ବିଲିୟନ ଡଲାର କମ୍ପାନୀ ଗଢ଼ିଲେ ଓଡ଼ିଆ ପୁଅ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଆଇଆଇଟି ମାଡ୍ରାସରେ ପଢ଼ାପରେ ବିଦେଶରେ ଏକ ଭଲ ପ୍ୟାକେଜରେ ଚାକିରି ପାଇଥିଲେ। ହେଲେ ନିଜେ କିଛି କରି ଦେଖାଇବାର ଇଚ୍ଛା ତାଙ୍କ ମନକୁ ସବୁବେଳେ ଆନ୍ଦୋଳିତ କରୁଥିଲା। ଆମେରିକାର ମୋଟା ଅଙ୍କର ଦରମା ଛାଡ଼ି ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେ। ଆଉ କେତେଜଣ ବନ୍ଧୁଙ୍କ ସହ ମିଶି ବେଙ୍ଗାଲୁରୁରେ ସ୍ଥାପନ କଲେ ଷ୍ଟାର୍ଟଅପ୍‌ ‘ଜେଟ୍‌ଓ୍ବର୍କ’। ଏବେ ଦେଶର ୨୫ତମ ୟୁନିକର୍ନ ଷ୍ଟାର୍ଟଅପ୍‌ ହେବାର ସୌଭାଗ୍ୟ ହାସଲ କରିଛି ଏହି କମ୍ପାନୀ। କମ୍ପାନୀର ସହ-ପ୍ରତିଷ୍ଠାତା ତଥା ସିଇଓ ଭୁବନେଶ୍ୱରର ଅମ୍ରିତ ଆଚାର୍ଯ୍ୟଙ୍କୁ ଏହାର ଶ୍ରେୟ ଯାଏ। ଜେଟ୍‌ଓ୍ବର୍କର ଭାଲ୍ୟୁଏଶନ (ବଜାର ମୂଲ୍ୟ) ବର୍ତ୍ତମାନ ପ୍ରାୟ ୭,୫୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଜେଟ୍‌ଓ୍ବର୍କ ମାନୁଫାକ୍‌ଚରିଂ ନାମରେ ଏହି କମ୍ପାନୀ ଉଭୟ କଞ୍ଜ୍ୟୁମର ଏବଂ କ୍ୟାପିଟାଲ ଗୁଡସ୍‌ର କଣ୍ଟ୍ରାକ୍ଟ ମେକର ଭାବେ କାମ କରୁଛି। ଉଲ୍ଲେଖଯୋଗ୍ୟ ଯେ, ନିର୍ମାଣକାରୀ ସଂସ୍ଥା ଓ ସାମଗ୍ରୀ ଅର୍ଡର ଦେଉଥିବା ବ୍ୟକ୍ତିବିଶେଷ ସହ ଯୋଗସୂତ୍ର ସ୍ଥାପନ କରି ଏହା ସାମଗ୍ରୀ ଯୋଗାଇଥାଏ।
କୌଣସି ଷ୍ଟାର୍ଟଅପ୍‌ର ଭାଲ୍ୟୁଏଶନ ୧ ବିଲିୟନ ଡଲାର ଛୁଇଁଲେ ଏହାକୁ ୟୁନିକର୍ନ ଷ୍ଟାଟସ ମିଳୁଥିବା ବେଳେ ଜେଟ୍‌ଓ୍ବର୍କର ମୂଲ୍ୟ ଏବେ ୧.୩୩ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ରହିଛି। ୩ ବର୍ଷର ଏହି କମ୍ପାନୀରେ ପୁଞ୍ଜିନିବେଶ ୨୦୧୮ରେ ଆରମ୍ଭ ହୋଇଥିଲା। ସିଇଓ ଅମ୍ରିତ ଆଚାର୍ଯ୍ୟ କୁହନ୍ତି, କମ୍ପାନୀର କାରବାରରେ ବେଶ୍‌ ଉନ୍ନତି ଆସିଛି। ଆସନ୍ତା ଆର୍ଥତ୍କ ବର୍ଷରେ ରାଜସ୍ବ ଅଭିବୃଦ୍ଧି ପ୍ରାୟ ୪ ଗୁଣ ରହିପାରେ। ପ୍ରାୟ ୩,୫୦୦ କୋଟି ଟଙ୍କାର କାରବାର କରିବାକୁ ସକ୍ଷମ ହେବୁ। ଏବେ ସୁଦ୍ଧା ୨ ହଜାର କୋଟିର ପାଣ୍ଠି ସଂଗ୍ରହ କରିବାକୁ ସକ୍ଷମ ହୋଇଛୁ। ଜେଟ୍‌ଓ୍ବର୍କ ଟିମ୍‌ରେ ୫୦୦ ଲୋକ କାମ କରୁଛନ୍ତି। ଦୀର୍ଘମିଆଦୀ ଅଭିବୃଦ୍ଧି, ଲାଭ ହାସଲ କରିବାରେ କମ୍ପାନୀ ଲାଗି ଏକ ମାଇଲଖୁଣ୍ଟ ହେବ ବୋଲି ଅମ୍ରିତ କହିଛନ୍ତି। ୨୦୧୮ରେ ଏହି କମ୍ପାନୀକୁ ଅମ୍ରିତଙ୍କ ସହ ଶ୍ରୀନାଥ ରାମକୃଷ୍ଣ, ରାହୁଲ ଶର୍ମା, ବିଶାଳ ଚୌଧୁରୀ ସ୍ଥାପନ କରିଥିଲେ। ଜେଟ୍‌ଓ୍ବର୍କ ଏମ୍‌ଏସ୍‌ଏମ୍‌ଇଗୁଡିକର ଡିଜିଟାଲ ଡିଜାଇନକୁ ଫିଜିକାଲ ପ୍ରଡକ୍ଟରେ ରୂପାନ୍ତରିତ କରୁଛି। ବିଜ୍‌ନେସ୍‌ ଟୁ ବିଜ୍‌ନେସ୍‌ (ବିଟୁବି) ମଡେଲରେ ଏହା କାମ କରୁଛି। ଏହା ନିକଟରେ ୭୦୦ କର୍ପୋରେଟ ଗ୍ରାହକ ଓ ୩ ହଜାର ମାନୁଫାକ୍‌ଚରର ରହିଛନ୍ତି। ଅମ୍ରିତଙ୍କ କ୍ୟାରିୟର ଦେଖିଲେ ଭୁବନେଶ୍ୱରର ରୁଚିକା ହାଇସ୍କୁଲରୁ ଶିକ୍ଷା ଶେଷ ପରେ ବିଜେବି କଲେଜରୁ ଯୁକ୍ତ ୨ ବିଜ୍ଞାନ, ଆଇଆଇଟି ମାଡ୍ରାସ୍‌ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବିଟେକ୍‌ ଏବଂ ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆ, ବର୍କଲେରୁ ଏମ୍‌ବିଏ ଡିଗ୍ରୀ ଅର୍ଜନ କରିଛନ୍ତି। ବିଟେକ୍‌ ପରେ ସେ ଆଇଟିସିରେ କାମ କରିଥିଲେ। ଏହା ପରେ ଏମ୍‌ବିଏ ଲାଗି ୟୁଏସ୍‌ ଚାଲିଯାଇଥିଲେ। ସେଠାରୁ ଶିକ୍ଷା ଶେଷ ପରେ କନ୍‌ସଲଟିଂ ଫାର୍ମ ମ୍ୟାକେଞ୍ଜିଂରେ କିଛି ସମୟ ମଧ୍ୟ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ, ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ବେରୁଟ୍‌,୨୬ା୫: ଲେବାନନ୍‌ର ଏକ ଗ୍ରାମ ଉପରେ ଇସ୍ରାଏଲୀ ସେନା ଏୟାରଷ୍ଟ୍ରାଇକ୍‌ କରିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି। ଲେବାନନ୍‌କୁ ଇସ୍ରାଏଲ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

ମିଥୁନ ରାଶିରେ ବୁଧଙ୍କ ଗୋଚର: ମେ’ ୨୯ରୁ ଜୁଲାଇ ୨୨ ଯାଏ ଏହି ୪ଟି ରାଶି ରୁହନ୍ତୁ ସାବଧାନ! ନଚେତ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟାପାର ଏବଂ ନିଷ୍ପତ୍ତି ନେବାର କ୍ଷମତାର କାରକ ବୋଲି ମାନାଯାଏ। ସେଥିପାଇଁ ବୁଧ ଗ୍ରହଙ୍କର ଯେକୌଣସି…

ନାବାଳିକାକୁ ଅପହରଣ କରି ବଳାତ୍କାର

ବଲାଙ୍ଗୀର,୨୬।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri