ମଦ ଛଡ଼ାଇବା ପାଇଁ ଲୋକଙ୍କୁ କ୍ଷୀର ବାଣ୍ଟିଲେ

ମୁମ୍ବାଇ,୧ା୧: ଲୋକମାନେ କିପରି ମଦ ଛାଡ଼ିବେ ସେନେଇ ନୂଆବର୍ଷରେ ଏକ ନିଆରା ପଦକ୍ଷେପ ନେଇଛନ୍ତି ପୁଣେ ସହରର ଅରୁଣ ଓହାର। ମଦ ଛାଡ଼ିବା ପାଇଁ ସେ ଲୋକଙ୍କୁ କ୍ଷୀର ଯୋଗାଇ ନିବେଦନ କରିଛନ୍ତି।  (କ୍ଷୀର ପିଅ, ମଦ ନୁହେଁ) ଶୀର୍ଷକରେ ସେ ସଚେନତା ବାର୍ତ୍ତା ପ୍ରଚାର କରୁଛନ୍ତି। ନିଜକୁ ରାବଣ ବେଶରେ ସଜାଇ ନୂଆବର୍ଷରେ ଗଳିକନ୍ଦି ରାସ୍ତାରେ ବୁଲି ମଦ୍ୟପାନ କରିଥିବା ବ୍ୟକ୍ତିଙ୍କୁ ମଦ ଛାଡ଼ି କ୍ଷୀର ପିଇବାକୁ କହିଛନ୍ତି।

ସ୍ଥାନୀୟ ଜଣେ ରାଜନେତା କହିଛନ୍ତି, ସମାଜରେ ଦିନକୁ ଦିନ ମଦୁଆଙ୍କ ସଂଖ୍ୟା ବଢ଼ିଚାଲିଛି। ଫଳରେ ଅନେକ ବ୍ୟକ୍ତି ମଦ ପିଇ ପରିବାର ଉଜାଡ଼ି ଦେଉଛନ୍ତି। ତେଣୁ ଅରୁଣ ଏପରି ନିଆରା ଏକ ପ୍ରୟାସ ଜାରି ରଖିଛନ୍ତି। ଆଜି ଏହି ନୂଆବର୍ଷରେ ଅରୁଣ ଲୋକଙ୍କୁ ସଚେତନ କରିବା ପାଇଁ ଏପରି ଭିନ୍ନ ଏକ ପ୍ରୟାସ ଆରମ୍ଭ କରିଛନ୍ତି।

Share