ଝାରସୁଗୁଡ଼ାରେ ନୂଆଁଖାଇ ପାଳନ କଟକଣା କୋହଳ: ଜାଣନ୍ତୁ କ’ଣ ରହିଛି ନିର୍ଦ୍ଦେଶାବଳୀ

ଝାରସୁଗୁଡ଼ା ଅଫିସ,୧୪ା୮: ଆସନ୍ତା ୨୩ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ କରାଯିବ। ତେବେ ଏଥର ନୂଆଁଖାଇ ରବିବାର ପଡୁଥିବାରୁ ଏହିଦିନ ଶଟ୍‌ଡାଉନ୍‌ ନ କରିବା ପାଇଁ ଝାରସୁଗୁଡ଼ା ଜିଲା ପ୍ରଶାସନକୁ ବିଭିନ୍ନ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଥିଲା। ସେହିପରି ଜିଲାବାସୀଙ୍କ ଦାବିକୁ ଗୁରୁତ୍ୱ ଦେଇଛି ପ୍ରଶାସନ। ନୂଆଁଖାଇ ପାଳନ ତଥା କିଣାକିଣି ପାଇଁ କଟକଣା କୋହଳ କରିଛି। ଏନେଇ ଜିଲାପାଳ ସରୋଜ କୁମାର ସାମଲ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ଆସନ୍ତା ୨୩ ତାରିଖ ନୂଆଁଖାଇ ଦିନ ସକାଳ ୭ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ସେହିପରି ଏହାର ପୂର୍ବଦିନ ଅର୍ଥାତ ୨୨ ତାରିଖ ଶନିବାର ଗଣେଶ ପୂଜା ରହିଛି। ଏହି ଦିନ ମଧ୍ୟ ନୂଆଁଖାଇ ପାଇଁ କିଣାକିଣି ସକାଳ ୭ରୁ ଅପରାହ୍ନ ୫ଟା ଯାଏ ଦୋକାନ ବଜାର ଖୋଲା ରହିବ। ଶନିବାର ସ୍ବାଧୀନତା ଦିବସ ପାଳନ ପାଇଁ ସକାଳ ୭ରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ସେହିପରି ସାପ୍ତାହିକ ଶଟ୍‌ଡାଉନକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ କୌଣସି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ନ କରି ଲୋକେ ନିଜ ନିଜ ଘରେ ରହି ନୂଆଁଖାଇ ପାଳନ କରିବେ ଏବଂ ସର୍ବସାଧାରଣରେ ଗଣେଶ ପୂଜା ନ କରିବା ନିର୍ଦ୍ଦେଶ ବଳବତ୍ତର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର ଟଙ୍କା ପାଇଁ ହତ୍ୟା; ଅଭିଯୁକ୍ତ ଗିରଫ

ସଜନାଗଡ଼, ୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଜାମୁଡ଼ିହା ପଞ୍ଚାୟତ ବାଘମରା ଗ୍ରାମରେ ୫ ହଜାର ଟଙ୍କା ପାଇଁ ଏକ ହତ୍ୟାକାଣ୍ଡ ଘଟିଛି। ପୋଲିସ ମୃତଦେହକୁ ଜବତ...

ଭାପୁରରେ ଯୁକ୍ତ ୩ ମହାବିଦ୍ୟାଳୟ ପ୍ରତିଷ୍ଠା ଦାବି ଜୋର ଧରିଲାଗଠନ ହେଲା ୩ ସମନ୍ବୟ କମିଟି

ଭାପୁର/ଖଣ୍ଡପଡା,୧୧ା୬(ଡି.ଏନ.ଏ./ସ୍ବ.ପ୍ର.)- ଭାପୁର ବ୍ଲକ ସଦର ମହକୁମାରେ ଯୁକ୍ତ ୩ ମହାବିଦ୍ୟାଳୟ ପ୍ରତିଷ୍ଠା ଦାବି ଜୋର ଧରିଛି। ରବିବାର ଏହି ମର୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ...

ଶାନ୍ତିଶୃଙ୍ଖଳାରେ ଶେଷ ହେଲା ସାନି ମତଦାନ

ରତ୍ନଗିରି,୧୯ା୫(ଡି.ଏନ.ଏ.)- ବରୀ ନିର୍ବାଚନମଣ୍ଡଳୀର ବୁଥ୍‌ ନଂ. ୮୨, ୧୫୮, ୧୬୨, ୧୬୩ ଓ ୧୯୪ରେ ରବିବାର ଶାନ୍ତିଶୃଙ୍ଖଳା ମଧ୍ୟରେ ସାନି ମତଦାନ ଶେଷ ହୋଇଛି। ୧୯୪...

ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ମହମ୍ମଦ ମୁସ୍ତାକ ଦୋଷୀ ସାବ୍ୟସ୍ତ

କଟକ ଅଫିସ, ୧୯।୯:  କଟକ ଜିଲା ସାଲେପୁର ଥାନା ଅଞ୍ଚଳରେ ୨୦୧୮ରେ ଘଟିଥିବା ବହୁଚର୍ଚ୍ଚିତ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ(୩୨)...

ଦାଉସାଧିଲା ବ୍ରଜପାତ: ପୋଡ଼ିଗଲା ଟ୍ରାନ୍ସଫର୍ମର, ଅସହ୍ୟ ଗରମରେ ଉପଭୋକ୍ତା

ବନ୍ତ,୧୨ା୪(ଡି.ଏନ୍‌.ଏ): କରୋନା ଲକ୍‌ଡାଉନ୍‌ ଓ ଗ୍ରୀଷ୍ମ ପ୍ରବାହ ବେଳେ ବଜ୍ରପାତ ସାଧାରଣ ଲୋକଙ୍କ ପାଇଁ ଦାଉସାଧିଛି। ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡ଼ି ଯିବାରୁ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ...

ଗଣ୍ଡାନାଳରେ ବିଆର୍‌ପିଏଲ୍‌ର ବିଷାକ୍ତ ବର୍ଜ୍ୟଜଳ ମିଶିବା ମାମଲା: ଏସ୍‌ପିସିବି ରିପୋର୍ଟକୁ ଅପେକ୍ଷା

ଯାଜପୁର ଅଫିସ,୯।୫: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌୍‌)ର ବିଷାକ୍ତ ବର୍ଜ୍ୟଜଳ ଗଣ୍ଡାନାଳରେ ମିଶିବା ମାମଲାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ...

ଟାଟା ଏସି ଗାଡି ଚାଳକ ଜରିମାନା ଦେଲେ ୩୮ ହଜାର ୫ଶହ

ଭଦ୍ରକ ଅଫିସ,୭।୯: ଭଦ୍ରକ ଚରମ୍ପାରେ ନୂଆ ମୋଟର ଯାନ ନିୟମ ନେଇ ଶନିବାର ମଧ୍ୟାହ୍ନରେ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଓଭରବ୍ରିଜ୍‌ ନିକଟରେ...

କନ୍ୟାକୁମାରୀରୁ କଟକ: ଏକତାର ମନ୍ତ୍ର ନେଇ ଥଙ୍ଗାରାଜାଙ୍କ ଦେଶ ପରିକ୍ରମା

କଟକ ଅଫିସ, ୩୦ା୧୧: ପଙ୍ଗୁ ଲଙ୍ଘୟତେ ଗିରି। ସଂସ୍କୃତରେ ଥିବା ଏହି ଶ୍ଳୋକକୁ ପ୍ରମାଣିତ କରିଛନ୍ତି କନ୍ୟାକୁମାରୀର ଆର୍‌. ଥଙ୍ଗାରାଜା(୪୦)। ଦୁଇଟି ଗୋଡ଼ ଅକର୍ମଣ୍ୟ ହୋଇଥିଲେ...

Advertisement
Archives

Model This Week