ଅନ୍ଧାରରେ ୫ ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

କେନ୍ଦୁଝର, ୧୦।୯ (ସ୍ବ.ପ୍ର.): ଶିକ୍ଷା ବିଭାଗର ବିଚିତ୍ର ବ୍ୟବସ୍ଥା ଯୋଗୁଁ କେନ୍ଦୁଝର ଜିଲାର ୪୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲରେ ପାଠ ପଢୁଥିବା ୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ବସିଛି ା ଶିକ୍ଷୟତ୍ରୀ, ଶିକ୍ଷକ ଅଭାବରୁ ଏହି ହାଇସ୍କୁଲର ପିଲାମାନେ ପାଠ ପଢିପାରୁ ନାହାନ୍ତି।
ଅନୁଦାନପ୍ରାପ୍ତ ସଦର ବ୍ଲକ ଏସଏମଆର ହାଇସ୍କୁଲରେ ପାଖାପାଖି ୧୫୦ ପିଲା ପଢୁଥିବା ବେଳେ ମାତ୍ର ୨ଜଣ ଶିକ୍ଷକ ଅଛନ୍ତି ା ଶିକ୍ଷକ ଓ କର୍ମଚାରୀ ଅବସର ନେବା ପରେ ଆଉ ପୂରଣ ହେଉନାହିଁ ା ଏହି ହାଇସ୍କୁଲରେ ଅନୁମୋଦିତ ଶିକ୍ଷୟତ୍ରୀ,ଶିକ୍ଷକ ପଦ ୭ ରହିଥିବା ବେଳେ କିରାଣି, ପିଅନ, ଜଗୁଆଳି ଆଦି କର୍ମଚାରୀଙ୍କ ସଂଖ୍ୟା ୫ ରହିଛି। କିନ୍ତୁ ଏବେ ମାତ୍ର ୨ ଜଣ ଶିକ୍ଷକଙ୍କ ଦ୍ୱାରା ଏହି ସ୍କୁଲ ପରିଚାଳିତ ା ଏ ନେଇ ବିଦ୍ୟାଳୟ କମିଟିର ସଭାପତି ଅକ୍ଷୟ କୁମାର ମହାରଣା ଜିଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଜଣାଇବା ସହିତ କଂପ୍ୟୁଟର ଶିକ୍ଷକ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ା ବିଶେଷ କରି ବିଜ୍ଞାନ, ହିନ୍ଦି, ପିଇଟି ଭଳି ଗୁରୁତ୍ୱପୂର୍ଣ ଶିକ୍ଷକ ଅଭାବ ଯୋଗୁଁ ପାଠପଢା ଠପ ହୋଇଯାଇଥିବାରୁ ପିଲା ମାନେ ବାଧ୍ୟହୋଇ ଘରୋଇ ଟ୍ୟୁସନ ଉପରେ ନିର୍ଭର କରୁଛନ୍ତି। ଗରିବ ଶ୍ରେଣୀର ପିଲାମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ସେହିପରି ତେରୋଣ୍ଟି ଲକ୍ଷ୍ମୀପାଟ ହାଇସ୍କୁଲରେ ୪ ଜଣ, ଖଡିକାପଦା ପଞ୍ଚାୟତ ହାଇସ୍କୁଲରେ ୩ଜଣ, ଶାଳପଡା କ୍ଷେତ୍ରମୋହନ ବିଦ୍ୟାପୀଠରେ ୩ ଜଣ, ଦରଡିପାଳ ଜିପିଏମ ହାଇସ୍କୁଲରେ ୩ ଜଣ, ରେବଣା ପଳାଶପାଳ ହାଇସ୍କୁଲରେ ୩ ଜଣ, ଖୁଣ୍ଟାପଡା ବ୍ରହ୍ମେଶ୍ୱର ହାଇସ୍କୁଲରେ ୩, କୁନ୍ତଳା ଏମକେ ହାଇସ୍କୁଲରେ ୪, ବିରକୁଣ୍ଡି ଶ୍ରମଶକ୍ତି ହାଇସ୍କୁଲରେ ୪ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଅଛନ୍ତି। ଏଭଳି ପ୍ରାୟ ସମସ୍ତ ହାଇସ୍କୁଲରେ କାମଚଳା ଶିକ୍ଷକରେ ଶିକ୍ଷାଦାନ ଚାଲିଥିବା ଜଣାପଡିଛି।
ଯେ, ସରକାରଙ୍କ ନୀତିନିୟମ କେବଳ ସରକାରୀ ହାଇସ୍କୁଲ ଗୁଡିକରେ ଲାଗୁ କରାଯାଇ ଶିକ୍ଷାର ମାନଦଣ୍ଡ ବୃଦ୍ଧି କରାଯାଉଛି ା କିନ୍ତୁ ପୂର୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡିକର ଶିକ୍ଷାର ମାନଦଣ୍ଡର ବିକାଶ ପାଇଁ ଆଦାୈ ପଦକ୍ଷେପ ଗ୍ରହଣ କରାଯାଉନାହିଁ ା ଫଳରେ ସ୍କୁଲ ଆରମ୍ଭ ହେବା ସମୟରେ ଯେଉଁମାନେ ଯୋଗଦେଇଥିଲେ ସେମାନଙ୍କ ଅବସର ପରେ ଆଉ ନିଯୁକ୍ତି କରାଯାଉନଥିବାରୁ ସେସବୁ ହାଇସ୍କୁଲଗୁଡିକ ଶିକ୍ଷୟତ୍ରୀ ଶିକ୍ଷକଶୂନ୍ୟ ହେବାକୁ ବସିଛି ା ନିଯୁକ୍ତି ହେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ହୋତା କହିଛନ୍ତି। ଏନେଇ ଜିଲା ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ସେଠୀ କହିଛନ୍ତି ଯେ ପୂର୍ଣ କ୍ଷମତାପ୍ରାପ୍ତ ହାଇସ୍କୁଲଗୁଡିକରେ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ସରକାରଙ୍କ କାୈଣସି ବ୍ୟବସ୍ଥା ନାହିଁ। ସେଭଳି କାୈଣସି ବ୍ୟବସ୍ଥା ହେଲେ ନିଯୁକ୍ତି ଦିଆଯିବ ା ଏହିସବୁ ସ୍କୁଲଗୁଡିକର ଖାଲିଥିବା ଶିକ୍ଷୟତ୍ରୀ ଶିକ୍ଷକଙ୍କ ସୂଚନା ଓ ସମସ୍ୟା ସରକାରଙ୍କୁ ନିୟମିତ ଅବଗତ କରାଯାଉଛି ା ଏଭଳି ସମସ୍ୟା ଜିଲାର ୪୦ଟି ହାଇସ୍କୁଲରେ ଦେଖାଦେଇଥିଲେ ହେଁ ଶିକ୍ଷା ବିଭାଗ ନିଯୁକ୍ତି କରିବା ନେଇ ବ୍ୟବସ୍ଥା କରୁ ନ ଥିବାରୁ ପାଠ ପଢୁଥିବା ୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ବସିଛି ା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri