ଡାକ୍ତରାଣୀଙ୍କୁ ବିବାହ କରି ୨୩ ଲକ୍ଷ ଲୁଟିଥିଲେ ନକଲି ଡାକ୍ତର

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ ପରେ ଠକେଇ ଓ ପ୍ରତାରଣା କରି ଜେଲରେ ଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁ ପୁଣି ରିମାଣ୍ଡରେ ଆସିବେ। କମିଶନରେଟ ପୋଲିସ ତାଙ୍କୁ ୭ଦିନିଆ ରିମାଣ୍ଡରେ ଆଣିବାକୁ ଗୁରୁବାର କୋର୍ଟରେ ଆବେଦନ କରିଥିଲା। ହେଲେ କୋର୍ଟ ରମେଶଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ତେବେ ଜେଲ୍‌ ଯାଇଥିବା ତାଙ୍କ ଭଉଣୀ ରଶ୍ମିତା ବେହୁରାଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ ହୋଇ ନ ଥିବା ପୋଲିସ କହିଛି। ଅପରପକ୍ଷରେ ରମେଶ ବିବାହ କରିଥିବା ଆସାମ ଗୁଆହାଟୀର ଜଣେ ଡାକ୍ତରାଣୀ ଗୁରୁବାର ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଠକେଇର ଶିକାର ସମ୍ପୃକ୍ତ ଡାକ୍ତରାଣୀଙ୍କ ସହ ତାଙ୍କ ବାପା ଓ ଭାଇଙ୍କ ୧୬୪ ସିଆର୍‌ପିସିରେ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ପୋଲିସ ବୟାନ ରେକର୍ଡ କରିଛି। ବିବାହ ପରେ ଡାକ୍ତରାଣୀଙ୍କଠାରୁ ୨୩ଲକ୍ଷ ଟଙ୍କା ଓ ପରିବାରଠାରୁ ସୁନା ଅଳଙ୍କାର ଆଦି ଠକି ନେଇଥିବା ଜଣାପଡିଛି।
ସେମାନଙ୍କ ବୟାନ ଅନୁସାରେ, ଡାକ୍ତରାଣୀଙ୍କ ସହ ରମେଶ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ସମ୍ପର୍କ ସ୍ଥାପନ କରିଥିଲେ। ଏହାପରେ ତାଙ୍କୁ ଦେଖା କରିବାକୁ ସେ ବିମାନରେ ଗୁଆହାଟୀ ଯାଇ ବିବାହ ନେଇ ଆଲୋଚନା କରିଥିଲେ। ତେବେ କରୋନା ପାଇଁ ବିବାହ ତାରିଖ ଘୁଞ୍ଚତ୍ଥିଲା। ୨୦୨୧ ମେ ୩୧ରେ ରମେଶ ତାଙ୍କୁ ଭୁବନେଶ୍ୱରର ଏକ ହୋଟେଲରେ ବିବାହ କରିଥିଲେ। ବିବାହ ସମୟରେ ରମେଶଙ୍କ ଭିଣୋଇ ଗଣେଶ୍ୱର, ଭଉଣୀ ରଶ୍ମିତା ଓ ଡ୍ରାଇଭର ପପୁ ମଧ୍ୟ ଥିଲେ। ଏହାପରେ ସେ ତାଙ୍କ ଡେବିଟ୍‌ କାର୍ଡ ନେଇ ୨୩ ଲକ୍ଷ ଟଙ୍କା ଉଠାଇ ନେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଏମ୍‌ସରେ ଚାକିରି କରେଇଦେବାକୁ କହି ରମେଶ ତାଙ୍କର ଜଣେ କର୍ମଚାରୀଙ୍କଠାରୁ ୧୦ ଲକ୍ଷ ମଧ୍ୟ ଠକି ନେଇଥିଲେ।
ଅନ୍ୟପକ୍ଷରେ ରମେଶ ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଆପାର୍ଟମେଣ୍ଟର ମାଲିକ ମଧ୍ୟ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ରମେଶ ଭୁଲ୍‌ ତଥ୍ୟ ଦେଇ ସେଠାରେ ରହିଥିଲେ ବୋଲି ସେ ପୋଲିସ ନିକଟରେ କହିଛନ୍ତି। ତେବେ ଠକେଇର ତାଲିକା ବଢ଼ୁଥିବାରୁ ଆଗକୁ ରମେଶଙ୍କ କାରନାମାର ଆହୁରି ଗୁମର ଖୋଲିବାକୁ ୩ ଦିନିଆ ରିମାଣ୍ଡରେ ଜେରା କରିବ। ଏଥିସହ ବିଭିନ୍ନ ଦିଗକୁ ନେଇ ତଦନ୍ତ କରି ଏକ ବଳିଷ୍ଠ ଚାର୍ଜଶିଟ୍‌ ପ୍ରସ୍ତୁତ କରିବାକୁ କମିଶନରେଟ ପୋଲିସ ଆଶା ରଖିଛି।
ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ରମେଶଙ୍କ ମାମଲାର ତଦନ୍ତ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୨ଟି ମହିଳା ଟିମ୍‌ ଗଠନ ହେବ। ସେଥିରେ ମହିଳା ପୋଲିସଙ୍କ ସମେତ ଚାଟାର୍ଡ ଆକାଣ୍ଟାଣ୍ଟ୍‌, କାଉନ୍‌ସେଲର, ଆଇନ୍‌ ପରାମର୍ଶଦାତା ରହିବେ। ୨ ମାସରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଟିମ୍‌ ତଦନ୍ତ କରି ଏହି ମାମଲାରେ ଅଧିକ ତଥ୍ୟ ହାସଲ କରିବ।
ସୂଚନାଯୋଗ୍ୟ, ଅଭିଯୁକ୍ତ ରମେଶ ବିଭିନ୍ନ ମାଟ୍ରିମୋନିଆଲ ଓ ସୋସିଆଲ୍‌ ସାଇଟ୍‌ରୁ ଉଚ୍ଚଶିକ୍ଷିତା ମହିଳାଙ୍କୁ ଫସାଇ ବିବାହ କରୁଥିଲେ। ପରବର୍ତ୍ତୀ ସମୟରେ ଟଙ୍କା, ସୁନା ଓ ସମ୍ପତ୍ତି ଲୁଟୁଥିଲେ। ତାଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ତଦନ୍ତରୁ ରମେଶଙ୍କ କଳାକାରନାମା ପଦାକୁ ଆସିଥିଲା। ଏଥିସହ ଚାକିରି ଓ ଡାକ୍ତରୀ ପାଠରେ ନାମଲେଖା ପାଇଁ ବହୁ ଲକ୍ଷ ଟଙ୍କା ଠକେଇ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri