Posted inଖେଳ

ପ୍ରଥମ ଟି୨୦ରେ ହାରିଲା ଭାରତ

ଅହମଦାବାଦ, ୧୩।୩-
ବ୍ୟାଟିଂ ଓ ବୋଲିଂରେ ଖରାପ ପ୍ରଦର୍ଶନ କରି ଭାରତ ଚଳିତ ଟି୨୦ ସିରିଜର ଶୁକ୍ରବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଇଂଲଣ୍ଡଠାରୁ ୮ ଉଇକେଟରେ ହାରିଯାଇଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୧୨୪ ରନ କରିଥିବାବେଳେ ଇଂଲଣ୍ଡ ୧୫.୩ ଓଭରରେ ମାତ୍ର ୨ ଉଇକେଟ ହରାଇ ୧୩୦ ରନ ସଂଗ୍ରହ କରି ନେଇଥିଲା। ଏଥିସହ ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ମାତ୍ର ୨୦ ରନରେ ଟପ୍‌ ଅର୍ଡରର ୩ଟି ଉଇକେଟ ହରାଇ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା। ଜୋର୍ଫା ଆର୍ଚରଙ୍କ ଏକ ଅଫ୍‌ଷ୍ଟମ୍ପ ବାହାରର ବଲ୍‌ ଖେଳିବାକୁ ଯାଇ ଲୋକେଶ ରାହୁଲ ପ୍ଲେଡ୍‌ଅନ୍‌ ହୋଇଯାଇଥିଲେ। ସେ ମାତ୍ର ୧ ରନ କରିଥିଲେ। ଅଭିଜ୍ଞ ଓପନର ଶିଖର ଧାଓ୍ବନ ୪ ରନ କରି ମାର୍କ ଉଡ୍‌ଙ୍କ ବଲ୍‌ରେ ବୋଲ୍ଡ ହୋଇଥିବାବେଳେ ଅଧିନାୟକ ବିରାଟ କୋହଲି ଖରାପ ଫର୍ମ ଜାରି ରଖି କୌଣସି ରନ କରିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ମିଡିଲ୍‌ ଅର୍ଡରରେ ରିଷଭ ପନ୍ତ ଓ ଶ୍ରେୟାସ ଆୟାର ଇନିଂସ ସମ୍ଭାଳିବାକୁ ଉଦ୍ୟମ କରିଥିଲେ। ମାତ୍ର ଇଂଲଣ୍ଡ ବୋଲରମାନେ ଚମତ୍କାର ଲାଇନ୍‌ ଓ ଲେନ୍ଥରେ ବୋଲିଂ କରି ଭାରତୀୟ ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ କରି ଦେଇଥିଲେ। ପନ୍ତ ୨୩ ବଲ୍‌ରୁ ୨ ଚୌକା ଓ ୧ ଛକା ସହ ୨୧ ରନ କରିଥିବାବେଳେ ବେନ୍‌ ଷ୍ଟୋକ୍ସଙ୍କ ବଲ୍‌ରେ ଉଇକେଟକିପର ଜନି ବେୟାରଷ୍ଟୋଙ୍କୁ କ୍ୟାଚ ଦେଇଥିଲେ। ଶ୍ରେୟାସ ଆୟାର ଏକାକୀ ଲଢ଼େଇ ଜାରି ରଖି ଅର୍ଦ୍ଧଶତକ ହାସଲ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ତାଙ୍କୁ ଉପଯୁକ୍ତ ସହାୟତା କରିପାରି ନ ଥିଲେ। ୧୮ତମ ଓଭରର ଦ୍ୱିତୀୟ ଓ ତୃତୀୟ ବଲ୍‌ରେ ଯଥାକ୍ରମେ ହାର୍ଦ୍ଦିକ ପାଣ୍ଡ୍ୟା (୧୯ରନ, ୨୧ ବଲ, ୧ ଚୌକା, ୧ ଛକା) ଓ ଶାର୍ଦ୍ଦୁଳ ଠାକୁର(୦)ଙ୍କୁ ଆଉଟ କରି ଆର୍ଚର ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ। ୩୬ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିବା ଆୟାର ବ୍ୟକ୍ତିଗତ ସର୍ବାଧିକ ୬୭(୪୮ ବଲ, ୮ ଚୌକା, ୧ ଛକା) ରନ କରିଥିବାବେଳେ କ୍ରିସ୍‌ ଜୋର୍ଡାନଙ୍କ ବଲ୍‌ରେ ଡିପ୍‌ ବ୍ୟାକ୍‌ଓ୍ବାର୍ଡ ସ୍କୋୟାରରେ ଦାଓ୍ବିଦ ମଲନଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଓ୍ବାଶିଂଟନ ସୁନ୍ଦର ୩ ଓ ଅକ୍ଷର ପଟେଲ ୭ ରନରେ ଅପରାଜିତ ରହିଥିଲେ। ଇଂଲଣ୍ଡ ବୋଲରଙ୍କ ମଧ୍ୟରେ ଜୋଫ୍ରା ଆର୍ଚର ସର୍ବାଧିକ ୩ଟି ଏବଂ ଆଡିଲ ରଶିଦ, ମାର୍କ ଉଡ୍‌, କ୍ରିସ୍‌ ଜୋର୍ଡାନ ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଏହି ମ୍ୟାଚରେ ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେଇ ଭାରତ ପଡ଼ିଆକୁ ଓହ୍ଲାଇଥିଲା।
ଇଂଲଣ୍ଡର ଦୁଇ ଓପନର ଜାସନ ରୟ ଓ ଜୋସ ବଟଲର ଦୃଢ଼ ଓପନିଂ କରି ବିଜୟ ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ୪୮ ବଲ୍‌ରୁ ୭୨ ରନ ସଂଗ୍ରହ ପରେ ବଟଲରଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ କରି ୟୁଜବେନ୍ଦ୍ର ଚହଲ ଭାରତକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ବଟଲର ୨୪ ବଲ୍‌ରୁ ୨ ଚୌକା ଓ ୧ ଛକା ସହାୟତାରେ ୨୮ ରନ କରିଥିଲେ। ତେବେ ଭାରତୀୟ ବୋଲରଙ୍କୁ ସଫଳ ମୁକାବିଲା କରି ଇଂଲଣ୍ଡ ସହଜ ବିଜୟ ଦିଗରେ ଅଗ୍ରସର ହୋଇଥିଲା। ଆତ୍ମବିଶ୍ୱାସର ସହ ଇନିଂସ ଆରମ୍ଭ କରିଥିବା ଜାସନ ରୟ ଅର୍ଦ୍ଧଶତକ ହାସଲଠାରୁ ୧ ରନ ଦୂରରେ ଥିବାବେଳେ ଓ୍ବାଶିଂଟନ ସୁନ୍ଦରଙ୍କ ବଲ୍‌ରେ ଆଉଟ ହୋଇଥିଲେ। ସେ ୩୨ ବଲ୍‌ରୁ ୪ ଚୌକା ଓ ୩ ଛକା ସହାୟତାରେ ୪୯ ରନ କରିଥିଲେ। ଦାଓ୍ବିଦ ମଲନ ୨୪(୨୦ ବଲ, ୨ ଚୌକା, ୧ ଛକା) ଓ ଜନି ବେୟାରଷ୍ଟୋ ୨୬(୧୭ ବଲ, ୧ ଚୌକା, ୨ ଛକା) ରନରେ ଅପରାଜିତ ରହି ଆହୁରି ୪.୩ ଓଭର ବାକିଥାଇ ଦଳକୁ ବିଜୟୀ କରାଇଥିଲେ। ଯେଉଁ ପିଚ୍‌ରେ ଇଂଲଣ୍ଡ ବୋଲରମାନେ ଚମତ୍କାର ବୋଲିଂ କରିଥିଲେ ସେଥିରେ ଭାରତୀୟ ବୋଲର ପ୍ରଭାବହୀନ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ଭାରତଠାରୁ ପରାଜୟ ପରେ ରାଗିକି ନିଆଁ ହୋଇଗଲେ ଶାହିଦ ଆଫ୍ରିଦି: ନିଜ ଜ୍ୱାଇଁଙ୍କୁ ବି ଛାଡ଼ିଲେନି

ଇସଲାମାବାଦ୍‌,୧୬।୨: ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପରାଜୟ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଖୋଲାଖୋଲି ଭାବରେ ଦଳକୁ ସମାଲୋଚନା କରିଛନ୍ତି। ସେ ଦଳର ବରିଷ୍ଠ ଖେଳାଳିମାନଙ୍କୁ…

ଲଜ୍ଜାରେ ଏମିତି କାମ କଲେ ମୋହସିନ ନକଭି: ମ୍ୟାଚ୍‌ ଅଧାରୁ ….

ନୂଆଦିଲ୍ଲୀ,୧୬।୨: ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମୁଖ୍ୟ ମୋହସିନ ନକଭି ଦଳର ହାତ ଛାଡ଼ିଦେଇଛନ୍ତି। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତ ବିପକ୍ଷରେ ତାଙ୍କ…

IND vs PAK: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ୬ ଶବ୍ଦର ପୋଷ୍ଟ

କଲମ୍ବୋ,୧୬।୨:  ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ ପରେ, ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତର…

ରାଗରେ ଏମିତି କହିଦେଲେ ପାକିସ୍ତାନ ଅଧିନାୟକ: ଅଫ୍‌ ଡେ’ରେ…

କଲମ୍ବୋ,୧୬।୨:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ଗ୍ରୁପ ପର୍ଯ୍ୟାୟ ମ୍ୟାଚ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri