Categories: ଫୁରସତ

୩୧ ବର୍ଷ ଧରି ଖାଉଛନ୍ତି ଗୋଡ଼ିପଥର

ଛୋଟବେଳେ କିଛି ପିଲାଙ୍କୁ ଗୋଡି ମାଟି ଖାଇବାକୁ ଭଲ ଲାଗିଥାଏ। ସେମାନେ ଲୁଚାଇଚୋରାଇ ମାଟି ଖାଆନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ବୟସ୍କ ବ୍ୟକ୍ତି ପଥର ଖାଉଛନ୍ତି। ସେ ପୁଣି ପ୍ରତିଦିନ। ପ୍ରାୟ ୩୧ ବର୍ଷ ହେବ ପ୍ରତିଦିନ ସେ ୨୫୦ ଗ୍ରାମ୍‌ର ପଥର ଖାଇଆସୁଛନ୍ତି। ସେହି ବକ୍ତିଜଣକ ହେଉଛନ୍ତି ୮୦ ବର୍ଷୀୟ ରାମଭାଉ ବୋଡକେ। ମହାରାଷ୍ଟ୍ରର ସତାରରେ ତାଙ୍କ ଘର। ଏହି ପଥର ଖିଆ ଅଭ୍ୟାସ ପାଇଁ ତାଙ୍କୁ ଗାଁରେ ‘ପଥର ବାବା’ ବୋଲି ମଧ୍ୟ କୁହନ୍ତି। ତେବେ ଏଭଳି ଅଭ୍ୟାସ ପଛରେ ରହିଛି ଏକ ରୋଚକ କଥା। ୧୯୮୯ରେ ସେ ମୁମ୍ବାଇ କାମ ଖୋଜିବା ପାଇଁ ଯାଇଥିଲେ। ହେଲେ ସେଠାରେ ହଠାତ୍‌ ତାଙ୍କ ପେଟ ଯନ୍ତ୍ରଣା ଆରମ୍ଭ ହୋଇଗଲା। ତିନି ବର୍ଷ ପର୍ଯ୍ୟନ୍ତ ଏହାର ଚିକିତ୍ସା କରାଇଲେ। କିନ୍ତୁ ଯନ୍ତ୍ରଣା କମିଲା ନାହିଁ। ଏହାପରେ ସେ ପୁଣିଥରେ ଗାଁକୁ ପେରି ଆସିଲେ। ଆଉ ଚାଷବାସ କଲେ। ତଥାପି ପେଟ ଯନ୍ତ୍ରଣା କମି ନ ଥାଏ। ଗାଁରେ ରହୁଥିବା ଜଣେ ବୃଦ୍ଧା ରାମଭାଉଙ୍କ ଅବସ୍ଥା ଦେଖି ତାଙ୍କୁ ପଥର ଖାଇବାକୁ ପରାମର୍ଶ ଦେଲେ। ବୃଦ୍ଧାଙ୍କ କଥା ମାନି ରାମଭାଉ ପଥର ଖାଇବା ଆରମ୍ଭ କଲେ। ଏହାପରେ ପେଟ ଯନ୍ତ୍ରଣା ଟିକେ କମିଲା। ସେବେଠାରୁ ସେ ପଥର ଖାଇବା ଜାରି ରଖିଛନ୍ତି। ତାଙ୍କ ପକେଟରେ ସବୁବେଳେ ଛୋଟ ବଡ଼ ପଥର ରହିଥାଏ। ନିକଟରେ ତାଙ୍କର ଆଉ ଥରେ ପେଟ ଯନ୍ତ୍ରଣା ହୋଇଥିଲା। ଆଉ ସିଟି ସ୍କାନରୁ ଜଣାପଡିଲା ତାଙ୍କ ପେଟରେ ଅନେକ ପଥର ଜମା ହୋଇ ରହିଛି । ଯଦିଓ ପରେ ସୁସ୍ଥ ହୋଇଯାଇଥିଲେ। ହେଲେ ଡାକ୍ତର ରାମଭାଉଙ୍କ ଅଜବ ଖାଦ୍ୟ ସମ୍ପର୍କରେ ଜାଣି ଚକିତ ହୋଇଯାଇଥିଲେ।

Share