Categories: ଫୁରସତ

ଗୀତ ଶୁଣି ନାଚନ୍ତି ମୂଷା

ଟୋକ୍‌ୟୋ: ସଙ୍ଗୀତ ଜୀବନକୁ ମଧୁର କରିବା ସହିତ ଲୋକଙ୍କ ଜୀବନରେ ସଙ୍ଗୀତର ମୂଲ୍ୟ ଅନେକ। କେତେଜଣ ସଙ୍ଗୀତ ଶୁଣିବା କ୍ଷଣି ଆରମ୍ଭ କରିଥାଏ। ତେବେ ମଣିଷଙ୍କ ବ୍ୟତୀତ ମୂଷାମାନେ ମଧ୍ୟ ସଙ୍ଗୀତ ପ୍ରତି ଆକର୍ଷିତ ହୁଅନ୍ତି ବୋଲି ଏକ ରିପୋର୍ଟ ଜଣାପଡିଛି। ଟୋକିୟା ୟୁନିଭର୍ସିଟିର ରିସର୍ଚ୍ଚରୁ ଏପରି ପରି ତଥ୍ୟ ମିଳିଛି। ସେମାନେ ଏଥିପାଇଁ ୧୦ଟି ମୂଷାକୁ ନେଇ ପରୀକ୍ଷା କରିଥିଲେ। ୧୦ ମୂଷାକୁ ଅଲଗା ଅଲଗା ଟେମ୍ପୋ ରଖି ଆମେରିକାର ଜଣେ ସଙ୍ଗୀତ ବଜାଳି ୫ ଟି ଗୀତ ବଜାଇଥିଲେ। ସେଥିରେ ମୂଷାମାନେ ପ୍ରତି ୧ ମିନିଟ୍‌ରେ ୧୨୦ରୁ ୧୪୦ ଥର ମୁଣ୍ଡ ହଲାଇବା ସହ କିଛି ତାଙ୍କ ଗତିବିଧି ଜଣାପଡିଥିଲା। ସାଇନ୍ସ ଆଡ୍‌ଭାନ୍ସସେସ୍‌ ନାମକ ଏକ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁସାରେ, ରିସର୍ଚ୍ଚ ସମୟରେ ମୂଷାଙ୍କ ଗତିବିଧି ମାପିବା ପାଇଁ ତାଙ୍କ ମୁଣ୍ଡରେ ଏସିଲିରୋମିଟର ବ୍ୟବହାର କରାଯାଇଥିଲା। ୟୁନିଭର୍ସିଟିର ପ୍ରଫେସର ହିରୋକାଜୁ ତାକାହାସି କହିଛନ୍ତି, ମଣିଷଙ୍କ ଭଳି ମୂଷାମାନେ ମଧ୍ୟ ଗୀତର ଧୁନରେ ଆକର୍ଷିତ ହୋଇଥାନ୍ତି।

Share