୨୪ ଘଣ୍ଟା ଯାଏ ବନ୍ୟାର ସମାନ ସ୍ଥିତି

ଭୁବନେଶ୍ୱର,୧୭।୮(ବୂ୍ୟରୋ): ମୁଣ୍ଡଳିରେ ଜଳସ୍ତର କମିଥିଲେ ମଧ୍ୟ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ୟା ସ୍ଥିତି ବଳବତ୍ତର ରହିବ ବୋଲି ବୁଧବାର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ।
ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୬.୪୭ ଫୁଟ ରହିଛି। ହୀରାକୁଦର ୪୦ଟି ଗେଟ୍‌ ଦେଇ ଏବେ ବନ୍ୟା ଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌କୁ ୬ ଲକ୍ଷ ୨୪ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୮୧ ହଜାର ନିଷ୍କାସିତ ହେଉଛି।