଲେ। ଏହାପରେ ସେମାନେ ନୂଆପଡା ଜିଲାର ମୂଳ ନିବାସୀ ତଥା ବଲାଙ୍ଗୀର ଲଳିତ ନଗରରେ ରହୁଥିବା ସୋମଙ୍କୁ ହତ୍ୟା ଯୋଜନା ସମ୍ପର୍କରେ କହିଥିଲେ। ପରେ ତିନି ଜଣ ମିଳିତ ଭାବେ ଅଜୁଙ୍କୁ ହତ୍ୟା କରିବାକୁ ଯୋଜନା କରି ଏକାଧିକ ଥର ଉଦ୍ୟମ କରିଥିଲେ। ଏଥିସକାଶେ ସେମାନେ ମୁନାଙ୍କଠାରୁ ପ୍ରଥମେ ୩୦ ହଜାର ଟଙ୍କା ଆଡଭାନ୍ସ ଆକାରରେ ନେଇଥିଲେ। ଗତ ୧୬ ତାରିଖ ଦିନ ସୋମ ଓ ରାହୁଲ ଏକ ମୋଟର ସାଇକେଲରେ ହସ୍ପିଟାଲ ପରିସରସ୍ଥ ସିକ୍ୟୁରିଟି ଅଫିସ ସମ୍ମୁଖରେ ଛପି ରହିଥିଲେ। ସକାଳ ପ୍ରାୟ ୫ଟା ୨୦ ମିନିଟ ସମୟରେ ଅଜୁ ନିଜ ମାଆ ଜୟନ୍ତୀ ଦୋରାଙ୍କୁ ଏକ ସ୍କୁଟିରେ ବସାଇ ଆସୁଥିବା ବେଳେ ଅଭିଯୁକ୍ତ ସୋମ ଏକ ଖଣ୍ଡାରେ ଅଜୁଙ୍କ ମୁଣ୍ଡରେ ଦୁଇ ଚୋଟ ମାରିଥିଲେ। ଫଳରେ ଘଟଣାସ୍ଥଳରେ ଅଜୁଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସେମାନେ ଜୟନ୍ତୀଙ୍କୁ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ। ରାହୁଲ ମୋଟର ସାଇକେଲ ଚଳାଉଥିଲେ। ଖଣ୍ଡାରେ ଆକ୍ରମଣ ପରେ ଦୁଇ ଅଭିଯୁକ୍ତ ସୁଦପଡା ଓଭରବ୍ରିଜ୍‌ ବାଟ ଦେଇ ସୋନପୁର ଆଡକୁ ଫେରାର ହୋଇଯାଇଥିଲେ। ବାଟରେ ସେମାନେ ଖଣ୍ଡା ଓ ଚାଇନା ଛୁରିକୁ ଲୁଚାଇ ଦେଇ ସୋନପୁର ମହାନଦୀ ବ୍ରିଜ୍‌ ତଳକୁ ଯାଇ ଗାଧୋଇଥିଲେ। ସେଠାରେ ସେମାନେ ନିଜର ରେନିକୋଟ୍‌ ଫିଙ୍ଗି ଦେଇ ବଲାଙ୍ଗୀର ଫେରି ଆସି କିଛି ନ ଜାଣିଲା ପରି ପୋଲିସର ଗତିବିଧି ଲକ୍ଷ୍ୟ କରୁଥିଲେ। ହତ୍ୟା କରିବା ପରେ ଅଭିଯୁକ୍ତମାନେ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ଠାରୁ ବାକି ଥିବା ସୁପାରି ଟଙ୍କା ନେଇଥିଲେ। ଏସ୍‌ପି କୁଶଲକର ଏହି ଘଟଣାର ତଦନ୍ତ ପାଇଁ ଏସଡିପିଓ ତୋଫାନ୍‌ ବାଗଙ୍କ ନେତୃତ୍ୱରେ ଟାଉନ୍‌ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ, ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ, ଇନ୍ସପେକ୍ଟର ରାଜେନ୍ଦ୍ର ବେହେରା, ସବ୍‌ଇନ୍ସପେକ୍ଟର ଅଭିନାଶ ନାୟକ, ପୂର୍ଣ୍ଣିମା ଓରାମ୍‌, ଏଏସଆଇ ବୈକୁଣ୍ଠ ଦେହୁରି, ମମତା ପ୍ରଧାନଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ପୋଲିସ ଏହି ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା, ଚାଇନା ଛୁରି, ୯୫୦୦ ଟଙ୍କା, ୫ଟି ମୋବାଇଲ, ଏକ ଗାମୁଛା ଏବଂ ପଲସର ବାଇକ୍‌ (ଓଡି୩୧ଏଚ୍‌ ୨୯୯୮) ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri