ନାଇଟ୍‌ କ୍ଲବ୍‌ରେ ମୃତକଙ୍କ ପାଇଁ ୩ ଦିନିଆ ଶୋକ ଘୋଷଣା କଲେ ମେୟର

ମାଡ୍ରିଡ୍‌,୧ା୧୦: ଦକ୍ଷିଣ ପୂର୍ବ ସ୍ପେନର ମୁର୍ସିଆର ଏକ ନାଇଟ୍‌ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ନିଖୋଜ ଅଛନ୍ତି। ଏହି ଦୁର୍ଘଟଣା ପରେ ନଗର ମେୟର ଜୋସେ ବାଲେଷ୍ଟା କହିଛନ୍ତି, ନିଆଁ ଲାଗିବା ପରେ ଉଦ୍ଧାର କର୍ମଚାରୀମାନେ ନିଖୋଜ ଲୋକଙ୍କୁ ଖୋଜୁଛନ୍ତି। ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ଏହି ଦୁର୍ଘଟଣାରେ ମୋଟ୍‌ ୧୧ ଜଣଙ୍କର ମୃତ୍ୟୁ ହୋଇଛି।

ଜରୁରୀକାଳିନ ସେବା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ କହିଛି, ମେୟର ବାଲେଷ୍ଟା। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ତିନି ଦିନିଆ ଶୋକ ଘୋଷଣା କରିଛନ୍ତି।

Share