ବିଶ୍ୱର ରହସ୍ୟମୟ ଜୀବ : ଯିଏ ନିଃଶ୍ୱାସ ବିନା ରହିପାରେ ଜୀବିତ

କୌଣସି ପ୍ରାଣୀ କିମ୍ବା ମଣିଷ ନିଃଶ୍ୱାସ ପ୍ରଶ୍ୱାସ ବିନା ବଞ୍ଚିବା ଅତ୍ୟନ୍ତ କଷ୍ଟକର। ସମସ୍ତେ ଜାଣନ୍ତି ନିଃଶ୍ୱାସ ନ ନେଇ କେହି ବଞ୍ଚିପାରିବେ ନାହିଁ । ମାତ୍ର ବୈଜ୍ଞାନିକମାନେ ଏପରି ରହସ୍ୟମୟ ଜୀବ (ପରଜୀବୀ) ପାଇଛନ୍ତି, ଯାହା ନିଃଶ୍ୱାସ ବିନା ବଞ୍ଚିପାରିବ। ଏହା ଦୁନିଆର ପ୍ରଥମ ଏପରି ଜୀବ, ଯାହାର ଏପରି ବିଶେଷତ୍ତ୍ୱ ରହିଛି।

ସୂଚନାଯୋଗ୍ୟ, ଜେଲିଫିସ୍‌ ପରି ଏହି ମଲ୍ଟି ସେଲୁଲାର୍‌ ପରଜୀବୀଙ୍କର ମାଇଟୋକଣ୍ଡ୍ରିଆଲ ଜିନୋମ ନାହିଁ। ଯେକୌଣସି ଜୀବ ନିଃଶ୍ୱାସ ନେବା ପାଇଁ ମାଇଟୋକଣ୍ଡ୍ରିଆଲ ଜିନୋମ ଅତ୍ୟନ୍ତ ଜରୁରୀ । ଏହି କାରଣରୁ, ଏହି ପରଜୀବୀ ଜୀବିତ ରହିବାକୁ ଅମ୍ଳଜାନ ଆବଶ୍ୟକ କରେ ନାହିଁ। ଇସ୍ରାଏଲର ତେଲ୍‌-ଆଭିଭ ବିଶ୍ୱବିଦ୍ୟାଳୟର ଗବେଷକ ଟିମ୍‌ ଏହି ଆଶ୍ଚର୍ଯ୍ୟଜନକ ଏବଂ ରହସ୍ୟମୟ ପରଜୀବୀ ଆବିଷ୍କାର କରିଛନ୍ତି।

ଗବେଷକଙ୍କ ଅନୁଯାୟୀ, ଏହି ପରଜୀବୀ ମାଛମାନଙ୍କଠାରୁ ଶକ୍ତି ଗ୍ରହଣ କରିଥାନ୍ତି। କିନ୍ତୁ ଏହି ସମୟରେ ସେ ସେମାନଙ୍କର କୌଣସି ପ୍ରକାରେ କ୍ଷତି କରନ୍ତି ନାହିଁ। ବିଶେଷ କଥା ହେଉଛି ମାଛ ମଧ୍ୟ ଏହି ପରଜୀବୀକୁ କ୍ଷତି ପହଞ୍ଚାଏ ନାହିଁ । ଏହି ପରଜୀବୀମାନେ ସାଲ୍‌ମୋନ ମାଛରେ ମିଳନ୍ତି ଏବଂ ମାଛ ବଞ୍ଚିଥିବା ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି।

ଏହି ଜୀବର ବୈଜ୍ଞାନିକ ନାମ ହେଉଛି ହେନିଗୁୟା ସାଲମିନିକୋଲା। ଗବେଷଣାର ମୁଖ୍ୟ ଡିଆନା ୟାହଲୋମି କହିଛନ୍ତି ଯେ ଏହି ଜୀବ ମଣିଷ କିମ୍ବା ଅନ୍ୟ ଜୀବମାନଙ୍କ ପାଇଁ ଆଦୌ କ୍ଷତିକାରକ ନୁହେଁ। ଅବଶ୍ୟ, ଏପର୍ଯ୍ୟନ୍ତ ଏହା ଏକ ରହସ୍ୟ ହୋଇ ରହିଛି ଯେ ପୃଥିବୀରେ ଏପରି ଜୀବ କିପରି ବିକଶିତ ହେଲା, ଯାହା ବିନା ଅମ୍ଳଜାନରେ ବଞ୍ଚିପାରେ।

ଗବେଷଣା ସମୟରେ, ବୈଜ୍ଞାନିକମାନେ ଫ୍ଲୋରୋସେନ୍ସ ମାଇକ୍ରୋସ୍କୋପ ସହିତ ପରଜୀବୀକୁ ଦେଖିଲେ, ଯେଉଁଥିରେ ସେମାନେ ମାଇଟୋକଣ୍ଡ୍ରିଆଲ ଡିଏନ୍‌ଏ ଦେଖି ନ ଥିଲେ। ପରେ ଏହା ହେଉଛି ଦୁନିଆର ପ୍ରଥମ ଜୀବ, ଯାହାକୁ ବଞ୍ଚିବା ପାଇଁ ନିଃଶ୍ୱାସ ନେବାକୁ ପଡିବ ନାହିଁ ବୋଲି ସ୍ପଷ୍ଟ ହୋଇଥିଲା। ଅବଶ୍ୟ, ୨୦୧୦ରେ, ଇଟାଲୀର ଗବେଷକମାନେ ଏକ ସମାନ ଜୀବ ଆବିଷ୍କାର କରିଥିଲେ ଯାହା ମାଇଟୋକଣ୍ଡ୍ରିଆଲ ଡିଏନ୍‌ଏ ଦେଖି ନ ଥିଲେ। ମାତ୍ର ସେମାନଙ୍କ ବଞ୍ଚିବା ଲାଗି ଶକ୍ତି ଉତ୍ସ ଥିଲା ହାଇଡ୍ରୋଜେନ ସଲଫାଇଡ। ମାତ୍ର ଏହି ନୂତନ ଆବିଷ୍କୃତ ଜୀବକୁ ହାଇଡ୍ରୋଜେନ ସଲଫାଇଡ ମଧ୍ୟ ଦରକାର ନାହିଁ।

Share