Posted inଫୁରସତ

ଘୋଡ଼ାରେ ଯାଆନ୍ତି ସ୍କୁଲ

ଗାନ୍ଧୀନଗର: ସାଧାରଣତଃ ପିଲାମାନେ ଚାଲିକରି, ସାଇକେଲରେ କିମ୍ବା ସ୍କୁଲ ଭ୍ୟାନରେ ସ୍କୁଲ ଯାଇଥାନ୍ତି। ହେଲେ ଜଣେ ପ୍ରାଥମିକ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର ପ୍ରତିଦିନ ଘୋଡ଼ାରେ ବସି ସ୍କୁଲ ଯାଉଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଗୁଜରାଟ ସୁରଟ ଜିଲାର ବାରଡୋଲି ତାଲୁକର ଏକ ଛୋଟ ଗଁା ଖରବାସାରେ। ୧୩ ବର୍ଷୀୟ କୁଶ ମହେଶଭାଇ ରାଥୋଡଙ୍କ ପରିବାର କ୍ଷେତରେ ଚାଷ କରି ପେଟ ପୋଷନ୍ତି। ତେବେ ସେହି ଘୋଡ଼ାର ବୟସ ମାତ୍ର ୫ ବର୍ଷ। ସେହି ଘୋଡ଼ାରେ ବସି କୁଶ ସବୁଦିନ ବିଦ୍ୟାଳୟକୁ ପାଠ ପଢିବାକୁ ଯାଆନ୍ତି। ଶ୍ରେଣୀଗୃହକୁ ଯିବା ପୂର୍ବରୁ କୁଶ ଘୋଡ଼ାକୁ ବାହାରେ ଏକ ସ୍ଥାନରେ ବାନ୍ଧି ଦିଅନ୍ତି। ଖାଇବାକୁ ସେଠାରେ ଚାରା ମଧ୍ୟ ଯୋଗାଇ ଦିଅନ୍ତି। କାର୍‌ ଏବଂ ଅନ୍ୟ ଯାନବାହନରେ ଆସୁଥିବା ଶିକ୍ଷୟିତ୍ରୀ ଶିକ୍ଷକ ମଧ୍ୟ କୁଶଙ୍କ ଘୋଡ଼ା ପ୍ରତି ଏପରି ଭଲ ପାଇବା ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। କୁଶଙ୍କୁ ଯେତେବେଳେ ୫ ବର୍ଷ ବୟସ ହୋଇଥିଲା ସେତେବେଳକୁ ସେ ଘୋଡ଼ାରେ ହିଁ ସ୍କୁଲକୁ ଆସନ୍ତି। ଅନ୍ୟ ଛାତ୍ରୀଛାତ୍ର ମଧ୍ୟ ଉକ୍ତ ଘୋଡ଼ାକୁ ଦେଖିବାକୁ ଏବଂ ଖେଳିବା ଲାଗି ସେଠାରେ ପହଞ୍ଚି ଯାଆନ୍ତି। ଛାତ୍ରଙ୍କ ପରିବାରର କହିବା ମୁତାବକ, କୁଶ ଦିନେ କ୍ଷେତରେ କାମ କରୁଥିଲେ। ସେତେବେଳେ ତାଙ୍କୁ ଏକ ଘୋଡ଼ା ଛୁଆ ମିଳିଲା। ସେ ଘୋଡ଼ାକୁ ପାଳି ପୋଷି ବଡ଼ କରିଛନ୍ତି। ପରେ ଘୋଡ଼ା ସହ ତାଙ୍କର ଆନ୍ତରିକତା ବଢିଗଲା। ସେବେଠାରୁ କୁଶ ଯୁଆଡ଼େ ଯାଉଛନ୍ତି, ଘୋଡ଼ା ତାଙ୍କ ସହିତ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri