Posted inଜାତୀୟ

ମୋଦିଙ୍କ ୨୦ ବର୍ଷର କ୍ଷମତା: କେବେ ମନୋଗ୍ରାମ ଶୁଟ୍ ପିନ୍ଧି ତ ପୁଣିକେବେ ନିର୍ବାଚନ ଚିହ୍ନରେ ସେଲ୍ଫି ନେଇ ଆସିଛନ୍ତି ଚର୍ଚ୍ଚାକୁ

ନୂଆଦିଲ୍ଲୀ, ୭ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାରେ ରହିବା ୨୦ ବର୍ଷ ପୂରଣ ହୋଇଛି । ପ୍ରଥମେ ସେ ୭ ଅକ୍ଟୋବର ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହାପରେ ୨୦୧୪ ସାଧାରଣ ନିର୍ବାଚନରେ ବିଜୟି ହେବା ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଏହାପରେ ସେ ହେଲେ ଦେଶର ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଭାବେ ବି ସେ ୭ ବର୍ଷ କାଟି ସାରିଲେଣି । ୨୦ ବର୍ଷର କ୍ଷମତା ମଧ୍ୟରେ କିଛି ବିବାଦ ଘେରକୁ ବି ଆସିଛନ୍ତି ଏହି ରାଜନେତା । ବିରୋଧୀ ତାଙ୍କୁ ଅନେକ ଥର ଟାର୍ଗେଟ କରିଥିଲେ ବି କିଛିଥର ଅସଫଳ ହୋଇଛନ୍ତି ।
କୁହାଯାଏ ୧୯୯୮ରେ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦି ଶଙ୍କର ସିଂ ବାଘେଲାଙ୍କ ସ୍ଥାନରେ କେଶୁଭାଇ ପଟେଲଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ କରି ଭାରତୀୟ ଜନତା ପାର୍ଟିକୁ ଭାଙ୍ଗି ଯାଇଥିବାରୁ ରକ୍ଷା କରିଥିଲେ । ସେଥିପାଇଁ ରାଜ୍ୟରେ ଭାଜପା ବିଜୟର ସମସ୍ତ ଶ୍ରେୟ ମୋଦିଙ୍କୁ ଦିଆଯାଏ । ୨୦୦୨ରେ ହୋଇଥିବା ଗୁଜରାଟ ଦଙ୍ଗାକୁ ନେଇ ବିବାଦ ଘେରକୁ ଚାଲି ଆସିଥିଲେ ମୋଦି । କେବଳ ସେତିକି ନୁହେଁ ଗୁଲବର୍ଗ ସୋସାଇଟି ମାମଲା, ସଞ୍ଜିବ ଭଟ୍ଟ ମାମଲା, ୨୦୧୨ରେ ହିମାଚଳ ପ୍ରଦେଶର ଏକ ନିର୍ବାଚନ ରାଲିରେ ଶଶି ଥରୁରଙ୍କୁ ଟାର୍ଗେଟ କରି ସୁନନ୍ଦା ପୁଷ୍କରଙ୍କୁ ୫୦ କୋଟିର ଗର୍ଲ ଫ୍ରେଣ୍ଡ ବୋଲି କହିଥିଲେ ମୋଦି । ଗୁଜରାଟ ମଡେଲ ଓ କୁପୋଷଣକୁ ନେଇ ବିବାଦ, ବିଶ୍ୱ ହିନ୍ଦୁ ସଙ୍ଗଠନର ବୟାକୁ ନେଇ ବିବାଦ, ନିର୍ବାଚନ ସମୟରେ ନିର୍ବାଚନ ଚିହ୍ନ ପଦ୍ମ ସହ ସେଲ୍ଫିକୁ ନେଇ ବିବାଦକୁ ଆସିଛନ୍ତି ମୋଦି । ୧୦ ଲକ୍ଷର ମୋଦି ଶୁଟ୍‌, କଳାଧନ ଓ ୧୫ ଲକ୍ଷ ଟଙ୍କା ସମସ୍ତ ଆକାଉଣ୍ଟକୁ ଆସିବା ବୟାନ ବି ଆସିଛି ଚର୍ଚ୍ଚାକୁ । ମୋଦି ଓ ତାଙ୍କ ମନ୍ତ୍ରୀଙ୍କ ଶିକ୍ଷାଗତ ଯାଗ୍ୟତାକୁ ନେଇ ପ୍ରଶ୍ନ, ଜମି ଅଧିଗ୍ରହଣ, ସିଏଏ-ଏନ୍‌ଆର୍‌ସି ଓ କୃଷି ଆଇନକୁ ନେଇ ବିବାଦ ଘେରକୁ ଆସିଛନ୍ତି ମୋଦି । କରୋନା ଲଢେଇରେ ଆଗୁଆ ଓ ରାଫେଲ ଡିଲକୁ ନେଇ ବି ପ୍ରଶ୍ନ ଘେରକୁ ଆସିଛନ୍ତି ମୋଦି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri