ବିଲିୟନ ଡଲାର କମ୍ପାନୀ ଗଢ଼ିଲେ ଓଡ଼ିଆ ପୁଅ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଆଇଆଇଟି ମାଡ୍ରାସରେ ପଢ଼ାପରେ ବିଦେଶରେ ଏକ ଭଲ ପ୍ୟାକେଜରେ ଚାକିରି ପାଇଥିଲେ। ହେଲେ ନିଜେ କିଛି କରି ଦେଖାଇବାର ଇଚ୍ଛା ତାଙ୍କ ମନକୁ ସବୁବେଳେ ଆନ୍ଦୋଳିତ କରୁଥିଲା। ଆମେରିକାର ମୋଟା ଅଙ୍କର ଦରମା ଛାଡ଼ି ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେ। ଆଉ କେତେଜଣ ବନ୍ଧୁଙ୍କ ସହ ମିଶି ବେଙ୍ଗାଲୁରୁରେ ସ୍ଥାପନ କଲେ ଷ୍ଟାର୍ଟଅପ୍‌ ‘ଜେଟ୍‌ଓ୍ବର୍କ’। ଏବେ ଦେଶର ୨୫ତମ ୟୁନିକର୍ନ ଷ୍ଟାର୍ଟଅପ୍‌ ହେବାର ସୌଭାଗ୍ୟ ହାସଲ କରିଛି ଏହି କମ୍ପାନୀ। କମ୍ପାନୀର ସହ-ପ୍ରତିଷ୍ଠାତା ତଥା ସିଇଓ ଭୁବନେଶ୍ୱରର ଅମ୍ରିତ ଆଚାର୍ଯ୍ୟଙ୍କୁ ଏହାର ଶ୍ରେୟ ଯାଏ। ଜେଟ୍‌ଓ୍ବର୍କର ଭାଲ୍ୟୁଏଶନ (ବଜାର ମୂଲ୍ୟ) ବର୍ତ୍ତମାନ ପ୍ରାୟ ୭,୫୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଜେଟ୍‌ଓ୍ବର୍କ ମାନୁଫାକ୍‌ଚରିଂ ନାମରେ ଏହି କମ୍ପାନୀ ଉଭୟ କଞ୍ଜ୍ୟୁମର ଏବଂ କ୍ୟାପିଟାଲ ଗୁଡସ୍‌ର କଣ୍ଟ୍ରାକ୍ଟ ମେକର ଭାବେ କାମ କରୁଛି। ଉଲ୍ଲେଖଯୋଗ୍ୟ ଯେ, ନିର୍ମାଣକାରୀ ସଂସ୍ଥା ଓ ସାମଗ୍ରୀ ଅର୍ଡର ଦେଉଥିବା ବ୍ୟକ୍ତିବିଶେଷ ସହ ଯୋଗସୂତ୍ର ସ୍ଥାପନ କରି ଏହା ସାମଗ୍ରୀ ଯୋଗାଇଥାଏ।
କୌଣସି ଷ୍ଟାର୍ଟଅପ୍‌ର ଭାଲ୍ୟୁଏଶନ ୧ ବିଲିୟନ ଡଲାର ଛୁଇଁଲେ ଏହାକୁ ୟୁନିକର୍ନ ଷ୍ଟାଟସ ମିଳୁଥିବା ବେଳେ ଜେଟ୍‌ଓ୍ବର୍କର ମୂଲ୍ୟ ଏବେ ୧.୩୩ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ରହିଛି। ୩ ବର୍ଷର ଏହି କମ୍ପାନୀରେ ପୁଞ୍ଜିନିବେଶ ୨୦୧୮ରେ ଆରମ୍ଭ ହୋଇଥିଲା। ସିଇଓ ଅମ୍ରିତ ଆଚାର୍ଯ୍ୟ କୁହନ୍ତି, କମ୍ପାନୀର କାରବାରରେ ବେଶ୍‌ ଉନ୍ନତି ଆସିଛି। ଆସନ୍ତା ଆର୍ଥତ୍କ ବର୍ଷରେ ରାଜସ୍ବ ଅଭିବୃଦ୍ଧି ପ୍ରାୟ ୪ ଗୁଣ ରହିପାରେ। ପ୍ରାୟ ୩,୫୦୦ କୋଟି ଟଙ୍କାର କାରବାର କରିବାକୁ ସକ୍ଷମ ହେବୁ। ଏବେ ସୁଦ୍ଧା ୨ ହଜାର କୋଟିର ପାଣ୍ଠି ସଂଗ୍ରହ କରିବାକୁ ସକ୍ଷମ ହୋଇଛୁ। ଜେଟ୍‌ଓ୍ବର୍କ ଟିମ୍‌ରେ ୫୦୦ ଲୋକ କାମ କରୁଛନ୍ତି। ଦୀର୍ଘମିଆଦୀ ଅଭିବୃଦ୍ଧି, ଲାଭ ହାସଲ କରିବାରେ କମ୍ପାନୀ ଲାଗି ଏକ ମାଇଲଖୁଣ୍ଟ ହେବ ବୋଲି ଅମ୍ରିତ କହିଛନ୍ତି। ୨୦୧୮ରେ ଏହି କମ୍ପାନୀକୁ ଅମ୍ରିତଙ୍କ ସହ ଶ୍ରୀନାଥ ରାମକୃଷ୍ଣ, ରାହୁଲ ଶର୍ମା, ବିଶାଳ ଚୌଧୁରୀ ସ୍ଥାପନ କରିଥିଲେ। ଜେଟ୍‌ଓ୍ବର୍କ ଏମ୍‌ଏସ୍‌ଏମ୍‌ଇଗୁଡିକର ଡିଜିଟାଲ ଡିଜାଇନକୁ ଫିଜିକାଲ ପ୍ରଡକ୍ଟରେ ରୂପାନ୍ତରିତ କରୁଛି। ବିଜ୍‌ନେସ୍‌ ଟୁ ବିଜ୍‌ନେସ୍‌ (ବିଟୁବି) ମଡେଲରେ ଏହା କାମ କରୁଛି। ଏହା ନିକଟରେ ୭୦୦ କର୍ପୋରେଟ ଗ୍ରାହକ ଓ ୩ ହଜାର ମାନୁଫାକ୍‌ଚରର ରହିଛନ୍ତି। ଅମ୍ରିତଙ୍କ କ୍ୟାରିୟର ଦେଖିଲେ ଭୁବନେଶ୍ୱରର ରୁଚିକା ହାଇସ୍କୁଲରୁ ଶିକ୍ଷା ଶେଷ ପରେ ବିଜେବି କଲେଜରୁ ଯୁକ୍ତ ୨ ବିଜ୍ଞାନ, ଆଇଆଇଟି ମାଡ୍ରାସ୍‌ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବିଟେକ୍‌ ଏବଂ ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆ, ବର୍କଲେରୁ ଏମ୍‌ବିଏ ଡିଗ୍ରୀ ଅର୍ଜନ କରିଛନ୍ତି। ବିଟେକ୍‌ ପରେ ସେ ଆଇଟିସିରେ କାମ କରିଥିଲେ। ଏହା ପରେ ଏମ୍‌ବିଏ ଲାଗି ୟୁଏସ୍‌ ଚାଲିଯାଇଥିଲେ। ସେଠାରୁ ଶିକ୍ଷା ଶେଷ ପରେ କନ୍‌ସଲଟିଂ ଫାର୍ମ ମ୍ୟାକେଞ୍ଜିଂରେ କିଛି ସମୟ ମଧ୍ୟ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri