ଚଣ୍ଡିଗଡ଼,୩୦ା୭:ଏକ ପାରମ୍ପରିକ ଗ୍ରାମ ସର୍କସ ଦଳର ଜଣେ ୨୭ ବର୍ଷୀୟ ଯୁବକ ପୂର୍ବରୁ ଅନେକ ଥର ଜୀବନ୍ତ ସମାଧି ଷ୍ଟଣ୍ଟ ଦେଖାଇଥିଲେ। ତେବେ ହରିୟାଣାର ନୁହ ଜିଲାରେ ସେ ନିଜକୁ ଅଖାରେ ପୂରାଇ ମାଟି ତଳେ ୩ ଦିନ ପାଇଁ ପୋତିହୋଇଥିବାବେଳେ ତାଙ୍କର ଜୀବନ ଚାଲିଯାଇଛି। ଫରିଦାବାଦର ଗୌଞ୍ଚତ୍ ବାସିନ୍ଦା ଦୀପକଙ୍କୁ ତାଙ୍କ ସହଯୋଗୀମାନେ ଗାତ ଭିତରୁ ବାହାର କରିବାକୁ ଉଦ୍ୟମ କଲାବେଳେ ସେ ଜବାବ ଦେଇ ନ ଥିଲେ। ତଦନ୍ତରୁ ଜଣାପଡ଼ିଛି ଦୀପକ ଗତ ୨୩ ତାରିଖରେ ଗାତ ଭିତରେ ପ୍ରବେଶ କରିଥିଲେ ଓ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ଗାତରୁ ବାହାର କରି ହସ୍ପିଟାଲ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ତାଙ୍କ ମୃତ୍ୟୁର କାରଣ ଓ ପରିସ୍ଥିତି କ’ଣ ଥିଲା ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି।