Categories: ଜାତୀୟ

ଯେଉଁଦିନ ନିର୍ବାଚନ ଫଳାଫଳ ଆସିବ ଜାଣିନି ମୁଁ ବାହାରେ ଥିବି କି ଜେଲ୍‌ରେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨ା୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗୁରୁବାର ଇଡି ପଚରାଉଚରା ପାଇଁ ଡକାଇଥିଲା। ଏହି ସମୟରେ ସେ ଇଡିରେ ହାଜର ହେବା ପରିବର୍ତ୍ତେ ମଧ୍ୟପ୍ରଦେଶର ସିଙ୍ଗ୍ରାଉଲିରେ ଏକ ରୋଡ୍‌ ଶୋ କରିଥିଲେ।  ତାଙ୍କ ସହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ମଧ୍ୟ ଉପସ୍ଥିତ ଥିଲେ। ଆମ୍‌ ଆଦ୍‌ମୀ ପାର୍ଟି ମଧ୍ୟପ୍ରଦେଶରେ ପୂର୍ଣ୍ଣ ଶକ୍ତି ସହ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛି। କେଜ୍‌ରିଓ୍ବାଲ୍‌ଙ୍କ ରୋଡ୍‌ ଶୋ’ରେ ଏକ ବିରାଟ ଜନସମାଗମ ଦେଖିବାକୁ ମିଳିଥିଲା।

ସେ କହିଛନ୍ତି, ଯେପରି ଦିଲ୍ଲୀ ଏବଂ ପଞ୍ଜାବର ଲୋକମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି, ମଧ୍ୟପ୍ରଦେଶର ଲୋକମାନେ ମଧ୍ୟ ଆଗାମୀ ଦିନରେ ଚମତ୍କାର ପ୍ରଦର୍ଶନ କରିବେ।  ଯେଉଁଦିନ ନିର୍ବାଚନ ଫଳାଫଳ ଆସିବ ମୁଁ ଜାଣେ ନାହିଁ ମୁଁ ଜେଲରେ ଥିବି କି ବାହାରେ। କିନ୍ତୁ ମୁଁ ଯେଉଁଠାରେ ଥାଏ ନା କାହିଁକି ମୁଁ ଶୁଣିବି ଯେ, ଲୋକମାନେ କହୁଛନ୍ତି, କେଜ୍‌ରିଓ୍ବାଲ ସିଙ୍ଗ୍ରାଉଲିକୁ ଆସିଛନ୍ତି ଏବଂ ସିଙ୍ଗ୍ରାଉଲିର ଲୋକମାନେ ତାଙ୍କୁ ଭୋଟ୍‌ ଦେବା ପରେ ତାଙ୍କୁ ପଠାଇଛନ୍ତି। ଯାହାକି ଆମର ଐତିହାସିକ ବିଜୟ।

 

Share